ଲଡୁଗାଁ ରବି ମଣ୍ଡି ଉଦଘାଟନ କଲେ କୋକସରା ବ୍ଲକ ଉପାଧ୍ୟକ୍ଷ।

କୋକସରା:୨୧/୦୫ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ରବି ଧାନ ସଂଗ୍ରହ ପାଇଁ ୨୦ ତାରିଖ ଠାରୁ ଜିଲ୍ଲାରେ ମଣ୍ଡି ଆରମ୍ଭ କରାଯାଇଛି। ଧର୍ମଗଡ ଉପଖଣ୍ଡ କୋକସରା ବ୍ଲକ ଲଡୁଗାଁ ପେକ୍ସ ଅଧୀନ ରେ ଥିବା ଲଡୁଗାଁ ମଣ୍ଡି କୁ ମଙ୍ଗଳବାର ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ପୂଜାର୍ଚ୍ଚନା କରି ଉଦଘାଟନ କରିଥିଲେ। ଏହି ଅବସର ରେ ଉପସ୍ଥିତ ଚାଷି ଙ୍କୁ ଶୁଖା ଓ ସଫା ଧାନ ଆଣିବାକୁ ପରାମର୍ଶ […] The post ଲଡୁଗାଁ ରବି ମଣ୍ଡି ଉଦଘାଟନ କଲେ କୋକସରା ବ୍ଲକ ଉପାଧ୍ୟକ୍ଷ। appeared first on Odisha.News.

ଲଡୁଗାଁ ରବି ମଣ୍ଡି ଉଦଘାଟନ କଲେ କୋକସରା ବ୍ଲକ ଉପାଧ୍ୟକ୍ଷ।

କୋକସରା:୨୧/୦୫
କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ରବି ଧାନ ସଂଗ୍ରହ ପାଇଁ ୨୦ ତାରିଖ ଠାରୁ ଜିଲ୍ଲାରେ ମଣ୍ଡି ଆରମ୍ଭ କରାଯାଇଛି। ଧର୍ମଗଡ ଉପଖଣ୍ଡ କୋକସରା ବ୍ଲକ ଲଡୁଗାଁ ପେକ୍ସ ଅଧୀନ ରେ ଥିବା ଲଡୁଗାଁ ମଣ୍ଡି କୁ ମଙ୍ଗଳବାର ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ପୂଜାର୍ଚ୍ଚନା କରି ଉଦଘାଟନ କରିଥିଲେ। ଏହି ଅବସର ରେ ଉପସ୍ଥିତ ଚାଷି ଙ୍କୁ ଶୁଖା ଓ ସଫା ଧାନ ଆଣିବାକୁ ପରାମର୍ଶ ଦେଇଥିଲେ। ମଣ୍ଡି ଉଦଘାଟନ ସମୟରେ ଲଡୁଗାଁ ପେକ୍ସ ସଭାପତି ଅମର ଅଗ୍ରୱାଲ,ସ୍ଥାନୀୟ ମିଲ ମାଲିକ ନିଲେଶ କୁମାର ଅଗ୍ରୱାଲ,ରାଜେଶ ଅଗ୍ରୱାଲ, ଲିଙ୍ଗରାଜ ଅଗ୍ରୱାଲ, ଜୟ ଜଗନ୍ନାଥ ଚାଷି ମଞ୍ଚ ର ସମ୍ପାଦକ ପଙ୍କଜ ମୁଖ ଚୌଧୁରୀ,ସମେତ ଚାଷି ସଞ୍ଜୟ ସିଙ୍ଘଲ,ରବି ନାରାୟଣ ଦାସ, ପେକ୍ସ ସମ୍ପାଦକ ପଦ୍ମନ ବାଗ,ଭଗବାନ ନାଗ,ଆରଏମସି କର୍ମଚାରୀ ଓ ମଣ୍ଡି ରେ ନିୟୋଜିତ ଶ୍ରମିକ ମାନେ ଉପସ୍ଥିତ ଥିଲେ।

The post ଲଡୁଗାଁ ରବି ମଣ୍ଡି ଉଦଘାଟନ କଲେ କୋକସରା ବ୍ଲକ ଉପାଧ୍ୟକ୍ଷ। appeared first on Odisha.News.