ଜାଣନ୍ତୁ ବର୍ଷାରେ କେମିତି ରହିବେ ଫିଟ୍

ବର୍ତ୍ତମାନ କିଛିଦିନ ହେବ ଲାଗି ବର୍ଷା ରହୁଛି। ତେବେ ଭିଜିବାର କାରଣ ଯାହାହେଉ ନା କାହିଁକି, ଏହା ଯୋଗୁ ପରବର୍ତ୍ତୀ ସମୟରେ ଫ୍ଲୁ ସମସ୍ୟା ଦେଖାଦେଉଛି ଏବଂ ଏଥିପାଇଁ ଔଷଧ ଖାଇବାକୁ ପଡ଼ୁଛି । ହେଲେ ଆପଣ ଚାହିଁଲେ ଔଷଧ ପରିବର୍ତ୍ତେ କେତୋଟି ଖାଦ୍ୟ ଖାଇବା ଦ୍ୱାରା ଏହି ସମସ୍ୟା ଦୂରେଇପାରିବେ… ଭିଟାମିନ୍‌ ସି’ଯୁକ୍ତ ଖାଦ୍ୟ: ଦୈନନ୍ଦିନ ଖାଦ୍ୟ ତାଲିକାରେ ଭିଟାମିନ୍‌ ସି’ଯୁକ୍ତ ଖାଦ୍ୟକୁ ସାମିଲ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଲେମ୍ବୁ, କମଳା, […] The post ଜାଣନ୍ତୁ ବର୍ଷାରେ କେମିତି ରହିବେ ଫିଟ୍ appeared first on Dharitri Odia News.

ଜାଣନ୍ତୁ ବର୍ଷାରେ କେମିତି ରହିବେ ଫିଟ୍

ବର୍ତ୍ତମାନ କିଛିଦିନ ହେବ ଲାଗି ବର୍ଷା ରହୁଛି। ତେବେ ଭିଜିବାର କାରଣ ଯାହାହେଉ ନା କାହିଁକି, ଏହା ଯୋଗୁ ପରବର୍ତ୍ତୀ ସମୟରେ ଫ୍ଲୁ ସମସ୍ୟା ଦେଖାଦେଉଛି ଏବଂ ଏଥିପାଇଁ ଔଷଧ ଖାଇବାକୁ ପଡ଼ୁଛି । ହେଲେ ଆପଣ ଚାହିଁଲେ ଔଷଧ ପରିବର୍ତ୍ତେ କେତୋଟି ଖାଦ୍ୟ ଖାଇବା ଦ୍ୱାରା ଏହି ସମସ୍ୟା ଦୂରେଇପାରିବେ…

ଭିଟାମିନ୍‌ ସି’ଯୁକ୍ତ ଖାଦ୍ୟ: ଦୈନନ୍ଦିନ ଖାଦ୍ୟ ତାଲିକାରେ ଭିଟାମିନ୍‌ ସି’ଯୁକ୍ତ ଖାଦ୍ୟକୁ ସାମିଲ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଲେମ୍ବୁ, କମଳା, ଆତାପି, ଟମାଟୋ ଆଦିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ସି’ ଭରି ରହିଥିବାରୁ ଏହାକୁ ଖାଇଲେ ବର୍ଷାଦିନେ ଫ୍ଲୁ ସମସ୍ୟା ହେବାକୁ ଦେଇ ନ ଥାଏ।
ପାଣି ଓ ଜୁସ୍‌: ଶରୀରରେ ଜଳୀୟାଂଶ କମିଲେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଯାହାଫଳରେ ବର୍ଷାପାଣି ସଂସ୍ପର୍ଶରେ ଆସିବାମାତ୍ରେ ସହଜରେ ଫ୍ଲୁ ହୋଇଥାଏ।
ରସୁଣ: ଏହା କେବଳ ଏକ ମସଲା ଭାବେ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ, ବରଂ ଏଥିରେ ଭରି ରହିଛି ବିଭିନ୍ନ ଔଷଧୀୟ ଗୁଣ। ଏଥିରେ ଥିବା ଆଣ୍ଟିଭାଇରାଲ, ଆଣ୍ଟିବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟିଫଙ୍ଗାଲ୍‌ ତତ୍ତ୍ୱ ଫ୍ଲୁ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ତେଣୁ ପ୍ରତିଦିନ ୨ କୋଲା ରସୁଣ କଞ୍ଚା ଖାଇଲେ ଉପକୃତ ହେବେ।
ଅଦା: ଏଥିରେ ଥିବା ପ୍ରଚୁର ଔଷଧୀୟ ଗୁଣ ଥଣ୍ଡା, କାଶ, କଫ ଭଳି ସମସ୍ୟା ଦୂର କରିବାରେ ବେଶ୍‌ ସାହାଯ୍ୟ କରିଥାଏ। ହଠାତ୍‌ ଓଦା ହୋଇଗଲେ ଥଣ୍ଡା ନ ଧରିବା ଲାଗି ଆପଣ ଏକ କପ୍‌ ଅଦାପକା ଚା ପିଅନ୍ତୁ। ଅଦାରସରେ ମହୁ ମିଶାଇ ଖାଇବା ଦ୍ୱାରା ଫ୍ଲୁ ସମସ୍ୟାରୁ ଉପଶମ ମିଳିଥାଏ।
ତଟକା ପନିପରିବା: ତଟକା ପନିପରିବା ଏବଂ ଶାଗରେ ପ୍ରଚୁର ପରିମାଣରେ ଭିଟାମିନ୍‌ ଇ, ସି, ଆଇରନ୍‌, କ୍ୟାଲ୍‌ସିୟମ୍‌, ଫାଇବର୍‌ ଏବଂ ଅନ୍ୟାନ୍ୟ ପୋଷକତତ୍ତ୍ୱ ଭରିରହିଛି, ଯାହାକି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ତେଣୁ ଏହାକୁ ଖାଦ୍ୟ ତାଲିକାରେ ସାମିଲ କଲେ ଫ୍ଲୁ ସମସ୍ୟା ଦୂରେଇ ରହିଥାଏ।

The post ଜାଣନ୍ତୁ ବର୍ଷାରେ କେମିତି ରହିବେ ଫିଟ୍ appeared first on Dharitri Odia News.