ରେଳବାଇରୁ ଅବସରପ୍ରାପ୍ତ କର୍ମଚାରୀଙ୍କ ଲାଗି ଭଲ ଖବର, ପୁଣି ଚାକିରୀ ଦେଉଛନ୍ତି ସରକାର

ନୂଆଦିଲ୍ଲୀ ୧୯।୧୦: ଭାରତୀୟ ରେଳ ରିଟାୟର କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି। କର୍ମଚାରୀଙ୍କ ଅଭାବ ପୂରଣ କରିବା ପାଇଁ ରେଲୱେର ୬୫ ବର୍ଷରୁ କମ ବୟସ୍କ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁଣି ଥରେ କଣ୍ଟ୍ରାକ୍ଟ ବେସିସରେ ଚାକିରୀ ଦେବାକୁ ରେଳବାଇ ନିଷ୍ପତ୍ତି ନେଇଛି। ରେଲୱେ ବୋର୍ଡ ବିଭିନ୍ନ ପଦପଦବୀରେ ୨୫ ହଜାର ନିଯୁକ୍ତି ଆରମ୍ଭ କରିଛି। ଏଥିରେ ରିଟାୟର ରେଲୱେ କର୍ମଚାରୀଙ୍କୁ ପୁଣି ଥରେ ନିଯୁକ୍ତି ଦେଇ ଅସ୍ଥାୟୀ ରୂପେ ରିକ୍ତ ପଦବୀ ପୂରଣ ପାଇଁ ଏହି ନୂଆ ଫର୍ମୂଲା ଆପଣେଇଛି । ଏହି ଅନୁସାରେ ୬୫ ବର୍ଷରୁ କମ ବୟଷ୍କ ରିଟାୟର କର୍ମଚାରୀ ପର୍ଯ୍ୟବେକ୍ଷକ ପଦବୀରୁ ଆରମ୍ଭ କରି ଟ୍ରାକ୍ ମ୍ୟାନ ନିଯୁକ୍ତି ଲାଗି ଆବେଦନ କରିପାରିବେ। ରେଳବାଇ ଦ୍ୱାରା ଦିଆଯାଉଥିବା ଏହି ନିଯୁକ୍ତି ୨ ବର୍ଷ ପାଇଁ, ତେବେ ପରେ ଏହି କଣ୍ଟ୍ରାକ୍ଟ ବଢାଯାଇପାରେ। ସବୁ କ୍ଷେତ୍ରିୟ ରଳବାଇ ମହାପ୍ରବନ୍ଧକଙ୍କୁ ଗତ ୫ ବର୍ଷର ମେଡିକାଲ ଫିଟନେସ୍ ଓ ପରଫର୍ମାନ୍ସ ରେଟିଂ ଭଳି ମାଦଣ୍ଡ ଆଧାରରେ ଏହି ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି କରିବାକୁ ଅଧିକୃତ କରାଯାଇଛି। ଆଦେଶ ଅନୁସାରେ ଆବେଦନକାରୀଙ୍କ ପାଖରେ ଅବସରର ୫ ବର୍ଷ ପୂର୍ବର ଗୋପନୀୟ ରିପୋର୍ଟରେ ଭଲ ଗ୍ରେଡିଂ ଥିବା ଦରକାର ଓ ତାଙ୍କ ବିରୋଧରେ କୌଣସି ଭିଜିଲାନ୍ସ ଅଥବା ଡିପାର୍ଟମେଣ୍ଟାଲ ଆକ୍ସନର ମାମଲା ନଥିବା ଦରକାର। ଚାକିରୀର ଏହି ଅବଧିରେ ପ୍ରତ୍ୟେକ କର୍ମଚାରୀଙ୍କୁ ତାଙ୍କ ଅନ୍ତିମ ବେତନ ସହ ସମାନ

ରେଳବାଇରୁ ଅବସରପ୍ରାପ୍ତ କର୍ମଚାରୀଙ୍କ ଲାଗି ଭଲ ଖବର, ପୁଣି ଚାକିରୀ ଦେଉଛନ୍ତି ସରକାର

ନୂଆଦିଲ୍ଲୀ ୧୯।୧୦: ଭାରତୀୟ ରେଳ ରିଟାୟର କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି। କର୍ମଚାରୀଙ୍କ ଅଭାବ ପୂରଣ କରିବା ପାଇଁ ରେଲୱେର ୬୫ ବର୍ଷରୁ କମ ବୟସ୍କ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁଣି ଥରେ କଣ୍ଟ୍ରାକ୍ଟ ବେସିସରେ ଚାକିରୀ ଦେବାକୁ ରେଳବାଇ ନିଷ୍ପତ୍ତି ନେଇଛି। ରେଲୱେ ବୋର୍ଡ ବିଭିନ୍ନ ପଦପଦବୀରେ ୨୫ ହଜାର ନିଯୁକ୍ତି ଆରମ୍ଭ କରିଛି। ଏଥିରେ ରିଟାୟର ରେଲୱେ କର୍ମଚାରୀଙ୍କୁ ପୁଣି ଥରେ ନିଯୁକ୍ତି ଦେଇ ଅସ୍ଥାୟୀ ରୂପେ ରିକ୍ତ ପଦବୀ ପୂରଣ ପାଇଁ ଏହି ନୂଆ ଫର୍ମୂଲା ଆପଣେଇଛି । 

ଏହି ଅନୁସାରେ ୬୫ ବର୍ଷରୁ କମ ବୟଷ୍କ ରିଟାୟର କର୍ମଚାରୀ ପର୍ଯ୍ୟବେକ୍ଷକ ପଦବୀରୁ ଆରମ୍ଭ କରି ଟ୍ରାକ୍ ମ୍ୟାନ ନିଯୁକ୍ତି ଲାଗି ଆବେଦନ କରିପାରିବେ। ରେଳବାଇ ଦ୍ୱାରା ଦିଆଯାଉଥିବା ଏହି ନିଯୁକ୍ତି ୨ ବର୍ଷ ପାଇଁ, ତେବେ ପରେ ଏହି କଣ୍ଟ୍ରାକ୍ଟ ବଢାଯାଇପାରେ। ସବୁ କ୍ଷେତ୍ରିୟ ରଳବାଇ ମହାପ୍ରବନ୍ଧକଙ୍କୁ ଗତ ୫ ବର୍ଷର ମେଡିକାଲ ଫିଟନେସ୍ ଓ ପରଫର୍ମାନ୍ସ ରେଟିଂ ଭଳି ମାଦଣ୍ଡ ଆଧାରରେ ଏହି ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି କରିବାକୁ ଅଧିକୃତ କରାଯାଇଛି। 

ଆଦେଶ ଅନୁସାରେ ଆବେଦନକାରୀଙ୍କ ପାଖରେ ଅବସରର ୫ ବର୍ଷ ପୂର୍ବର ଗୋପନୀୟ ରିପୋର୍ଟରେ ଭଲ ଗ୍ରେଡିଂ ଥିବା ଦରକାର ଓ ତାଙ୍କ ବିରୋଧରେ କୌଣସି ଭିଜିଲାନ୍ସ ଅଥବା ଡିପାର୍ଟମେଣ୍ଟାଲ ଆକ୍ସନର ମାମଲା ନଥିବା ଦରକାର। ଚାକିରୀର ଏହି ଅବଧିରେ ପ୍ରତ୍ୟେକ କର୍ମଚାରୀଙ୍କୁ ତାଙ୍କ ଅନ୍ତିମ ବେତନ ସହ ସମାନ ଏକ ଫିକ୍ସଡ ସାଲାରୀ ଦିଆଯିବ, ଯେଉଁଥିରୁ ତାଙ୍କର ମୂଳ ପେନସନକୁ ହ୍ରାସ କରିଦିଆଯିବ। ଏହା ଛଡା ଚାକିରୀର ପୂର୍ଣ୍ଣ ଅବଧି କାଳରେ ତାଙ୍କୁ କୌଣସି ଡିଏ, ଏଚଆର ଓ ଇନକ୍ରିମେଣ୍ଟ ଦିଆଯିବ ନାହିଁ। 

ଏହି ନିଷ୍ପତ୍ତି ଦେଶରେ ବଢିବଢି ଚାଲିଥିବା ରେଳ ଦୁର୍ଘଟଣା ମୁକାବିଲା ଓ କମିକମି ଚାଲିଥିବା କର୍ମଚାରୀଙ୍କ ଅଭାବ ପୂରଣ ପାଇଁ ନିଆଯାଇଛି। ଏବେ କେବଳ ଉତ୍ତର-ପଶ୍ଚିମ ରେଲୱେରେ ୧୦,୦୦୦ ପଦବୀ ଖାଲି ରହିଛି। ଏହି ନିଯୁକ୍ତିର ଉଦ୍ଦେଶ୍ୟ ରେଳବାଇଙ୍କ ପକ୍ଷରୁ କର୍ମଚାରୀଙ୍କ ଅଭାବ ଯୋଗୁ ହେଉଥିବା ସମସ୍ୟାକୁ କମ କରିବା। ରେଲୱେ ବୋର୍ଡ ଏହି କଥା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁଣି ଥରେ କାମରେ ରଖିବାର ପଦକ୍ଷେପ କର୍ମଚାରୀଙ୍କ ତତ୍କାଳ ଆବଶ୍ୟକତା ପାଇଁ ନିଆଯାଇଛି।