ଅଯୋଗ୍ୟ ସୁଭଦ୍ରା ହିତାଧୀକାରୀଙ୍କ ପାଇଁ ବଡ଼ ଖବର, ଉପମୁଖ୍ୟମନ୍ତ୍ରୀ କହିଲେ…
ସୁଭଦ୍ରା ଯୋଜନା ପାଇଁ ପ୍ରସ୍ତୁତ ହେବ ନୂଆ ଗାଇଡ୍ଲାଇନ। ଆବେଦନ କରି କଟିଯାଇଥିବା ହିତାଧିକାରୀ ଏହି ଯୋଜନାରେ ପୁଣି ସାମିଲ ହେବେ । କେଉଁ ଆଧାରରେ କଟାଗଲା ସେ ସବୁର ପରୀକ୍ଷାନିରୀକ୍ଷା କରାଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି । ପ୍ରଥମ କିସ୍ତିର ୨ଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିସାରିଥିବା ବେଳେ ତୃତୀୟ ପର୍ଯ୍ୟାୟ ଟଙ୍କା ଦେବା ପୂର୍ବରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ୧ କୋଟିରୁ […] The post ଅଯୋଗ୍ୟ ସୁଭଦ୍ରା ହିତାଧୀକାରୀଙ୍କ ପାଇଁ ବଡ଼ ଖବର, ଉପମୁଖ୍ୟମନ୍ତ୍ରୀ କହିଲେ… appeared first on Dharitri Odia News.
ସୁଭଦ୍ରା ଯୋଜନା ପାଇଁ ପ୍ରସ୍ତୁତ ହେବ ନୂଆ ଗାଇଡ୍ଲାଇନ। ଆବେଦନ କରି କଟିଯାଇଥିବା ହିତାଧିକାରୀ ଏହି ଯୋଜନାରେ ପୁଣି ସାମିଲ ହେବେ । କେଉଁ ଆଧାରରେ କଟାଗଲା ସେ ସବୁର ପରୀକ୍ଷାନିରୀକ୍ଷା କରାଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି । ପ୍ରଥମ କିସ୍ତିର ୨ଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିସାରିଥିବା ବେଳେ ତୃତୀୟ ପର୍ଯ୍ୟାୟ ଟଙ୍କା ଦେବା ପୂର୍ବରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ବର୍ତ୍ତମାନ ୧ କୋଟିରୁ ଅଧିକ ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଥିବା ବେଳେ ୨ ଲକ୍ଷ ୬୭ ହଜାର ଆବେଦନ ଖାରଜ ହୋଇଥିବା ଜଣାପଡ଼ିଛି। ସେମାନେ କିଭଳି ସୁଭଦ୍ରା ଯୋଜନାରେ ସାମିଲ ହେବେ ସେନେଇ ତର୍ଜମା କରାଯାଉଛି। ଯୋଗ୍ୟତା ଥାଇ ଆବେଦନ କରି ଯେଉଁମାନେ କଟି ଯାଇଛନ୍ତି, କେଉଁ ଆଧାରରେ ସେମାନେ କଟିଛନ୍ତି, ତା’ର ତର୍ଜମା ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ ୨ଟି ପର୍ଯ୍ୟାୟରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ହିତାଧିକାରୀ ଟଙ୍କା ପାଇଛନ୍ତି। ସେହିପରି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ଏପରି ସମୟରେ ଅନେକ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବା ଆଶାରେ ଆବେଦନ କରିଛନ୍ତି। ସେହିପରି ରାଜ୍ୟରେ ୭୩ ହଜାରରୁ ଅଧିକ ଅଙ୍ଗନଓାଡି କାର୍ଯ୍ୟରତ ରହିଛନ୍ତି। ସେମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
The post ଅଯୋଗ୍ୟ ସୁଭଦ୍ରା ହିତାଧୀକାରୀଙ୍କ ପାଇଁ ବଡ଼ ଖବର, ଉପମୁଖ୍ୟମନ୍ତ୍ରୀ କହିଲେ… appeared first on Dharitri Odia News.