ଅଯୋଧ୍ୟା ରାମ ମନ୍ଦିରରେ ଅମିତାଭ ବଚ୍ଚନଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିରରେ ଆଜି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ପୂଜାର୍ଚ୍ଚନା କରିଛନ୍ତି। ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ମଧ୍ୟ ଅମିତାଭ ଅତିଥି ଭାବେ ଯୋଗ ଦେଇଥିଲେ। ଆଜି ଦ୍ବିତୀୟ ଥର ଅମିତାଭ ଅଯୋଧ୍ୟା ଯାଇ ରାମ ଲଲ୍ଲାଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଅମିତାଭ ବଚ୍ଚନ ସରଜୁରେ ଏକ ଜାଗା କିଣିଛନ୍ତି। ମୁମ୍ବାଇର ହାଉସ ଅଫ୍ ଅଭିନନ୍ଦନ ଲୋଧା ଦ୍ବାରା ବିକଶିତ ହୋଇଥିବା ଅଯୋଧ୍ୟାର ୭ […]

ଅଯୋଧ୍ୟା ରାମ ମନ୍ଦିରରେ ଅମିତାଭ ବଚ୍ଚନଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିରରେ ଆଜି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ପୂଜାର୍ଚ୍ଚନା କରିଛନ୍ତି। ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ମଧ୍ୟ ଅମିତାଭ ଅତିଥି ଭାବେ ଯୋଗ ଦେଇଥିଲେ। ଆଜି ଦ୍ବିତୀୟ ଥର ଅମିତାଭ ଅଯୋଧ୍ୟା ଯାଇ ରାମ ଲଲ୍ଲାଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଅମିତାଭ ବଚ୍ଚନ ସରଜୁରେ ଏକ ଜାଗା କିଣିଛନ୍ତି। ମୁମ୍ବାଇର ହାଉସ ଅଫ୍ ଅଭିନନ୍ଦନ ଲୋଧା ଦ୍ବାରା ବିକଶିତ ହୋଇଥିବା ଅଯୋଧ୍ୟାର ୭ ଷ୍ଟାର ଏନକ୍ଲେଭରେ ବଚ୍ଚନ ଜାଗା କିଣିଛନ୍ତି। ଏହାର ମୂଲ୍ୟ ପାଖାପାଖି ୧୪.୫ କୋଟି ହେବ। ଆଜି ସକାଳେ ଅମିତାଭ ବଚ୍ଚନ ଅଯୋଧ୍ୟା ରାମ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।