ଅଯୋଧ୍ୟା ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉପଲକ୍ଷେ ଭକ୍ତଙ୍କ ନଗର ପରିକ୍ରମା

କଳାହାଣ୍ଡି, ୨୩/୦୧ (ଜଗନ୍ନାଥ ନାଏକ) : ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ବିରାଜିବେ ଶ୍ରୀରାମ। ଅଗଣିତ ରାମଭକ୍ତଙ୍କ ପାଇଁ ଜୀବନର ସବୁଠୁ ଶୁଭ ମୁହୂର୍ତ୍ତ। ଆଜିର ଏହି ଶୁଭ ମୁହୂର୍ତ୍ତକୁ ନେଇ ନର୍ଲା ବ୍ଳକର ରୁପ୍ରାରୋଡ ଠାରେ ଏକ ନଗର ପରିକ୍ରମା କରାଯାଇ ଥିଲା। ଏଥିରେ ଜୟ ଶ୍ରୀ ରାମ ଧ୍ଵନି ଦେଇ ରାମଙ୍କ ଟୋଲି ବାହାର କରାଯାଇ ଶ୍ରଦ୍ଧାଳୁମାନେ ନଗର ପରିକ୍ରମା କରିଥିଲେ। ରୁପ୍ରାରୋଡ଼ ରାମ ମନ୍ଦିର କମିଟି ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ […] The post ଅଯୋଧ୍ୟା ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉପଲକ୍ଷେ ଭକ୍ତଙ୍କ ନଗର ପରିକ୍ରମା appeared first on Odisha.News.

ଅଯୋଧ୍ୟା ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉପଲକ୍ଷେ ଭକ୍ତଙ୍କ ନଗର ପରିକ୍ରମା

କଳାହାଣ୍ଡି, ୨୩/୦୧ (ଜଗନ୍ନାଥ ନାଏକ) : ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ବିରାଜିବେ ଶ୍ରୀରାମ। ଅଗଣିତ ରାମଭକ୍ତଙ୍କ ପାଇଁ ଜୀବନର ସବୁଠୁ ଶୁଭ ମୁହୂର୍ତ୍ତ। ଆଜିର ଏହି ଶୁଭ ମୁହୂର୍ତ୍ତକୁ ନେଇ ନର୍ଲା ବ୍ଳକର ରୁପ୍ରାରୋଡ ଠାରେ ଏକ ନଗର ପରିକ୍ରମା କରାଯାଇ ଥିଲା। ଏଥିରେ ଜୟ ଶ୍ରୀ ରାମ ଧ୍ଵନି ଦେଇ ରାମଙ୍କ ଟୋଲି ବାହାର କରାଯାଇ ଶ୍ରଦ୍ଧାଳୁମାନେ ନଗର ପରିକ୍ରମା କରିଥିଲେ। ରୁପ୍ରାରୋଡ଼ ରାମ ମନ୍ଦିର କମିଟି ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ଓ ମହିଳା ରାମଭକ୍ତ ସାମିଲ ହୋଇଥିଲେ। ପୂଜକ ବିଷ୍ଣୁ ପ୍ରସାଦ ଶର୍ମାଙ୍କ ଉପସ୍ଥିତରେ ଶ୍ୟାମସୁନ୍ଦର ଶର୍ମା, ଗୋବିନ୍ଦରାମ ଅଗ୍ରୱାଲ, ଦିନରାଜ ଅଗ୍ରୱାଲ, ରତନଲାଲ ଅଗ୍ରୱାଲ, ପ୍ରଦୀପ କୁମାର ଅଗ୍ରୱାଲ, ବିଜୟ କୁମାର ଅଗ୍ରୱାଲ,
ପ୍ରମୁଖ ପରିକ୍ରମାରେ ସାମିଲ ହୋଇଥିଲେ। ପ୍ରତ୍ୟେକ ଘର ଆଗରେ ସୁସଜ୍ଜିତ ମୁରୁଜରେ ଝୋଟି ସହ କଳସ ସ୍ଥାପନ କରାଯାଇ ଶ୍ରୀ ରାମଙ୍କ ପୂଜନ ସହ ଶ୍ରୀରାମ ଭକ୍ତଙ୍କୁ ସ୍ଵାଗତ କରାଯାଇଥିଲା। ସେହିପରି ଦେବସରଧାମ ମନ୍ଦିରରେ ଭଜନ କୀର୍ତ୍ତନ ସହ ରାମଧୂନ ଗାନ କରାଯାଇଥିବା ବେଳେ ବରଗାଁ, ଲାଖଗୁଡା ଓ ବଲବସପୁର ଗ୍ରାମର ଭକ୍ତବୃନ୍ଦ ମଧ୍ୟ ନଗର ପରିକ୍ରମା କରିଥିଲେ।

The post ଅଯୋଧ୍ୟା ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉପଲକ୍ଷେ ଭକ୍ତଙ୍କ ନଗର ପରିକ୍ରମା appeared first on Odisha.News.