ଶହୀଦ ଅଂଶୁମାନଙ୍କ ବାପାଙ୍କ ବଡ଼ ବୟାନ, ବୋହୂ ଚାହିଁଲେ ସାନପୁଅ ସହ କରିଦେବୁ ବିବାହ
ନୂଆଦିଲ୍ଲୀ,୧୩।୭: ଶହୀଦ କ୍ୟାପଟେନ ଅଂଶୁମାନଙ୍କ ବାପା ରବି ପ୍ରତାପ ଗଣମାଧ୍ୟମରେ ଏପରି ଏକ ବୟାନ ଦେଇଛନ୍ତି ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଜାତୀୟ ଜଣମାଧ୍ୟମକୁ ରବି କହିଛନ୍ତି, ବର୍ତ୍ତମାନ ସେ ନିଜ ବୋହୂ ସ୍ମୃତିର ବିବାହ ତାଙ୍କ ସାନପୁଅ ସହ କରିବାକୁ ଚାହୁଁଛନ୍ତି। ଯଦି ଅଂଶୁମାନଙ୍କର ସ୍ମୃତି ସହ ଏହି ଘରେ ରହିବାକୁ ଚାହୁଁଛନ୍ତି ତେବେ ସେ ତାଙ୍କ ସାନପୁଅର ବାହାଘର ତାଙ୍କ ସହ କରିଦେବେ। ବାକି ଯଦି ସ୍ମୃତି ଏଥିରେ ସହମତି ହେଉଛନ୍ତି […] The post ଶହୀଦ ଅଂଶୁମାନଙ୍କ ବାପାଙ୍କ ବଡ଼ ବୟାନ, ବୋହୂ ଚାହିଁଲେ ସାନପୁଅ ସହ କରିଦେବୁ ବିବାହ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୭: ଶହୀଦ କ୍ୟାପଟେନ ଅଂଶୁମାନଙ୍କ ବାପା ରବି ପ୍ରତାପ ଗଣମାଧ୍ୟମରେ ଏପରି ଏକ ବୟାନ ଦେଇଛନ୍ତି ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଜାତୀୟ ଜଣମାଧ୍ୟମକୁ ରବି କହିଛନ୍ତି, ବର୍ତ୍ତମାନ ସେ ନିଜ ବୋହୂ ସ୍ମୃତିର ବିବାହ ତାଙ୍କ ସାନପୁଅ ସହ କରିବାକୁ ଚାହୁଁଛନ୍ତି। ଯଦି ଅଂଶୁମାନଙ୍କର ସ୍ମୃତି ସହ ଏହି ଘରେ ରହିବାକୁ ଚାହୁଁଛନ୍ତି ତେବେ ସେ ତାଙ୍କ ସାନପୁଅର ବାହାଘର ତାଙ୍କ ସହ କରିଦେବେ। ବାକି ଯଦି ସ୍ମୃତି ଏଥିରେ ସହମତି ହେଉଛନ୍ତି ତେବେ ଯାଇ ଏହା ସମ୍ଭବ ହେବ।
ଶହୀଦ କ୍ୟାପଟେନଙ୍କ ବାପା କହିଛନ୍ତତ, ତାଙ୍କ ସାନପୁଅ, ସ୍ମୃତିଠାରୁ ମାତ୍ର ୨ ବର୍ଷ ସାନ। ସ୍ମୃତି ଏହି ଘର ପାଇଁ ଝିଅ ଓ ବୋହୂ ମଧ୍ୟ। ଯଦି ସେ ସାନ ପୁଅକୁ ବିବାହ କରନ୍ତି, ତେବେ ତାଙ୍କୁ ଝିଅ ଭଳି ବିଦା କରିବେ। ରବି ପ୍ରତାପ ଆହୁରି କହିଛନ୍ତି ଯେ, ସେ ତାଙ୍କ ବୋହୂଙ୍କୁ ବିବାହ କରିବା ବିଷୟରେ ସେତେବେଳେ କହିଥିଲେ ଯେତେବେଳେ ସ୍ମୃତିଙ୍କୁ ୨୬ବର୍ଷ ହୋଇ ଯାଇଥିଲା।
ତେବେ କୀର୍ତ୍ତି ଚକ୍ରରେ ସମ୍ମାନିତ ହେବା ପରେ ଶହୀଦ କ୍ୟାପଟେନ ଅଂଶୁମାନଙ୍କ ବାପାମାଆ ତାଙ୍କ ବୋହୂଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ। ସେମାନେ କହିଥିଲେ, ପୁଅ ଯିବା ପରେ ବୋହୂ ବହୁଦିନ ଧରି ନିଜ ବାପଘରକୁ ଯାଇଛନ୍ତି। ସେବେଠୁ ଆଉ ଫେରିନାହାନ୍ତି । କୀର୍ତ୍ତି ଚକ୍ର ପାବା ପରେ ମୋତେ ତାକୁ ସ୍ମୃତି ଛୁଇଁବାକୁ ଦେଇ ନ ଥିଲେ।
The post ଶହୀଦ ଅଂଶୁମାନଙ୍କ ବାପାଙ୍କ ବଡ଼ ବୟାନ, ବୋହୂ ଚାହିଁଲେ ସାନପୁଅ ସହ କରିଦେବୁ ବିବାହ appeared first on Dharitri Odia News.