ଟ୍ରମ୍ପ ହାରିଲେ ଏହା ଆମେରିକାର ଶେଷ ନିର୍ବାଚନ ହେବ...ରିପବ୍ଲିକାନ ପାର୍ଟିକୁ ମସ୍କଙ୍କ ଖୋଲା ସମର୍ଥନ

ନୂଆଦିଲ୍ଲୀ: ଟେସଲା ଏବଂ ସ୍ପେସ୍‌ଏକ୍ସର ସିଇଓ ତଥା ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟକୁ ଜରୁରି ବୋଲି କହିଛନ୍ତି । ଟ୍ରମ୍ପଙ୍କ ପାଇଁ ନିଜ ସମର୍ଥନ ଜଣାଇ ମସ୍କ କହିଛନ୍ତି ଯେ ଯଦି ଡୋନାଲ୍ଡ ଟ୍ରମ୍ପ ପରାଜିତ ହୁଅନ୍ତି, ତେବେ ଏହା ଆମେରିକା ପାଇଁ ଶେଷ ନିର୍ବାଚନ ହେବ । ଫକ୍ସ ନ୍ୟୁଜର ପୂର୍ବତନ ହୋଷ୍ଟ କାର୍ଲସନଙ୍କ ସହ ଏକ ସାକ୍ଷାତକାରରେ ମସ୍କ କହିଛନ୍ତି ଯେ ସେ ୨୦୨୪ରେ ଆମେରିକୀୟ ନିର୍ବାଚନ ପାଇଁ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପଙ୍କ ସହ ମଜଭୁତି ସହ ଛିଡ଼ା ହୋଇଛନ୍ତି । ମସ୍କ କହିଛନ୍ତି, 'ଯଦି ଟ୍ରମ୍ପ ହାରି ଯାଆନ୍ତି, ତେବେ ମୋ ପାଇଁ ଏହା ଏକ ବଡ଼ ଝଟକା ହେବ । ଯଦି ଟ୍ରମ୍ପ ହାରନ୍ତି, ମୋର ଜେଲ ଦଣ୍ଡ କେତେ ଲମ୍ୱା ହେବ ବୋଲି ଭାବୁଛନ୍ତି ? ମୁଁ ମତରେ ଟ୍ରମ୍ପ ଯଦି ଏହି ନିର୍ବାଚନ ନଜିତନ୍ତି, ତେବେ ଏହା ଆମର ଶେଷ ନିର୍ବାଚନ ହେବ ।' ଟ୍ରମ୍ପଙ୍କ ପେନସଲଭେନିଆ ରାଲିରେ ମସ୍କ ପୂର୍ବତନ ରାଷ୍ଟ୍ରପତିଙ୍କ ପାଇଁ ନିଜ ସମର୍ଥନ ଘୋଷଣା କରିଥିଲେ ।କାର୍ଲସନଙ୍କ ସହ ସାକ୍ଷାତକାରରେ ମସ୍କ କହିଛନ୍ତି, 'ଅବୈଧ ପ୍ରବାସୀଙ୍କୁ ଜାଣିଶୁଣି କିଛି ପ୍ରମୁଖ ରାଜ୍ୟରୁ ନିଆଯାଇଛି, ଯେଉଁଠାରେ ସେମାନଙ୍କୁ ନାଗରିକତା ଦିଆଯିବ ଏବଂ ଡେମୋକ୍ରାଟିକ୍ ପାର୍ଟି ସପକ୍ଷରେ ମତଦାନ କରିବେ । ଏଠାରେ ଏକ ବଡ଼ ଖେଳ ଚାଲିଛି, କାରଣ ସ୍ୱିଙ୍ଗ-ଷ୍ଟେଟ୍ ମାର୍ଜିନ ବେଳେବେଳେ

ଟ୍ରମ୍ପ ହାରିଲେ ଏହା ଆମେରିକାର ଶେଷ ନିର୍ବାଚନ ହେବ...ରିପବ୍ଲିକାନ ପାର୍ଟିକୁ ମସ୍କଙ୍କ ଖୋଲା ସମର୍ଥନ

ନୂଆଦିଲ୍ଲୀ: ଟେସଲା ଏବଂ ସ୍ପେସ୍‌ଏକ୍ସର ସିଇଓ ତଥା ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟକୁ ଜରୁରି ବୋଲି କହିଛନ୍ତି । ଟ୍ରମ୍ପଙ୍କ ପାଇଁ ନିଜ ସମର୍ଥନ ଜଣାଇ ମସ୍କ କହିଛନ୍ତି ଯେ ଯଦି ଡୋନାଲ୍ଡ ଟ୍ରମ୍ପ ପରାଜିତ ହୁଅନ୍ତି, ତେବେ ଏହା ଆମେରିକା ପାଇଁ ଶେଷ ନିର୍ବାଚନ ହେବ । ଫକ୍ସ ନ୍ୟୁଜର ପୂର୍ବତନ ହୋଷ୍ଟ କାର୍ଲସନଙ୍କ ସହ ଏକ ସାକ୍ଷାତକାରରେ ମସ୍କ କହିଛନ୍ତି ଯେ ସେ ୨୦୨୪ରେ ଆମେରିକୀୟ ନିର୍ବାଚନ ପାଇଁ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପଙ୍କ ସହ ମଜଭୁତି ସହ ଛିଡ଼ା ହୋଇଛନ୍ତି । 

ମସ୍କ କହିଛନ୍ତି, 'ଯଦି ଟ୍ରମ୍ପ ହାରି ଯାଆନ୍ତି, ତେବେ ମୋ ପାଇଁ ଏହା ଏକ ବଡ଼ ଝଟକା ହେବ । ଯଦି ଟ୍ରମ୍ପ ହାରନ୍ତି, ମୋର ଜେଲ ଦଣ୍ଡ କେତେ ଲମ୍ୱା ହେବ ବୋଲି ଭାବୁଛନ୍ତି ? ମୁଁ ମତରେ ଟ୍ରମ୍ପ ଯଦି ଏହି ନିର୍ବାଚନ ନଜିତନ୍ତି, ତେବେ ଏହା ଆମର ଶେଷ ନିର୍ବାଚନ ହେବ ।' ଟ୍ରମ୍ପଙ୍କ ପେନସଲଭେନିଆ ରାଲିରେ ମସ୍କ ପୂର୍ବତନ ରାଷ୍ଟ୍ରପତିଙ୍କ ପାଇଁ ନିଜ ସମର୍ଥନ ଘୋଷଣା କରିଥିଲେ ।

କାର୍ଲସନଙ୍କ ସହ ସାକ୍ଷାତକାରରେ ମସ୍କ କହିଛନ୍ତି, 'ଅବୈଧ ପ୍ରବାସୀଙ୍କୁ ଜାଣିଶୁଣି କିଛି ପ୍ରମୁଖ ରାଜ୍ୟରୁ ନିଆଯାଇଛି, ଯେଉଁଠାରେ ସେମାନଙ୍କୁ ନାଗରିକତା ଦିଆଯିବ ଏବଂ ଡେମୋକ୍ରାଟିକ୍ ପାର୍ଟି ସପକ୍ଷରେ ମତଦାନ କରିବେ । ଏଠାରେ ଏକ ବଡ଼ ଖେଳ ଚାଲିଛି, କାରଣ ସ୍ୱିଙ୍ଗ-ଷ୍ଟେଟ୍ ମାର୍ଜିନ ବେଳେବେଳେ ୧୦-୨୦ ହଜାର ଭୋଟର ହୋଇଥାଏ ।

ମସ୍କ ଆହୁରି କହିଛନ୍ତି, 'ମୋର ଭବିଷ୍ୟତବାଣୀ ଏହା ଯେ ଯଦି ଡେମୋକ୍ରାଟିକ୍ ପାର୍ଟି ଆଗାମୀ ଚାରି ବର୍ଷ କ୍ଷମତାରେ ରୁହେ, ଅନେକ ଅବୈଧ ଜିନିଷକୁ ବୈଧ କରିଦେବ ଯାହା ଆଗାମୀ ନିର୍ବାଚନରେ କୌଣସି ସ୍ୱିଙ୍ଗ ଷ୍ଟେଟ୍ ହେବ ନାହିଁ ଏବଂ ଏକ ଦଳୀୟ ଦେଶ ହୋଇଯିବ ।' ଟ୍ରମ୍ପଙ୍କ ସମର୍ଥନ ବ୍ୟତୀତ ଏଲନ ମସ୍କ ରିପବ୍ଲିକାନ ପାର୍ଟିକୁ ଫଣ୍ଡିଂ ମଧ୍ୟ ଦେଉଛନ୍ତି । ଡୋନାଲ୍ଡ ଟ୍ରମ୍ପ ମଧ୍ୟ ନିର୍ବାଚନ ପ୍ରଚାରରେ ସଂକେତ ଦେଇଥିଲେ ଯେ ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ମସ୍କଙ୍କ ନିଜ ସରକାରରେ ବଡ଼ ଦାୟିତ୍ୱ ଦେବେ ।