ଅଯୋଗ୍ୟତା ମାମଲା: ସିଏଏସ୍‌ ସାମ୍ନାରେ କରିଥିବା ଅପିଲରେ ୩ ବଡ଼ ପଏଣ୍ଟ ରଖିଲେ ଭିନେଶ, ଜାଣନ୍ତୁ କ’ଣ

ନୂଆଦିଲ୍ଳୀ,୧୦।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଭାରତୀୟ ରେସଲର ଭିନେଶ ଫୋଗଟଙ୍କ ଅଯୋଗ୍ୟତା ମାମଲା ଉପରେ ନିଷ୍ପତ୍ତି ରବିବାର ସୁଦ୍ଧା ଆସିପାରେ। କୋର୍ଟ ଅଫ ଆର୍ବିଟ୍ରେଶନ ଫର୍‌ ସ୍ପୋର୍ଟସ’ (ସିଏଏସ୍‌)ରେ ଏହି ପ୍ରସଙ୍ଗରେ ଭିନେଶ ଆବେଦନ କରିଛନ୍ତି। ଅଯୋଗ୍ୟ ହେବା ପରେ ସେ ଅବସର ଘୋଷଣା କରିଛନ୍ତି। ଭିନେଶ ତାଙ୍କ ଆବେଦନରେ ୩ଟି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଦେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଭିନେଶ ଆଥଲେଟଙ୍କ ମୌଳିକ ଅଧିକାର ବିଷୟରେ କହିଛନ୍ତି। ଏହା ସହିତ ତାଙ୍କ ଓକିଲ ହରିଶ ସାଲଭେ […] The post ଅଯୋଗ୍ୟତା ମାମଲା: ସିଏଏସ୍‌ ସାମ୍ନାରେ କରିଥିବା ଅପିଲରେ ୩ ବଡ଼ ପଏଣ୍ଟ ରଖିଲେ ଭିନେଶ, ଜାଣନ୍ତୁ କ’ଣ appeared first on Dharitri Odia News.

ଅଯୋଗ୍ୟତା ମାମଲା: ସିଏଏସ୍‌ ସାମ୍ନାରେ କରିଥିବା ଅପିଲରେ ୩ ବଡ଼ ପଏଣ୍ଟ ରଖିଲେ ଭିନେଶ, ଜାଣନ୍ତୁ କ’ଣ

ନୂଆଦିଲ୍ଳୀ,୧୦।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଭାରତୀୟ ରେସଲର ଭିନେଶ ଫୋଗଟଙ୍କ ଅଯୋଗ୍ୟତା ମାମଲା ଉପରେ ନିଷ୍ପତ୍ତି ରବିବାର ସୁଦ୍ଧା ଆସିପାରେ। କୋର୍ଟ ଅଫ ଆର୍ବିଟ୍ରେଶନ ଫର୍‌ ସ୍ପୋର୍ଟସ’ (ସିଏଏସ୍‌)ରେ ଏହି ପ୍ରସଙ୍ଗରେ ଭିନେଶ ଆବେଦନ କରିଛନ୍ତି। ଅଯୋଗ୍ୟ ହେବା ପରେ ସେ ଅବସର ଘୋଷଣା କରିଛନ୍ତି। ଭିନେଶ ତାଙ୍କ ଆବେଦନରେ ୩ଟି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଦେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଭିନେଶ ଆଥଲେଟଙ୍କ ମୌଳିକ ଅଧିକାର ବିଷୟରେ କହିଛନ୍ତି। ଏହା ସହିତ ତାଙ୍କ ଓକିଲ ହରିଶ ସାଲଭେ ମଧ୍ୟ କହିଛନ୍ତି ଯେ,ଭିନେଶ କୌଣସି ପ୍ରକାର ଠକେଇ କରିନାହାଁନ୍ତି।

ସିଏଏସ୍‌ ଅପଡେଟ ଦେଇ କହିଛି ଯେ ରବିବାର ସୁଦ୍ଧା ଭିନେଶଙ୍କ ମାମଲାର ନିଷ୍ପତ୍ତି ନିଆଯିବ। ରବିବାର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର କ୍ଲୋଜିଙ୍ଗ୍‌ ସମାରୋହ । ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ଏକ ଖବର ଅନୁଯାୟୀ, ଭିନେଶ ତିନୋଟି ମୁଖ୍ୟ ପ୍ରସଙ୍ଗ ଦେଇଛନ୍ତି। ଭିନେଶଙ୍କ ଓକିଲ ପ୍ରଥମେ ଆଥଲେଟ୍‌ଙ୍କ ମୈଳିକ ଅଧିକାର ବିଷୟରେ କହିଥିଲେ। ଏହା ସହିତ ଦ୍ୱିତୀୟ କଥା ହେଉଛି ସ୍ବର୍ଣ୍ଣ ପଦକ ପାଇଁ ତାଙ୍କର କଠିନ ପରିଶ୍ରମ ବିରୋଧରେ ତାଙ୍କୁ ଅଯୋଗ୍ୟ କରାଯାଇଛି ।

ସେମିଫାଇନାଲ ପର୍ଯ୍ୟନ୍ତ ଭିନେଶଙ୍କର ବହୁତ ଭଲ ପ୍ରଦର୍ଶନ ଥିଲା। କ୍ୱାର୍ଟର ଫାଇନାଲ ପରେ ସେ ସେମିଫାଇନାଲରେ ମଧ୍ୟ ଜିତିଥିଲେ। କିନ୍ତୁ ସ୍ବର୍ଣ୍ଣ ପଦକ ମ୍ୟାଚ ପୂର୍ବରୁ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ବୋଲି ଜଣାପଡିଥିଲା। ଏହି କାରଣରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଭିନେଶଙ୍କ ଆବେଦନରେ ଦିଆଯାଇଥିବା ତୃତୀୟ ବିଷୟ ହେଉଛି ଯେ ସମଗ୍ର ପ୍ରତିଯୋଗିତା ସମୟରେ ସେ କୌଣସି ପ୍ରକାର ଠକେଇ କରିନାହାଁନ୍ତି।

 

 

The post ଅଯୋଗ୍ୟତା ମାମଲା: ସିଏଏସ୍‌ ସାମ୍ନାରେ କରିଥିବା ଅପିଲରେ ୩ ବଡ଼ ପଏଣ୍ଟ ରଖିଲେ ଭିନେଶ, ଜାଣନ୍ତୁ କ’ଣ appeared first on Dharitri Odia News.