ଘରେ ପଶି ପୁତୁରାଙ୍କୁ ହତ୍ୟା, ଦାଦାଙ୍କୁ ଅଟକ ରଖିଲା ପୋଲିସ
ବ୍ରହ୍ମପୁର,୨୮ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଘରୋଇ ହିଂସା ଓ ପୂର୍ବ ଶତ୍ରୁତାରୁ ମାସେ ଭିତରେ ୩ ମୁଣ୍ଡ ଗଡ଼ିସାରିଲାଣି। ପୂର୍ବରୁ ଶେରଗଡ଼ରେ ଦୁଇଟି ହତ୍ୟାକାଣ୍ଡ ଘଟିଥିବାବେଳେ ବୁଧବାର ବିଳମ୍ବିତ ରାତିରେ ସଦର ଥାନା ଅନ୍ତର୍ଗତ ରୋହିଗାଁ ବଡ଼ସାହିରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ମଧୁସୂଦନ ଜେନା(୩୦) ବୋଲି ପୋଲିସ କହିଛି। ହତ୍ୟାକାରୀ ଦାଦା ପ୍ରସନ୍ନ ଜେନାଙ୍କୁ ପୋଲିସ ଅଟକ ରଖି ଜେରା କରୁଛି। ଫେରାର ଥିବା ପ୍ରସନ୍ନଙ୍କ ପୁଅଙ୍କୁ ଧରିବାକୁ ପୋଲିସ ଏକ […] The post ଘରେ ପଶି ପୁତୁରାଙ୍କୁ ହତ୍ୟା, ଦାଦାଙ୍କୁ ଅଟକ ରଖିଲା ପୋଲିସ appeared first on Dharitri Odia News.
ବ୍ରହ୍ମପୁର,୨୮ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଘରୋଇ ହିଂସା ଓ ପୂର୍ବ ଶତ୍ରୁତାରୁ ମାସେ ଭିତରେ ୩ ମୁଣ୍ଡ ଗଡ଼ିସାରିଲାଣି। ପୂର୍ବରୁ ଶେରଗଡ଼ରେ ଦୁଇଟି ହତ୍ୟାକାଣ୍ଡ ଘଟିଥିବାବେଳେ ବୁଧବାର ବିଳମ୍ବିତ ରାତିରେ ସଦର ଥାନା ଅନ୍ତର୍ଗତ ରୋହିଗାଁ ବଡ଼ସାହିରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ମଧୁସୂଦନ ଜେନା(୩୦) ବୋଲି ପୋଲିସ କହିଛି। ହତ୍ୟାକାରୀ ଦାଦା ପ୍ରସନ୍ନ ଜେନାଙ୍କୁ ପୋଲିସ ଅଟକ ରଖି ଜେରା କରୁଛି। ଫେରାର ଥିବା ପ୍ରସନ୍ନଙ୍କ ପୁଅଙ୍କୁ ଧରିବାକୁ ପୋଲିସ ଏକ ଟିମ୍ ଗଠନ କରିଛି। ଗୁରୁବାର ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ୍ ଛାନ୍ଭିନ୍ ଆରମ୍ଭ କରିଛି ବୋଲି ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ପରିଡ଼ା ସୂଚନା ଦେଇଛନ୍ତି।
The post ଘରେ ପଶି ପୁତୁରାଙ୍କୁ ହତ୍ୟା, ଦାଦାଙ୍କୁ ଅଟକ ରଖିଲା ପୋଲିସ appeared first on Dharitri Odia News.