ଅମିର ଖାନଙ୍କ ଫିଲ୍ମରେ ଡେବ୍ୟୁ କରିବେ ତାଙ୍କର ମାଆ , ୯୧ ବର୍ଷ ବୟସରେ ସଟ୍‌ ଦେଲେ ଜୀନତ ହୁସୈନ

ମୁମ୍ୱାଇ : ସୁପରଷ୍ଟାର ଅମିର ଖାନଙ୍କର ମାଆ ଜୀନତ ହୁସୈନ ନିଜର ପୁଅଙ୍କର ଫିଲ୍ମ ମାଧ୍ୟମରେ ୯୧ ବର୍ଷ ବୟସରେ ବଲିଉଡ୍‌ ଡେବ୍ୟୁ କରିବେ। ଏକ ରିପୋର୍ଟ ମୁତାବିକ ଫିଲ୍ମର ନିର୍ଦ୍ଦେଶକ ଆରଏସ୍‌ ପ୍ରସନ୍ନା ଅମିର ଖାନଙ୍କୁ ଅନୁରୋଧ କରି ଥିଲେ , ଏହାପରେ ସେ ଏହି ଚରିତ୍ରକୁ କରିବା ପାଇଁ ନିଜ ମାଆଙ୍କ ସହ କଥା ହୋଇ ଥିଲେ। ଅମିର ଖାନଙ୍କ ଭଉଣୀ ନିଖତ ଖାନ ମଧ୍ୟ ଏହି ଫିଲ୍ମରେ ଦର୍ଶକଙ୍କୁ ନଜର ଆସିବେ।  ଅମିର ଖାନଙ୍କ ମାଆ ଜୀନତ ହୁସୈନଙ୍କୁ ୧୩ ଜୁନ୍‌ରେ ୯୧ ବର୍ଷ ବୟସ ହେବାକୁ ଯାଉଛି। ଅମିର ଖାନ ସେହି କାହାଣୀ ବି ଶୁଣାଇଛନ୍ତି , କେମିତି ତାଙ୍କର ମାଆ ପ୍ରଥମ ଥର ସୁଟିଂ ସେଟ୍‌କୁ ଆସି ଥିଲେ। ସୁଟିଂ ସେଟ୍‌ରେ ପହଞ୍ଚିଲେ ଆମିରଙ୍କ ମାଆ –ଅମିର ଖାନ କହିଛନ୍ତି ଯେ, ତାଙ୍କର ମାଆ କେବେ ସୁଟିଂ ହେବାର ଦେଖି ନଥିଲେ। କିନ୍ତୁ ଯେବେ ‘ ସିତାରେ ଜମିନ ପର୍‌’ ର ସୁଟିଂ ଚାଲୁଥିଲା, ସେତେବେଳେ ତାଙ୍କର ମାଆ ଜୀନତ ହୁସୈନ ଲୋକେସନକୁ ଯାଇ ଏହା ଦେଖିବାକୁ ଇଚ୍ଛା ପ୍ରକାଶ କଲେ, ଫିଲ୍ମ କେମିତି ହୁଏ। ଏହି ସମୟରେ ତାଙ୍କ ଟିମ୍‌ ‘ହ୍ୟାପି ୱେଡିଂ ସଙ୍ଗ୍‌ ’ ସୁଟ୍‌ କରୁ ଥିଲେ। ଅମିର ଖାନ କହିଥିଲେ , ପ୍ରସନ୍ନା ମୋ ପାଖକୁ ଆସିଲେ ଏବଂ କହିଲେ – ସାର୍‌ ଯଦି ଆପଣ ଖରାପ ନଭାବିନ୍ତି ତ ଆପଣ କଣ ଅମ୍ମି ଜୀଙ୍କୁ ସିନ୍‌କୁ ଆସିବାକୁ ଅନୁରୋଧ କରି ପାରିବେ ? ଏହା ଫିଲ୍ମର ଶେଷ ଗୀତ , ଏହା ଏକ ୱେଡିଂ ସେଲିବ୍ରେସନ ସିକ୍ୱେନ୍ସ ।ପ୍ରସନ୍ନା ବୁଝାଇ ଥିଲେ ଯ

ଅମିର ଖାନଙ୍କ ଫିଲ୍ମରେ ଡେବ୍ୟୁ କରିବେ ତାଙ୍କର ମାଆ , ୯୧ ବର୍ଷ ବୟସରେ ସଟ୍‌ ଦେଲେ ଜୀନତ ହୁସୈନ

ମୁମ୍ୱାଇ : ସୁପରଷ୍ଟାର ଅମିର ଖାନଙ୍କର ମାଆ ଜୀନତ ହୁସୈନ ନିଜର ପୁଅଙ୍କର ଫିଲ୍ମ ମାଧ୍ୟମରେ ୯୧ ବର୍ଷ ବୟସରେ ବଲିଉଡ୍‌ ଡେବ୍ୟୁ କରିବେ। ଏକ ରିପୋର୍ଟ ମୁତାବିକ ଫିଲ୍ମର ନିର୍ଦ୍ଦେଶକ ଆରଏସ୍‌ ପ୍ରସନ୍ନା ଅମିର ଖାନଙ୍କୁ ଅନୁରୋଧ କରି ଥିଲେ , ଏହାପରେ ସେ ଏହି ଚରିତ୍ରକୁ କରିବା ପାଇଁ ନିଜ ମାଆଙ୍କ ସହ କଥା ହୋଇ ଥିଲେ। ଅମିର ଖାନଙ୍କ ଭଉଣୀ ନିଖତ ଖାନ ମଧ୍ୟ ଏହି ଫିଲ୍ମରେ ଦର୍ଶକଙ୍କୁ ନଜର ଆସିବେ।  ଅମିର ଖାନଙ୍କ ମାଆ ଜୀନତ ହୁସୈନଙ୍କୁ ୧୩ ଜୁନ୍‌ରେ ୯୧ ବର୍ଷ ବୟସ ହେବାକୁ ଯାଉଛି। ଅମିର ଖାନ ସେହି କାହାଣୀ ବି ଶୁଣାଇଛନ୍ତି , କେମିତି ତାଙ୍କର ମାଆ ପ୍ରଥମ ଥର ସୁଟିଂ ସେଟ୍‌କୁ ଆସି ଥିଲେ। 

ସୁଟିଂ ସେଟ୍‌ରେ ପହଞ୍ଚିଲେ ଆମିରଙ୍କ ମାଆ –

ଅମିର ଖାନ କହିଛନ୍ତି ଯେ, ତାଙ୍କର ମାଆ କେବେ ସୁଟିଂ ହେବାର ଦେଖି ନଥିଲେ। କିନ୍ତୁ ଯେବେ ‘ ସିତାରେ ଜମିନ ପର୍‌’ ର ସୁଟିଂ ଚାଲୁଥିଲା, ସେତେବେଳେ ତାଙ୍କର ମାଆ ଜୀନତ ହୁସୈନ ଲୋକେସନକୁ ଯାଇ ଏହା ଦେଖିବାକୁ ଇଚ୍ଛା ପ୍ରକାଶ କଲେ, ଫିଲ୍ମ କେମିତି ହୁଏ। ଏହି ସମୟରେ ତାଙ୍କ ଟିମ୍‌ ‘ହ୍ୟାପି ୱେଡିଂ ସଙ୍ଗ୍‌ ’ ସୁଟ୍‌ କରୁ ଥିଲେ। ଅମିର ଖାନ କହିଥିଲେ , ପ୍ରସନ୍ନା ମୋ ପାଖକୁ ଆସିଲେ ଏବଂ କହିଲେ – ସାର୍‌ ଯଦି ଆପଣ ଖରାପ ନଭାବିନ୍ତି ତ ଆପଣ କଣ ଅମ୍ମି ଜୀଙ୍କୁ ସିନ୍‌କୁ ଆସିବାକୁ ଅନୁରୋଧ କରି ପାରିବେ ? ଏହା ଫିଲ୍ମର ଶେଷ ଗୀତ , ଏହା ଏକ ୱେଡିଂ ସେଲିବ୍ରେସନ ସିକ୍ୱେନ୍ସ ।

ପ୍ରସନ୍ନା ବୁଝାଇ ଥିଲେ ଯେ, ଅମିର ଖାନଙ୍କ ମାଆ ବଡ଼ ଆରାମରେ ଏହି ଗୀତରେ କୌଣସି ଅତିଥି ଭାବେ ନଜର ଆସି ପାରନ୍ତେ। ଏହା ତାଙ୍କ ପାଇଁ ଖୁବ୍‌ ଭାବୁକ କରିବା ଭଳି ଜିନିଷ ହୁଅନ୍ତା , କାରଣ ସେ ପ୍ରକୃତରେ କୌଣସି ଫିଲ୍ମର ସଦସ୍ୟ ହେବାକୁ ଚାହୁଁଥିଲେ। ଅମିର ଖାନ ପ୍ରସନ୍ନାଙ୍କୁ କହିଥିଲେ – ତୁ ପାଗଳ ହୋଇ ଯାଇଛୁ  କି? ମୋର ସାହସ ହେବନାହିଁ ଅମ୍ମିଙ୍କୁ ପଚାରିବାକୁ ,କି ଫିଲ୍ମରେ କାମ କର , ସଟ୍‌ ଦିଅ। ସେ ବହୁତ ଜିଦିଆ। ସେ ଶୁଣିବେ ନାହିଁ। ନିଜ ସମୟ ନଷ୍ଟ କର ନାହିଁ। ଅମିର ଖାନ କହିଛନ୍ତି ଯେ, ସେ ବାରମ୍ୱାର ମୋତେ କହୁଛନ୍ତି ଯେ, ଥରେ ତାଙ୍କୁ ପଚାର।

ଅମିର ଖାନ କହିଛନ୍ତି ଯେ, ଏହାପରେ ସେ ଯାଇ ନିଜ ମାଆଙ୍କୁ ପଚାରି ଥିଲେ –ଅମ୍ମି ରିକ୍ୱେଷ୍ଟ କରୁଛି , ଅତିଥି ଭୂମିକାରେ ଫିଲ୍ମରେ ଗୋଟିଏ ସଟ୍‌ ଦିଅ। ସେ କହିଲେ – ଠିକ୍‌ ଅଛି। ମୁଁ ଆଶ୍ଚର୍ଯ୍ୟ ହୋଇଥିଲି। ଏହିପରି ଭାବେ ସେ ୨-୩ଟି ସଟ୍‌ ପାଇଁ ଫିଲ୍ମରେ ନଜର ଆସିଲେ। ଏହା ମୋର ଏକମାତ୍ର ଫିଲ୍ମ ଯେଉଁଥିରେ ସେ ନଜର ଆସିଛନ୍ତି। କହି ରଖୁଛୁ କି, ଫିଲ୍ମରେ ଜେନେଲିଆ ଦେଶମୁଖ ମଧ୍ୟ ଅଛନ୍ତି, ଯିଏକି ଆମିର ଖାନଙ୍କ ଲଭ୍‌ ଇଣ୍ଟ୍ରେଷ୍ଟର ଚରିତ୍ର କରିଛନ୍ତି। ଫିଲ୍ମର ରିଲିଜ୍‌ ଡେଟ୍‌ କଥା ଯଦି କହିବା ତ ଏହା ୨୦ ଜୁନ୍‌ରେ ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି।