ଅମିନଙ୍କୁ ନିଲମ୍ବିତ ପରେ ତହସିଲଦାରଙ୍କୁ ବଦଳି

ରେଢାଖୋଲ ୧୯।୧୧(ଅଚ୍ୟୁତାନନ୍ଦ ପୁରୋହିତ): ରେଢାଖୋଲ ଜୋନ-୨ ନମ୍ବର ଜିଲାପରିଷଦ ସଭ୍ୟ ଶରତ ପ୍ରଧାନଙ୍କୁ ତହସିଲଦାର ଦେବାଶିଷ ପାତ୍ର ଦୁର୍ବ୍ୟବହା କରିବା ଘଟଣା ମହଙ୍ଗା ପଡିଛି। ରାଜସ୍ବ ମନ୍ତ୍ରୀ ଘଟଣାର ତଦନ୍ତ କରିବାକୁ ସମ୍ବଲପୁର ଜିଲାପାଳଙ୍କୁ ନିର୍ଦ୍ଧେଶ ପରେ ଗୋଟିଏ ଦିନରେ ତଦନ୍ତ କରି ପ୍ରଥମେ ଅମିନ କୁଳମଣି ନାଏକଙ୍କୁ ନିଲମ୍ବନ କରିଥିଲେ। ଜିଲାପାଳଙ୍କ ତଦନ୍ତ ରିପୋର୍ଟକୁ ଗୁରୁତ୍ୱ ଦେଇ ସରକାର ତହସିଲଦାର ଦେବାଶିଷ ପାତ୍ରଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି। ରାଜସ୍ବ ଓ ପରିଚାଳନା ବିଭାଗର ପତ୍ର ସଂଖ୍ୟା-୪୦୦୩୧, […] The post ଅମିନଙ୍କୁ ନିଲମ୍ବିତ ପରେ ତହସିଲଦାରଙ୍କୁ ବଦଳି appeared first on Dharitri Odia News.

ଅମିନଙ୍କୁ ନିଲମ୍ବିତ ପରେ ତହସିଲଦାରଙ୍କୁ ବଦଳି

ରେଢାଖୋଲ ୧୯।୧୧(ଅଚ୍ୟୁତାନନ୍ଦ ପୁରୋହିତ): ରେଢାଖୋଲ ଜୋନ-୨ ନମ୍ବର ଜିଲାପରିଷଦ ସଭ୍ୟ ଶରତ ପ୍ରଧାନଙ୍କୁ ତହସିଲଦାର ଦେବାଶିଷ ପାତ୍ର ଦୁର୍ବ୍ୟବହା କରିବା ଘଟଣା ମହଙ୍ଗା ପଡିଛି। ରାଜସ୍ବ ମନ୍ତ୍ରୀ ଘଟଣାର ତଦନ୍ତ କରିବାକୁ ସମ୍ବଲପୁର ଜିଲାପାଳଙ୍କୁ ନିର୍ଦ୍ଧେଶ ପରେ ଗୋଟିଏ ଦିନରେ ତଦନ୍ତ କରି ପ୍ରଥମେ ଅମିନ କୁଳମଣି ନାଏକଙ୍କୁ ନିଲମ୍ବନ କରିଥିଲେ। ଜିଲାପାଳଙ୍କ ତଦନ୍ତ ରିପୋର୍ଟକୁ ଗୁରୁତ୍ୱ ଦେଇ ସରକାର ତହସିଲଦାର ଦେବାଶିଷ ପାତ୍ରଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି।

ରାଜସ୍ବ ଓ ପରିଚାଳନା ବିଭାଗର ପତ୍ର ସଂଖ୍ୟା-୪୦୦୩୧, ତାରିଖ ୧୮/୧୧/୨୦୨୪ରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ତହସିଲଦାର ଦେବାଶିଷ ପାତ୍ରଙ୍କୁ ସାଧାରଣ ପ୍ରଶାସନ ବିଭାଗ ଭୁବନେଶ୍ବରକୁ ବଦଳି କରାଯାଇଥିବା ବେଳେ ରେଢାଖୋଲ ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ତହସିଲଦାର ଦାୟିତ୍ୱରେ ରହିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ଜିଲାପରିଷଦ ସଭ୍ୟ ଶରତ ପ୍ରଧାନ ତାଙ୍କର ଏକ ମ୍ୟୁଟେସନ କେସ ତହସିଲଦାର ଖାରଜ କରିଥିବା ନେଇ କାରଣ ସଂକ୍ରାନ୍ତରେ ପଚାରିବାକୁ ଯାଇଥିଲେ। ସେତିକିବେଳେ ତହସିଲଦାର ତାଙ୍କୁ ଦୁର୍ବ୍ୟବହାର କରିବା ସହ ଅମିନ କୁଳମଣି ନାଏକଙ୍କୁ ଡକାଇ ଅଫିସରୁ ବାହାର କରିବାକୁ ନିର୍ଦ୍ଧେଶ ଦେବା ପରେ ଅମିନ ଜିଲାପରିଷଦ ସଭ୍ୟଙ୍କୁ ଧକ୍କାମାରି ବାହାର କରିଦେଇଥିଲେ।

ଘଟଣାକୁ ନେଇ ଦଳିୟ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।ଏ ନେଇ ତହସିଲଦାରଙ୍କ ବିରୋଧ ପରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀଙ୍କୁ କର୍ମକର୍ତ୍ତା ଭେଟି ଆଲୋଚନା କରିଥିଲେ। ରାଜସ୍ବ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଧେଶ ପରେ ତଦନ୍ତ ରିପୋଟକୁ ଭିତ୍ତି କରି ତହସିଲଦାରଙ୍କୁ ବଦଳି କରାଯାଇଛି।

The post ଅମିନଙ୍କୁ ନିଲମ୍ବିତ ପରେ ତହସିଲଦାରଙ୍କୁ ବଦଳି appeared first on Dharitri Odia News.