ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା, ଅଧଘଣ୍ଟା ଆଗରୁ କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଆଜିଠୁ ପ୍ଲସ ଟୁ ଏକଜାମ। ଫୁଲ ଜୋସରେ ସାଇନ୍ସ ଷ୍ଟୁଡେଣ୍ଟ। ବିଜ୍ଞାନରେ ପରୀକ୍ଷା ଦେବେ ୧ଲକ୍ଷ ୧୬ ହଜାର... The post ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା, ଅଧଘଣ୍ଟା ଆଗରୁ କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀ appeared first on .
ଭୁବନେଶ୍ୱର: ଆଜିଠୁ ପ୍ଲସ ଟୁ ଏକଜାମ। ଫୁଲ ଜୋସରେ ସାଇନ୍ସ ଷ୍ଟୁଡେଣ୍ଟ। ବିଜ୍ଞାନରେ ପରୀକ୍ଷା ଦେବେ ୧ଲକ୍ଷ ୧୬ ହଜାର ୪୪୭ ଜଣ ଛାତ୍ରଛାତ୍ରୀ। ପ୍ରଥମେ ମାତୃଭାଷା ପେପର ଦେବେ ପରୀକ୍ଷାର୍ଥୀ। କିଭଳି ଦେବେ ପରୀକ୍ଷା? ଏକଜାମ ପାଇଁ କଣ ରହିଛି ନିୟମ? ସେନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ଯୁକ୍ତ ଦୁଇ ପରିଷଦ।
ପରୀକ୍ଷା ପାଇଁ ଅଧଘଣ୍ଟା ଆଗରୁ ଛାତ୍ରଛାତ୍ରୀମାନେ କେନ୍ଦ୍ରରେ ପହଞ୍ଚିବାକୁ ହେବ। ୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ ସହ ୧୦ ମିନିଟ୍ ପୂର୍ବରୁ ଖାତା ମିଳିବ। ୫ ମିନିଟ୍ ପୂର୍ବରୁ ଦିଆଯିବ ପ୍ରଶ୍ନପତ୍ର। ପେପର ପରୀକ୍ଷା ଦେବେ। ପରୀକ୍ଷା ପାଇଁ ଅଧଘଣ୍ଟା ଆଗରୁ ଛାତ୍ରଛାତ୍ରୀମାନେ କେନ୍ଦ୍ରରେ ପହଞ୍ଚିବାକୁ ପଡିବ ବୋଲି ପୂର୍ବରୁ ପରାମର୍ଶ ଦେଇଥିଲା ଯୁକ୍ତ ଦୁଇ ପରିଷଦ। ୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ ସହ ୧୦ ମିନିଟ୍ ପୂର୍ବରୁ ଖାତା ମିଳିବ। ୫ ମିନିଟ୍ ପୂର୍ବରୁ ଦିଆଯିବ ପ୍ରଶ୍ନପତ୍ର। ଉତ୍ତର ଖାତାରେ ନିଜର ରୋଲ୍ ନମ୍ବର, ରେଜିଷ୍ଟ୍ରେସନ୍ ନମ୍ବର ଠିକ୍ ଭାବରେ ଠିକ୍ ଜାଗାରେ ଲେଖିବାକୁ ପଡ଼ିବ। ପ୍ରଶ୍ନ ପତ୍ରର ସେଟ୍ କୋଡକୁ ନିର୍ଭୁଲ ଭାବରେ ଲେଖିବା ସହ ଉପସ୍ଥାନ ଖାତାରେ ନିଜର ରୋଲ୍ ନମ୍ବର ଦେଖି ଉପସ୍ଥାନ ଦେବେ। ପରୀକ୍ଷା ହଲକୁ କଳା ବଲ୍ ପେନ୍ ଏବଂ ଆଡମିଟ୍ କାର୍ଡ ବ୍ଯତୀତ ଅନ୍ଯ ଜିନିଷ ନେବା ନିଷେଧ କରାଯାଇଛି ।
ଉତ୍ତର ଖାତାର ସିରିୟଲ୍ ନମ୍ବର ଏବଂ ପୃଷ୍ଠା ସଂଖ୍ଯା ଭଲଭାବରେ ଦେଖିବାକୁ ପଡ଼ିବ। ପ୍ରଶ୍ନ ପତ୍ରରେ ପୃଷ୍ଠା ସଂଖ୍ଯା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ କୌଣସି ଆଡିସନାଲ ସିଟ୍ ଦିଆଯିବ ନାହିଁ। ପ୍ରଶ୍ନ ପତ୍ରରେ ରୋଲ୍ ନମ୍ବର ଛଡା ଦାଗ ବି ଲଗାଇବାକୁ ହେବନି। ନହେଲେ ଛାତ୍ରଛାତ୍ରୀ ମାନେ ମାଲପ୍ରାକ୍ଟିସ ହେବେ ବୋଲି କହିଛି ଯୁକ୍ତ ଦୁଇ ପରିଷଦ।
ସେପଟେ ୧୭ରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା। କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫ ଜଣ ଓ ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକରେ ୫,୭୬୫ ଜଣ ଛାତ୍ର ଛାତ୍ରୀ ଦେବେ ପରୀକ୍ଷା। ସେଥିପାଇଁ ସାରା ରାଜ୍ୟରେ ୧୧୫୦ ପରୀକ୍ଷା ସେଣ୍ଟର୍ ସହ ୨୦୨ଟି ହବ କରାଯାଇଛି। ପ୍ରତିଦିନ ଗୋଟିଏ ସିଟିଂ ଦିନ ୧୦ ଟା ରୁ ୧ଟା ହେବ ପରୀକ୍ଷା। ସେପଟେ ପରୀକ୍ଷା ପାଇଁ ସମସ୍ତେ ପ୍ରସ୍ତୁତ ଥିବା କହିଛନ୍ତି ଛାତ୍ରଛାତ୍ରୀ।
The post ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା, ଅଧଘଣ୍ଟା ଆଗରୁ କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀ appeared first on .