ଅଯୋଧ୍ୟା ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ, ଆହୁରି ଲଗାଯିବ ୧୩ଟି କବାଟ

ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଅଯୋଧ୍ୟା ଉତ୍ସବ ମୁଖର। ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରମୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ଦିନ ପୂରା ଅଯୋଧ୍ୟା । ତେବେ ଏହାରି ଭିତରେ ଅଯୋଧ୍ୟାରୁ ରାମ ମନ୍ଦିରର ଏପରି ଚିତ୍ର ସାମ୍ନାକୁ ଆସିଛି । ଯାହା ଦେଖି ସନାତନ ଧର୍ମର ସମସ୍ତ ଲୋକଙ୍କ ହୃଦୟ ଗର୍ବରେ ଫୁଲି ଉଠିବ । ଆଜି ରାମ ଲାଲାଙ୍କ ମନ୍ଦିରର ମୁଖ୍ୟ ଦ୍ୱାରରେ […] The post ଅଯୋଧ୍ୟା ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ, ଆହୁରି ଲଗାଯିବ ୧୩ଟି କବାଟ appeared first on KNews Odisha.

ଅଯୋଧ୍ୟା ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ, ଆହୁରି ଲଗାଯିବ ୧୩ଟି କବାଟ

ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଅଯୋଧ୍ୟା ଉତ୍ସବ ମୁଖର। ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରମୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ଦିନ ପୂରା ଅଯୋଧ୍ୟା । ତେବେ ଏହାରି ଭିତରେ ଅଯୋଧ୍ୟାରୁ ରାମ ମନ୍ଦିରର ଏପରି ଚିତ୍ର ସାମ୍ନାକୁ ଆସିଛି । ଯାହା ଦେଖି ସନାତନ ଧର୍ମର ସମସ୍ତ ଲୋକଙ୍କ ହୃଦୟ ଗର୍ବରେ ଫୁଲି ଉଠିବ ।
ଆଜି ରାମ ଲାଲାଙ୍କ ମନ୍ଦିରର ମୁଖ୍ୟ ଦ୍ୱାରରେ ଲାଗିଛି ସୁନା କବାଟ । ଏହି ଦୃଶ୍ୟ ଦେଖିବା ପରେ ଲୋକଙ୍କ ଖୁସିର କୌଣସି ସୀମା ନାହିଁ । ତେବେ ରାମ ମନ୍ଦିରରେ ଏହିପରି ମୋଟ୍‌ ୧୩ଟି କବାଟ ଲଗାଯିବ ।

ଶ୍ରୀରାମ ମନ୍ଦିର ଚୂଡ଼ାରେ ଲାଗିବ ଧ୍ୱଜଦଣ୍ଡ। ଗତକାଲି ଅଯୋଧ୍ୟାରେ ପହଞ୍ଚିଛି ଧ୍ୱଜ ଦଣ୍ଡ । ଅହମଦାବାଦ ଗୋଟାରୁ ୭ଟି ଧ୍ୱଜଦଣ୍ଡ ଆସିଛି । ଗୋଟିଏ ଧ୍ୱଜଦଣ୍ଡ ୪୪ ଫୁଟର ହୋଇଥିବା ବେଳେ ବାକି ୬ଟି ଧ୍ୱଜଦଣ୍ଡ ୨୦ ଫୁଟ୍ ଲେଖାଏ ରହିଛି। ୪୪ ଫୁଟର ଧ୍ୱଜଦଣ୍ଡକୁ ଶିଖର ଧ୍ୱଜଦଣ୍ଡ ବୋଲି କୁହାଯାଉଛି । ମୁଖ୍ୟ ମନ୍ଦିରରେ ଲାଗିବାକୁ ଥିବା ଧ୍ୱଜଦଣ୍ଡର ଉଚ୍ଚତା ୪୪ ଫୁଟ୍ ଥିବା ବେଳେ ଏହାର ଓଜନ ୫ ଟନ୍ ରହିଛି।

ମୁଖ୍ୟ ଗର୍ଭଗୃହରେ ଭଗବାନ ଶ୍ରୀ ରାମ ଏବଂ ତାଙ୍କ ବାଲ୍ୟକାଳର ରୂପ ରହିବ । ମନ୍ଦିରରେ ୫ ଟି ମଣ୍ଡପ ରହିବ। ଏଥିମଧ୍ୟରେ ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ , ପ୍ରାଥନା ମଣ୍ଡପ ଏବଂ କୀର୍ତ୍ତନ ମଣ୍ଡପ ରହିବ । ସ୍ତମ୍ଭ ଏବଂ କାନ୍ଥରେ ସମସ୍ତ ଦେବତା, ଏବଂ ଦେବୀଙ୍କ ମୂର୍ତ୍ତି ଖୋଦିତ ହୋଇଛି ।

 

 

 

The post ଅଯୋଧ୍ୟା ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ, ଆହୁରି ଲଗାଯିବ ୧୩ଟି କବାଟ appeared first on KNews Odisha.