ସୁକୁମା ମାଓ ଆକ୍ରମଣରେ ଦୁଇ ଡିଆରଜି ଯବାନ ଗୁରୁତର, ବନ୍ଧୁକ ଲୁଟିନେଲେ ମାଓବାଦୀ

ମାଲକାନଗିରି ୩।୧୧: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ ମାଓ ଆକ୍ରମଣ । ମାଓବାଦୀଙ୍କ ଆକ୍ରମଣରେ ଦୁଇ ଡିଆରଜି ଯବାନ ଗୁରୁତର । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି ।ସୂଚନାଯୋଗ୍ୟ ଯେ, ସୁକମା ଜିଲ୍ଲା ଜଗରକୋଣ୍ଡା ଅଞ୍ଚଳରେ ସାପ୍ତାହିକ ବଜାରରେ ମାଓବାଦୀ ମାନେ ଆକ୍ରମଣ କରିଥିଲେ । ସେଠାରେ ଡ୍ୟୁଟିରେ ଥିବା ଦୁଇ ଜଣ ଡିଆରଜି ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ମାଓବାଦୀ । ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଯବାନ ଗୁରୁତର ହୋଇଥିଲେ । ଗୁରୁତର ଯବାନ ହେଲେ କର୍ତମ ଦେବା ଓ ସୋଢି କୁନା । ଖବର ପାଇ ଅନ୍ୟ ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁଇ ଗୁରୁତର ଯବାନଙ୍କୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ପ୍ରଥମେ ଜାଗରକୋଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଦୁଇ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ସୁକୁମା ଏସ୍‌ପି କିରଣ ଚୌହାନ ସୂଚନା ଦେଇଛନ୍ତି ।ତେବେ ମାଓବାଦୀ ମାନେ ଯବାନଙ୍କ ବନ୍ଧୁକ ଲୁଟି ନେଇଥିବା ଜଣାପଡିଛି । ଘଟଣା ପରେ ସାପ୍ତାହିକ ବଜାରରେ ହଟଚମଟ ସୃଷ୍ଟି ହୋଇଥିଲା । You Can Read:ନାଗପୁର ପୋଲିସ ହେପାଜତରୁ ଆସାମୀ ଚମ୍ପଟ, ମୋହନା ଅଞ୍ଚଳରେ ଚାଲିଛି ଖୋଜା 

ସୁକୁମା ମାଓ ଆକ୍ରମଣରେ ଦୁଇ ଡିଆରଜି ଯବାନ ଗୁରୁତର, ବନ୍ଧୁକ ଲୁଟିନେଲେ ମାଓବାଦୀ

ମାଲକାନଗିରି ୩।୧୧: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ ମାଓ ଆକ୍ରମଣ । ମାଓବାଦୀଙ୍କ ଆକ୍ରମଣରେ ଦୁଇ ଡିଆରଜି ଯବାନ ଗୁରୁତର । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୁକମା ଜିଲ୍ଲା ଜଗରକୋଣ୍ଡା ଅଞ୍ଚଳରେ ସାପ୍ତାହିକ ବଜାରରେ ମାଓବାଦୀ ମାନେ ଆକ୍ରମଣ କରିଥିଲେ । ସେଠାରେ ଡ୍ୟୁଟିରେ ଥିବା ଦୁଇ ଜଣ ଡିଆରଜି ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ମାଓବାଦୀ । ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଯବାନ ଗୁରୁତର ହୋଇଥିଲେ । ଗୁରୁତର ଯବାନ ହେଲେ କର୍ତମ ଦେବା ଓ ସୋଢି କୁନା । ଖବର ପାଇ ଅନ୍ୟ ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁଇ ଗୁରୁତର ଯବାନଙ୍କୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ପ୍ରଥମେ ଜାଗରକୋଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଦୁଇ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ସୁକୁମା ଏସ୍‌ପି କିରଣ ଚୌହାନ ସୂଚନା ଦେଇଛନ୍ତି ।

ତେବେ ମାଓବାଦୀ ମାନେ ଯବାନଙ୍କ ବନ୍ଧୁକ ଲୁଟି ନେଇଥିବା ଜଣାପଡିଛି । ଘଟଣା ପରେ ସାପ୍ତାହିକ ବଜାରରେ ହଟଚମଟ ସୃଷ୍ଟି ହୋଇଥିଲା । 

You Can Read:

ନାଗପୁର ପୋଲିସ ହେପାଜତରୁ ଆସାମୀ ଚମ୍ପଟ, ମୋହନା ଅଞ୍ଚଳରେ ଚାଲିଛି ଖୋଜା