ଜିଲ୍ଲା ସ୍ତରୀୟ ଲିଙ୍ଗଗତ ହିଂସା ନିରାକରଣ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଜିଲ୍ଲା ସ୍ତରୀୟ ମହିଳା ଓ ଘରୋଇ ହିଂସା ସଚେତନତା ପକ୍ଷ ପାଳିତ ହୋଇଯାଇଛି।ଲିଙ୍ଗଗତ ହିଂସା ରୋକିବା ନେଇ ଜିଲ୍ଲା ମୁଖ୍ୟ ସିକିତ୍ସାଧୀକାରୀ ଓ ଜନ ସ୍ୱାସ୍ଥ୍ୟ ସଭା କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରପ୍ରାପ୍ତ ସିଡିଏମଓ ଡା. ଭରତ ଚନ୍ଦ୍ର ଦାସ ଅଧ୍ୟକ୍ଷତା କରି ଲିଙ୍ଗଗତ ହିଂସା ବିରୋଧ ରେ ୧୬ ଦିବସୀୟ ଜିଲ୍ଲା ସ୍ତରୀୟ ସଚେତନତା ଅଭିଯାନ କାର୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏହି […] The post ଜିଲ୍ଲା ସ୍ତରୀୟ ଲିଙ୍ଗଗତ ହିଂସା ନିରାକରଣ ସଚେତନତା କାର୍ଯ୍ୟକ୍ରମ appeared first on Odisha.News.

ଜିଲ୍ଲା ସ୍ତରୀୟ ଲିଙ୍ଗଗତ ହିଂସା ନିରାକରଣ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଜିଲ୍ଲା ସ୍ତରୀୟ ମହିଳା ଓ ଘରୋଇ ହିଂସା ସଚେତନତା ପକ୍ଷ ପାଳିତ ହୋଇଯାଇଛି।ଲିଙ୍ଗଗତ ହିଂସା ରୋକିବା ନେଇ ଜିଲ୍ଲା ମୁଖ୍ୟ ସିକିତ୍ସାଧୀକାରୀ ଓ ଜନ ସ୍ୱାସ୍ଥ୍ୟ ସଭା କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରପ୍ରାପ୍ତ ସିଡିଏମଓ ଡା. ଭରତ ଚନ୍ଦ୍ର ଦାସ ଅଧ୍ୟକ୍ଷତା କରି ଲିଙ୍ଗଗତ ହିଂସା ବିରୋଧ ରେ ୧୬ ଦିବସୀୟ ଜିଲ୍ଲା ସ୍ତରୀୟ ସଚେତନତା ଅଭିଯାନ କାର୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ରେଣୁବାଳା ରଥ, ସିଏଲଏଡିର ଦୁଷ୍ମନ୍ତ ବେହେରା ,ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ଡିପିଏମ ମୌସୁମୀ ମିଶ୍ର ଓ ସଖୀ ସେଣ୍ଟର ସଂଯୋଜିକା ମୌସମୀ ଦୋରା ପ୍ରମୁଖଙ୍କ ସହ ଜିଲ୍ଲା ର ବିଭିନ୍ନ ବର୍ଗ ର ଜନସାଧାରଣ ଉପସ୍ଥିତ ରହି ଜିଲ୍ଲା ରେ ଲିଙ୍ଗଗତ ହିଂସା ରୋକିବା ନିମନ୍ତେ କଣ କଣ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ତାହା ନେଇ କରିଥିଲେ। ସେହିଭଳି ଏଥି ପ୍ରତି ପ୍ରତ୍ୟେକ କ୍ଷେତ୍ର ରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବା ଉପରେ ମଧ୍ୟ ବୈଠକ ରେ ଆଲୋଚନା କରାଯାଇଥିଲା ।କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ମେଡିକାଲ ଅଫିସର, ପିଏଚଇଓ ,ବିପିଏମ, ହସ୍ପିଟାଲ ପରିଚାଳକ ଓ ଏନଏଚଏମ ର ପ୍ରମୁଖ ଅଧିକାରୀ ଓ କର୍ମଚାରୀ ଯୋଗଦାନ କରିଥିଲେ। ଏହାକୁ ଲିଗାଲ ଏଫୟାର୍ସ ସହ ପରିଚାଳକ ବିଧୁ ରଞ୍ଜନ ଭୋଇ ପରିଚଳନା କରିଥିଲେ।

The post ଜିଲ୍ଲା ସ୍ତରୀୟ ଲିଙ୍ଗଗତ ହିଂସା ନିରାକରଣ ସଚେତନତା କାର୍ଯ୍ୟକ୍ରମ appeared first on Odisha.News.