ରେଡ଼କ୍ରସ ଉପ ସଭାପତିପାର୍ବତୀ ସେଠଙ୍କୁ ସମ୍ବର୍ଦ୍ଧନା
ସମ୍ବଲପୁର: ଜିଲ୍ଲା ରେଡ୍ କ୍ରସ୍ ସୋସାଇଟୀର ଉପ-ସଭାପତି ଭାବରେ ନବ ନିଯୁକ୍ତ ପାର୍ବତୀ ସେଠ୍ଙ୍କୁ ଆଜି ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସମ୍ବଲପୁର ସାଂସ୍କୃତିକ ସମାଜ,ପଶ୍ଚିମାଂଚଳ ପ୍ୟୁପୁଲ୍ସ୍ ଫୋରମ୍,ସିଭିଲ୍ ସୋସାଇଟୀ,ମହାନଗର ନିଗମ ନାଗରିକ କମିଟୀ,ସଚେତନ ନାଗରିକ କମିଟୀ,ସମ୍ବଲପୁର ତରଫରୁ ଏହାର କର୍ମକର୍ତ୍ତାମାନେ ଶ୍ରୀମତି ସେଠ୍ଙ୍କୁ ଉତ୍ତରୀୟ ଓ ପୁଷ୍ପଚାରା ସହ ସମ୍ବର୍ଦ୍ଦିତ କରିଛନ୍ତି। ଓଡ଼ିଶା ସରକାରଙ୍କର ଭେର୍ଟୀନାରୀ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଡ. ରାଧାମୋହନ ସେଠୀ,ଓଡ଼ିଶା ସରକାରଙ୍କର ଜନଜାତି କଲ୍ୟାଣ ଶିକ୍ଷା ବିଭାଗର ଆଂଚଳିକ ନିର୍ଦ୍ଧେଶକ […] The post ରେଡ଼କ୍ରସ ଉପ ସଭାପତିପାର୍ବତୀ ସେଠଙ୍କୁ ସମ୍ବର୍ଦ୍ଧନା appeared first on Odisha.News.

ସମ୍ବଲପୁର: ଜିଲ୍ଲା ରେଡ୍ କ୍ରସ୍ ସୋସାଇଟୀର ଉପ-ସଭାପତି ଭାବରେ ନବ ନିଯୁକ୍ତ ପାର୍ବତୀ ସେଠ୍ଙ୍କୁ ଆଜି ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସମ୍ବଲପୁର ସାଂସ୍କୃତିକ ସମାଜ,ପଶ୍ଚିମାଂଚଳ ପ୍ୟୁପୁଲ୍ସ୍ ଫୋରମ୍,ସିଭିଲ୍ ସୋସାଇଟୀ,ମହାନଗର ନିଗମ ନାଗରିକ କମିଟୀ,ସଚେତନ ନାଗରିକ କମିଟୀ,ସମ୍ବଲପୁର ତରଫରୁ ଏହାର କର୍ମକର୍ତ୍ତାମାନେ ଶ୍ରୀମତି ସେଠ୍ଙ୍କୁ ଉତ୍ତରୀୟ ଓ ପୁଷ୍ପଚାରା ସହ ସମ୍ବର୍ଦ୍ଦିତ କରିଛନ୍ତି। ଓଡ଼ିଶା ସରକାରଙ୍କର ଭେର୍ଟୀନାରୀ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଡ. ରାଧାମୋହନ ସେଠୀ,ଓଡ଼ିଶା ସରକାରଙ୍କର ଜନଜାତି କଲ୍ୟାଣ ଶିକ୍ଷା ବିଭାଗର ଆଂଚଳିକ ନିର୍ଦ୍ଧେଶକ ଶିକ୍ଷାବିତ ଭକ୍ତ ପ୍ରସାଦ ନନ୍ଦ,ଭାରତୀୟ ଜୀବନ ବୀମା ନିଗମର ପୂର୍ବତନ ପ୍ରବନ୍ଧକ ପ୍ରସନ୍ନ ଆଚାର୍ଯ୍ୟ,ସର୍ବ ଭାରତୀୟ ବ୍ରାହ୍ମଣ ମହାସଭାର ପ୍ରବକ୍ତା ସାଧକଶ୍ରୀ ସଦାନନ୍ଦ ପଣ୍ଡା ଓ ସଂସ୍କୃତି ଗବେଷକ ଡ. ସପନ ମିଶ୍ର ପ୍ରମୂଖ ଶ୍ରୀମତି ସେଠ୍ ଓ ତାଙ୍କ ସ୍ବାମୀ ଭାରତୀୟ ଖାଦ୍ୟ ନିଗମର ପୂର୍ବତନ ପ୍ରାନ୍ତୀୟ ପ୍ରବନ୍ଧକ ଜିତେନ୍ଦ୍ର ସେଠ୍ଙ୍କୁ ଭେଟି ଏହି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ସେମାନେ ଆଶା କରିଛନ୍ତି ଯେ ଶ୍ରୀମତୀ ପାର୍ବତୀ ସେଠ୍ ଓଡ଼ିଶା ଅର୍ଥ ବିଭାଗର ଜଣେ ପୂର୍ବତନ ପ୍ରଶାସିକା ହୋଇଥିବାରୁ ତାଙ୍କର୍ ଦୀର୍ଘ ଦିନର ଅଭିଜ୍ଞତାକୁ ଜିଲ୍ଲା ରେଡକ୍ରସର କାର୍ଯ୍ୟରେ ଉପଯୋଗ କରି ଗରୀବ କଲ୍ୟାଣ ଓ ଅସହାୟଙ୍କ ସେବା କରିବେ।
The post ରେଡ଼କ୍ରସ ଉପ ସଭାପତିପାର୍ବତୀ ସେଠଙ୍କୁ ସମ୍ବର୍ଦ୍ଧନା appeared first on Odisha.News.