ଚେନ୍ନାଇ ଟିମ୍‌ରେ ‘ଜୁନିଅର୍‌ ମାଲିଙ୍ଗା’ଙ୍କ ଏଣ୍ଟ୍ରି

ଚେନ୍ନାଇ,୧୪।୪: ଆଇପିଏଲ୍‌ ୨୦୨୪ର ଏକ ମ୍ୟାଚ୍‌ରେ ଚେନ୍ନାଇ ସପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ମ୍ୟାଚର ପ୍ଲେଇଙ୍ଗ୍‌-୧୧ରେ କୌଣସି ପରିବର୍ତ୍ତନ କରିନାହିଁ, କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେଇଙ୍ଗ୍‌-୧୧ରେ ମାଥିଶା ପାଥିରାନା ଫେରିଛନ୍ତି। ପାଥିରାନାଙ୍କୁ ‘ଜୁନିଅର୍‌ ମାଲିଙ୍ଗା’ କୁହାଯାଉଛି। ତାଙ୍କ ବୋଲିଂ ଶୈଳୀ ଶ୍ରୀଲଙ୍କାର ପୂର୍ବତନ ଖେଳାଳି ଲାସିଥ୍‌ ମାଲିଙ୍ଗାଙ୍କ ପରି […] The post ଚେନ୍ନାଇ ଟିମ୍‌ରେ ‘ଜୁନିଅର୍‌ ମାଲିଙ୍ଗା’ଙ୍କ ଏଣ୍ଟ୍ରି appeared first on Dharitri Odia News.

ଚେନ୍ନାଇ ଟିମ୍‌ରେ ‘ଜୁନିଅର୍‌ ମାଲିଙ୍ଗା’ଙ୍କ ଏଣ୍ଟ୍ରି

ଚେନ୍ନାଇ,୧୪।୪: ଆଇପିଏଲ୍‌ ୨୦୨୪ର ଏକ ମ୍ୟାଚ୍‌ରେ ଚେନ୍ନାଇ ସପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ମ୍ୟାଚର ପ୍ଲେଇଙ୍ଗ୍‌-୧୧ରେ କୌଣସି ପରିବର୍ତ୍ତନ କରିନାହିଁ, କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେଇଙ୍ଗ୍‌-୧୧ରେ ମାଥିଶା ପାଥିରାନା ଫେରିଛନ୍ତି। ପାଥିରାନାଙ୍କୁ ‘ଜୁନିଅର୍‌ ମାଲିଙ୍ଗା’ କୁହାଯାଉଛି। ତାଙ୍କ ବୋଲିଂ ଶୈଳୀ ଶ୍ରୀଲଙ୍କାର ପୂର୍ବତନ ଖେଳାଳି ଲାସିଥ୍‌ ମାଲିଙ୍ଗାଙ୍କ ପରି ହୋଇଥିବାରୁ ତାଙ୍କୁ ଏହି ଆଖ୍ୟା ଦିଆଯାଇଛି। ମୁମ୍ବାଇ ମଧ୍ୟ ପିଛା କରି ଶେଷ ମ୍ୟାଚ ଜିତିଥିଲା ଏବଂ ଏଥର ମଧ୍ୟ ସେମାନଙ୍କ ଉଦ୍ୟମ ସମାନ ହେବ। ଅନ୍ୟପକ୍ଷରେ ସିଏସ୍‌କେ ମଧ୍ୟ ନିଜର ବିଜୟ ଧାରାକୁ ବଜାୟ ରରଖିବାକୁ ଉଦ୍ୟମ କରିବ। ଦୁଇ ଥର ଚାମ୍ପିଅନ ଦଳ ମଧ୍ୟରେ ଏହି ସଂଘର୍ଷ ଅତ୍ୟନ୍ତ ରୋମାଞ୍ଚକର ହେବ।

The post ଚେନ୍ନାଇ ଟିମ୍‌ରେ ‘ଜୁନିଅର୍‌ ମାଲିଙ୍ଗା’ଙ୍କ ଏଣ୍ଟ୍ରି appeared first on Dharitri Odia News.