ବାରମ୍ବାର ତାଗିଦ୍‌ ଓ କଡ଼ା ନିୟମ ସତ୍ତ୍ୱେ ବି ଉଠିଲା ପ୍ରଶ୍ନ, ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍‌

ପୁରୀ : ଶ୍ରୀମନ୍ଦିର ଉପରେ ଓ ନିଷିଦ୍ଧାଞ୍ଚଳରେ ଆଜି ପୁଣିଥରେ ଉଡ଼ିଛି ଡ୍ରୋନ୍ । ମଙ୍ଗଳବାର ଅପରାହ୍ନରେ ନୀଳଚକ୍ର ଓ ପରିକ୍ରମା ମାର୍ଗ ଏବଂ ଶ୍ରୀମନ୍ଦିର ଉପରେ ଏକ ଡ୍ର୍ରୋନ ୨୫ ମିନିଟ୍ ଧରି ଉଡିଥିଲା । ଗତକାଲି ସନ୍ଧ୍ୟାରେ ଏହି ଡ୍ରୋନ୍‌ ହଠାତ୍‌ ପଶ୍ଚିମଦ୍ବାର ପାର୍ଶ୍ବରୁ ଆସି ଶ୍ରୀମନ୍ଦିର ଉପରେ ଉଡ଼ିଥିଲା । ଏକାଧିକ ଥର ଶ୍ରୀମନ୍ଦିର ଉପରେ ଚକ୍କର କାଟିଥିଲା । କେତେବେଳେ ନୀଳଚକ୍ର ତ କେତେବେଳେ ଭିତର ବେଢ଼ାରେ ଥିବା ମନ୍ଦିର ସବୁର […] The post ବାରମ୍ବାର ତାଗିଦ୍‌ ଓ କଡ଼ା ନିୟମ ସତ୍ତ୍ୱେ ବି ଉଠିଲା ପ୍ରଶ୍ନ, ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍‌ appeared first on KNews Odisha.

ବାରମ୍ବାର ତାଗିଦ୍‌ ଓ କଡ଼ା ନିୟମ ସତ୍ତ୍ୱେ ବି ଉଠିଲା ପ୍ରଶ୍ନ, ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍‌
puri

ପୁରୀ : ଶ୍ରୀମନ୍ଦିର ଉପରେ ଓ ନିଷିଦ୍ଧାଞ୍ଚଳରେ ଆଜି ପୁଣିଥରେ ଉଡ଼ିଛି ଡ୍ରୋନ୍ । ମଙ୍ଗଳବାର ଅପରାହ୍ନରେ ନୀଳଚକ୍ର ଓ ପରିକ୍ରମା ମାର୍ଗ ଏବଂ ଶ୍ରୀମନ୍ଦିର ଉପରେ ଏକ ଡ୍ର୍ରୋନ ୨୫ ମିନିଟ୍ ଧରି ଉଡିଥିଲା । ଗତକାଲି ସନ୍ଧ୍ୟାରେ ଏହି ଡ୍ରୋନ୍‌ ହଠାତ୍‌ ପଶ୍ଚିମଦ୍ବାର ପାର୍ଶ୍ବରୁ ଆସି ଶ୍ରୀମନ୍ଦିର ଉପରେ ଉଡ଼ିଥିଲା । ଏକାଧିକ ଥର ଶ୍ରୀମନ୍ଦିର ଉପରେ ଚକ୍କର କାଟିଥିଲା । କେତେବେଳେ ନୀଳଚକ୍ର ତ କେତେବେଳେ ଭିତର ବେଢ଼ାରେ ଥିବା ମନ୍ଦିର ସବୁର ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା । ମଝିରେ ମଝିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବି ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଡ୍ରୋନଟି କେଉଁଠୁ ଉଡାଯାଇଛି ଏବଂ କିଏ ଉଡାଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି ।

ପୋଲିସ୍‌ ଡ୍ରୋନ୍‌ଟିକୁ ଖସାଇବାକୁ ଚେଷ୍ଟା କରିଥିଲା । ହେଲେ ଡ୍ରୋନ୍‌ଟି ମେଘନାଦ ପାଚେରୀ, ଶ୍ରୀ ସେତୁ ଦେଇ ଦୃତ ଗତିରେ ପଳାଇ ଯାଇଥିଲା । ପୋଲିସ୍‌ ଡ୍ରୋନ୍‌ଟିକୁ ଧରିବାରେ ବିଫଳ ହୋଇଥିଲା । ସିସିଟିଭିରେ କଏଦ ହୋଇଥିବା ଭିଡିଓ ଫୁଟେଜ୍‌କୁ ନେଇ ପୋଲିସ୍‌ ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ପୁରୀ ଏସ୍‌ପି ବିନୀତ ଅଗ୍ରୱାଲ୍‌ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି । ଯିଏ ଏପରି କାର୍ଯ୍ୟ କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନା ଅନୁସାରେ ଗତ ଜାନୁଆରୀ ୫ରେ ମଧ୍ୟ ଏଭଳି ଏକ ଅଜଣା ଡ୍ରୋନ୍ ଶ୍ରୀମନ୍ଦିର ଉପରେ ଉଡ଼ିବା ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ଡ୍ରୋନଟି ପ୍ରାୟ ଅଧଘଣ୍ଟା ଧରି ଏକ ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନରେ ଉଡ଼ିଥିଲା । ଏହା ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ଜଣେ ବ୍ୟକ୍ତି ଡ୍ରୋନ୍‌ ଉଡାଇଥିଲେ । ଯାହାକୁ ନେଇ ସେହି ସମୟରେ ତୁମ୍ବିତୋଫାନ୍‌ ହୋଇଥିଲା । ଏପିରିକି ଡ୍ରୋନ୍‌ ଉଡାଇଥିବା ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା ଦାୟର ହୋଇଥିଲା । ପରେ ପୋଲିସର ନିର୍ଦ୍ଦେଶରେ ଉକ୍ତ ବ୍ୟକ୍ତି ଜଣଙ୍କ ଥାନାରେ ହାଜର ହୋଇଥିଲେ । ତେବେ ବର୍ତ୍ତମାନ ସାଧାରଣରେ ପ୍ରଶ୍ନ ଉଠିଛି ଯେ, ବାରମ୍ବାର ତାଗିଦ୍‌ ଓ କଡ଼ା ନିୟମ ସତ୍ତ୍ୱେ ବି ଶ୍ରୀମନ୍ଦିର ଉପରେ କିପରି ଡ୍ରୋନ ଉଡ଼ୁଛି ?

 

ଆହୁରି ପଢନ୍ତୁ : ମହାକୁମ୍ଭରେ ମହା ଅଘଟଣ: ଅମୃତ ସ୍ନାନ ପୂର୍ବରୁ ଦଳାଚକଟା, ୧୫ ମୃତ ଆଶଙ୍କା

The post ବାରମ୍ବାର ତାଗିଦ୍‌ ଓ କଡ଼ା ନିୟମ ସତ୍ତ୍ୱେ ବି ଉଠିଲା ପ୍ରଶ୍ନ, ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍‌ appeared first on KNews Odisha.