ସମ୍ବଲପୁରରେ ଜଣ୍ଡିସ୍‌ ଆତଙ୍କ: ୫୯ ଚିହ୍ନଟ

ସମ୍ବଲପୁର,୨୦ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ପୁଣିଥରେ ଦେଖାଦେଇଛି ଜଣ୍ଡିସ୍‌(କାମଳ ରୋଗ) ଆତଙ୍କ। ସହରର କୁମ୍ଭାରପଡ଼ା, ଶାଲିଆବଗିଚା ଓ ପେନସନପଡ଼ା ଅଞ୍ଚଳରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସରକାରୀ ଭାବେ ଗତ ଏକ ମାସ ମଧ୍ୟରେ ୫୯ ଜଣ୍ଡିସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ କୁମ୍ଭାରପଡ଼ାରେ ସର୍ବାଧିକ ୪୧ଜଣ, ଶାଲିଆବଗିଚାରୁ ୮ ଓ ପେନସନପଡ଼ାରେ ୧୦ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବୟସ ୧୪ରୁ ୨୦ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ୨୦୧୩ରେ ସମ୍ବଲପୁରକୁ ଫେରିଛି ଜଣ୍ଡିସ। ୨୦୧୩ ମସିହାରେ […] The post ସମ୍ବଲପୁରରେ ଜଣ୍ଡିସ୍‌ ଆତଙ୍କ: ୫୯ ଚିହ୍ନଟ appeared first on Dharitri Odia News.

ସମ୍ବଲପୁରରେ ଜଣ୍ଡିସ୍‌ ଆତଙ୍କ:  ୫୯ ଚିହ୍ନଟ

ସମ୍ବଲପୁର,୨୦ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ପୁଣିଥରେ ଦେଖାଦେଇଛି ଜଣ୍ଡିସ୍‌(କାମଳ ରୋଗ) ଆତଙ୍କ। ସହରର କୁମ୍ଭାରପଡ଼ା, ଶାଲିଆବଗିଚା ଓ ପେନସନପଡ଼ା ଅଞ୍ଚଳରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସରକାରୀ ଭାବେ ଗତ ଏକ ମାସ ମଧ୍ୟରେ ୫୯ ଜଣ୍ଡିସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ କୁମ୍ଭାରପଡ଼ାରେ ସର୍ବାଧିକ ୪୧ଜଣ, ଶାଲିଆବଗିଚାରୁ ୮ ଓ ପେନସନପଡ଼ାରେ ୧୦ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବୟସ ୧୪ରୁ ୨୦ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି।

୨୦୧୩ରେ ସମ୍ବଲପୁରକୁ ଫେରିଛି ଜଣ୍ଡିସ। ୨୦୧୩ ମସିହାରେ ଜଣ୍ଡିସ ରୋଗରେ ୨୪ ଜଣଙ୍କ ପ୍ରାଣହାନୀ ଘଟି କୁହାଯାଉଥିବା ବେଳେ ସରକାରୀ ଭାବେ ଏହାର ସଂଖ୍ୟା ୧୭ କୁହାଯାଇଥିଲା। ଏହି ସମୟରେ ସହରର ୧ ହଜାରରୁ ଅଧିକ ଆକ୍ରାନ୍ତ ହେଇଥିଲେ। ତେବେ ବର୍ତ୍ତମାନ ସମ୍ବଲପୁରରେ ଚିହ୍ନଟ ହୋଇଥିବା ଜଣ୍ଡିସ ଆକ୍ରାନ୍ତମାନେ ଶୀତଳ ଷଷ୍ଠୀ ସମୟରେ ସଙ୍କ୍ରମିତ ହୋଇଥିବା ଅନୁମାନ କରାଯାଉଛି।

ଦୂଷିତ ପାଣି ବ୍ୟବହାର, ପାନୀୟ ଜଳରେ ଦୂଷିତ ନର୍ଦ୍ଦମାଜଳ ମିଶିବା ଆଦି କାରଣରୁ ସହରରେ ଜଣ୍ଡିସ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆବର୍ଜନା ଜଳ ନିଷ୍କାସନ ପାଇଁ ରହିଥିବା ନାଳ ନର୍ଦ୍ଦମାର ଉପଯୁକ୍ତ ସଫେଇ ଅଭାବ ଜଣ୍ଡିସ ବ୍ୟାପିବାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି। ତେବେ ସହରରେ ପାନୀୟ ଜଳ ଯୋଗାଣ ହେଉଥିବା ପାଇପ୍‌ ଅଧିକାଂଶ ସ୍ଥାନରେ ନାଳ ମଧ୍ୟ ଦେଇ ବିଛା ଯାଇଛି। କେତେକ ସ୍ଥାନରେ ନାଳମଧ୍ୟରେ ପାଇପ ଗୁଡ଼ିକ ଏଭଳି ବିଛା ଯାଇଛି ଯେ କୌଣସି ପ୍ରକାରେ ନାଳ ସଫେଇ କରିବା ସମ୍ଭବ ହୋଇ ପାରୁନାହିଁ। ଫଳରେ ପାନୀୟ ଜଳ ଯୋଗାଣ ପାଇଁ ବିଛା ଯାଇଥିବା ପାଇପ୍‌ ଗୁଡ଼ିକ ବିଭିନ୍ନ ସ୍ଥାନରେ ଫାଟି ନାଳରେ ପ୍ରବାହିତ ଦୂଷିତ ଜଳ ସଂସ୍ପର୍ଶରେ ଆସି ସଂକ୍ରମିତ ହେଉଛି। ଏହାକୁ ବ୍ୟବହାର କରି ଲୋକେ ମଧ୍ୟ ବିଭିନ୍ନ ରୋଗବ୍ୟାଧିରେ ଆକ୍ରାନ୍ତ ହେଉଛନ୍ତି। ଏଥିପ୍ରତି ଜନସ୍ବାସ୍ଥ୍ୟ ବିଭାଗ ବା ମହାଗର ନିଗମ ପକ୍ଷରୁ ଆଦୌ ଦୃଷ୍ଟି ଦିଆଯାଉ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି।

The post ସମ୍ବଲପୁରରେ ଜଣ୍ଡିସ୍‌ ଆତଙ୍କ: ୫୯ ଚିହ୍ନଟ appeared first on Dharitri Odia News.