ଦେଢ କୋଟି ଟଙ୍କାରେ ବିକ୍ରି ହୋଇଗଲା ଡାକ୍ତର ବାଞ୍ଜେରୀ ଗାଁ
ନନ୍ଦିଘୋଷ ବ୍ୟୁରୋ: ବିକ୍ରି ହେଇଗଲା ସଂପୂର୍ଣ୍ଣ ଗାଁ । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବାଞ୍ଜେରୀ ଗାଁ ଏବେ ମାଟିରେ... The post ଦେଢ କୋଟି ଟଙ୍କାରେ ବିକ୍ରି ହୋଇଗଲା ଡାକ୍ତର ବାଞ୍ଜେରୀ ଗାଁ appeared first on .
ନନ୍ଦିଘୋଷ ବ୍ୟୁରୋ: ବିକ୍ରି ହେଇଗଲା ସଂପୂର୍ଣ୍ଣ ଗାଁ । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବାଞ୍ଜେରୀ ଗାଁ ଏବେ ମାଟିରେ ମିଶିବାକୁ ଯାଉଛି । ବାଞ୍ଜେରୀ ଗାଁରେ ଥିବା ସରକାରୀ କୋଠା ମଧ୍ଯ ପ୍ରଶାସନ ଆଖିକୁ ଦେଖାଗଲା ନାହିଁ । ବିକ୍ରି ପାଇଁ ଅନୁମୋଦନ କରି ମ୍ୟାପ ପ୍ରଦାନ କରିଦେଲେ। ସାଧାରଣ ପଦର ଜମି ଭଳି ଯୋଜନାବଦ୍ଧ ଭାବେ ଜିଲ୍ଲା ନିବନ୍ଧକଙ୍କ କାର୍ଯ୍ୟାଳୟରେ ସାରିଦେଲେ ବିକ୍ରି ପ୍ରକିୟା । ଏବେ ଶହେ ଆଦିବାସୀ ପରିବାର କୁଆଡେ ଯିବେ ? ତାକୁ ନେଇ ଯୁଦ୍ଧଂ ଦେହୀ ଡାକରା ଦେଲାଣି ଆଦିବାସୀ ମହାସଂଘ ।
ଦେଢ କୋଟି ଟଙ୍କାରେ ବିକ୍ରି ହୋଇଗଲା ଡାକ୍ତର ବାଞ୍ଜେରୀ ଗାଁ । ଜିଲ୍ଲା ନିବନ୍ଧକଙ୍କ କାର୍ଯ୍ଯାଳୟରେ ସରିଗଲା ବିକ୍ରି ପ୍ରକ୍ରିୟା । ସଂପୂର୍ଣ୍ଣ ଗାଁକୁ ବିକିଦେଲେ ଜମିର ମାଲିକ ଏମ. ଚନ୍ଦ୍ରଶେଖର ରାଓ । ଗାଁ ସମେତ ଆଖପାଖ ୪୨ ଏକର ଚାଷ ଜମିକୁ ୧ କୋଟି ୪୪ ଲକ୍ଷ ଟଙ୍କାରେ ବିକି ଦେଲେ । ଯାହାର ଷ୍ଟାମ୍ପ ଖର୍ଚ୍ଚ ବାବଦକୁ ୭ ଲକ୍ଷ ଏବଂ ଅନ୍ଯ ଏକ ୫ ଏକର ଜମିକୁ ୮ ଲକ୍ଷ ୫୦ ହଜାର ଟଙ୍କାରେ ବ୍ରହ୍ମପୁରର ଜଣେ ମହିଳାଙ୍କୁ ବିକ୍ରି କରିଦିଆଗଲା । ଯାହାକୁ ନେଇ ଗୋଷାଣୀ ବ୍ଲକ ଅନ୍ତର୍ଗତ ଡାକ୍ତର ବାଞ୍ଜେରୀ ଗାଁର ୫ ଶହରୁ ଉର୍ଦ୍ଧ୍ଵ ଅଧିବାସୀଙ୍କ ଭବିଷ୍ଯତ ଏବେ ଅନ୍ଧାରରେ । ବାଞ୍ଜେରୀ ଗାଁରେ ବହୁ ମୂଲ୍ଯର କୋଠାବାଡି ସହ ସରକାରଙ୍କ ଅନେକ ଯୋଜନା ଥିବା ସତ୍ତ୍ଵେ ଷଡ଼ଯନ୍ତ୍ର କରି ସାଧାରଣ ପଦର ଜମି ଦେଖାଇ ଜମିର ମ୍ୟାପ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡକଥା ହେଲା ଗ୍ରାମବାସୀଙ୍କୁ ନଜଣାଇ ଜାଗା ବିକ୍ରି କରାଯାଇଛି ।
ଡାକ୍ତର ବାଞ୍ଜେରୀ ଗାଁକୁ ବିକ୍ରି ପାଇଁ ଜିଲ୍ଲା ନିବନ୍ଧକଙ୍କ କାର୍ଯ୍ଯାଳୟରେ କାଗଜପତ୍ର ଚାଲିଥିବା ନେଇ ପୂର୍ବରୁ ଖବର ପାଇ ପ୍ରଶାସନ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ । କିନ୍ତୁ ଆଦିବାସୀଙ୍କ ଅଭିଯୋଗକୁ କେହି କର୍ଣ୍ଣପାତ କଲେନାହିଁ । ଯାହାକୁ ନେଇ ବର୍ଷିଛନ୍ତି ଆଦିବାସୀ ନେତା । ସରକାର ସବୁବେଳେ ଆଦିବାସୀଙ୍କ ନାଁରେ ବାହାବା ନେଇ ଭୋଟ ବ୍ଯାଙ୍କ ତିଆରି କରୁଛନ୍ତି । କିନ୍ତୁ ଆଦିବାସୀଙ୍କ ସ୍ବାର୍ଥ ସାଧନ ବଦଳରେ ଜମି ମାଫିଆଙ୍କୁ ସହଯୋଗ କରୁଛନ୍ତି । ଆଦିବାସୀଙ୍କ ବିରୋଧରେ ଷଡଯନ୍ତ୍ରକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଆଦିବାସୀ ମହାସଂଘ ଯୁଦ୍ଧଂ ଦେହୀ ଡାକରା ଦେଇ ଗ୍ରାମବାସୀଙ୍କ ସହ ବୈଠକ କରି ରଣନୀତି ପ୍ରସ୍ତୁତ କରୁଛି ।
ବିକ୍ରି ହେଲା ଗାଁ, ବେଘର ହେବେ ଶତାଧିକ ଆଦିବାସୀ ପରିବାର। ଗାଁର ୫ ଶହରୁ ଉର୍ଦ୍ଧ୍ଵ ଲୋକ ଏବେ ଯିବେ କୁଆଡେ ? ଏତେ ବର୍ଷ ଧରି ଜମି ମାଲିକ କେଉଁଠି ଥିଲେ ? ପୂର୍ବରୁ ନିଜ ଜମି ନିଜ ଅକ୍ତିଆରରେ ରଖି ନଥିଲେ କିପରି ? ଏପଟେ ପ୍ରଶାସନ ଏତେ ସଂଖ୍ୟକ ଆଦିବାସୀଙ୍କ ସ୍ବାର୍ଥକୁ ଏଡ଼ାଇ ଜମି ମାଫିଆଙ୍କୁ ସହଯୋଗ କଲା କିପରି ? ଏପରି ଅନେର ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ତେବେ ଜମି ହସ୍ତାନ୍ତର ପରେ ସରକାରୀ ଅନୁଷ୍ଠାନ ସମେତ ଶତାଧିକ ଘର ଉଚ୍ଛେଦ ବେଳେ ଏକ ବଡ ଧରଣର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି ।
The post ଦେଢ କୋଟି ଟଙ୍କାରେ ବିକ୍ରି ହୋଇଗଲା ଡାକ୍ତର ବାଞ୍ଜେରୀ ଗାଁ appeared first on .