ଭାରତ-ବାଂଲାଦେଶ ସୀମାରେ ହାଇ ଆଲର୍ଟ, ବର୍ଡରକୁ ଗଲେ ଅଧିକ BSF ଯବାନ

ନୂଆଦିଲ୍ଲୀ: ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ-ବାଂଲାଦେଶ ସୀମାରେ ହାଇ ଆଲର୍ଟ। ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ BSF ଡିଜି ମଧ୍ୟ କୋଲକାତାରେ ପହଞ୍ଚିଛନ୍ତି। ସୀମାରେ ସୁରକ୍ଷା ବୃଦ୍ଧି କରାଯାଇଛି। ବାଂଲାଦେଶରେ ସେନା ନିଜ ହାତକୁ ପାଓ୍ୱାର ନେଇଛି। ଏଥି ସହିତ ଇସ୍ତଫା ଦେବା ପରେ ଶେଖ ହସିନା ବାଂଲାଦେଶ ଛାଡିଛନ୍ତି ଏବଂ କୁହାଯାଉଛି ଯେ ସେ ଭାରତ ଆସୁଛନ୍ତି।ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ ଢାକାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଶେଖ ହସିନାଙ୍କ ଇସ୍ତଫା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଛନ୍ତି। ଏକ ଅନ୍ତରୀଣ ସରକାର ଗଠନ ହେବ। ଆମେ ଏକାଠି ହୋଇ ସୁନ୍ଦର ଭବିଷ୍ୟତ ସୃଷ୍ଟି କରିବୁ। ଆମେ ନିଶ୍ଚିତ ଭାବରେ ଏକ ଭଲ ସମାଧାନରେ ପହଞ୍ଚିବା। ଆମେ ବିରୋଧ କରୁଥିବା ଛାତ୍ରମାନଙ୍କ ସହ କଥା ହେବା ଏବଂ ସେମାନଙ୍କର ସମସ୍ତ ଦାବି ଗ୍ରହଣ କରିବୁ। ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳି ନଚଳାଇବାକୁ ପୋଲିସ ଓ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି। ବାଂଲାଦେଶରେ ହିଂସା ଭୟଙ୍କରରୁ ଅତି ଭୟଙ୍କର ରୂପ ନେବାରେ ଲାଗିଛି । ବିକ୍ଷୋଭକାରୀ ସରକାରୀ ସମ୍ପତ୍ତିରେ ନିଆଁ ଲଗାଇବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇବାରେ ଲାଗିଛନ୍ତି । ଏହାରି ଭିତରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଢାକାର ରିପୋର୍ଟ ଅନୁସା

ଭାରତ-ବାଂଲାଦେଶ ସୀମାରେ ହାଇ ଆଲର୍ଟ, ବର୍ଡରକୁ ଗଲେ ଅଧିକ BSF ଯବାନ

ନୂଆଦିଲ୍ଲୀ: ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ-ବାଂଲାଦେଶ ସୀମାରେ ହାଇ ଆଲର୍ଟ। ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ BSF ଡିଜି ମଧ୍ୟ କୋଲକାତାରେ ପହଞ୍ଚିଛନ୍ତି। ସୀମାରେ ସୁରକ୍ଷା ବୃଦ୍ଧି କରାଯାଇଛି। ବାଂଲାଦେଶରେ ସେନା ନିଜ ହାତକୁ ପାଓ୍ୱାର ନେଇଛି। ଏଥି ସହିତ ଇସ୍ତଫା ଦେବା ପରେ ଶେଖ ହସିନା ବାଂଲାଦେଶ ଛାଡିଛନ୍ତି ଏବଂ କୁହାଯାଉଛି ଯେ ସେ ଭାରତ ଆସୁଛନ୍ତି।

ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ ଢାକାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଶେଖ ହସିନାଙ୍କ ଇସ୍ତଫା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଛନ୍ତି। ଏକ ଅନ୍ତରୀଣ ସରକାର ଗଠନ ହେବ। ଆମେ ଏକାଠି ହୋଇ ସୁନ୍ଦର ଭବିଷ୍ୟତ ସୃଷ୍ଟି କରିବୁ। ଆମେ ନିଶ୍ଚିତ ଭାବରେ ଏକ ଭଲ ସମାଧାନରେ ପହଞ୍ଚିବା। ଆମେ ବିରୋଧ କରୁଥିବା ଛାତ୍ରମାନଙ୍କ ସହ କଥା ହେବା ଏବଂ ସେମାନଙ୍କର ସମସ୍ତ ଦାବି ଗ୍ରହଣ କରିବୁ। ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳି ନଚଳାଇବାକୁ ପୋଲିସ ଓ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି। 

ବାଂଲାଦେଶରେ ହିଂସା ଭୟଙ୍କରରୁ ଅତି ଭୟଙ୍କର ରୂପ ନେବାରେ ଲାଗିଛି । ବିକ୍ଷୋଭକାରୀ ସରକାରୀ ସମ୍ପତ୍ତିରେ ନିଆଁ ଲଗାଇବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇବାରେ ଲାଗିଛନ୍ତି । ଏହାରି ଭିତରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଢାକାର ରିପୋର୍ଟ ଅନୁସାରେ ଶେଖ୍ ହସିନା ଦେଶ ଛାଡ଼ି ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ଲଗାତାର ଉଗ୍ର ହେବାରେ ଲାଗିଛି । ରବିବାର ସଂଧ୍ୟା ୬ଟାରୁ ସାରା ଦେଶରେ କର୍ଫ୍ୟୁ ଲାଗିଛି ।