ଅଯୋଧ୍ୟା ହନୁମାନ ଗଡ଼ି ମନ୍ଦିରରେ ପୂଜାର୍ଚ୍ଚନା କଲେ ଏଲନ ମସ୍କଙ୍କ ପିତା ଏରୋଲ ମସ୍କ, ଜାଣନ୍ତୁ କହିଲେ କ’ଣ?

ଅଯୋଧ୍ୟା ୪।୬: ଟେସ୍ଲା ସିଇଓ ଏଲନ ମସ୍କଙ୍କ ପିତା ଏରୋଲ ମସ୍କ ବୁଧବାର ତାଙ୍କ ଅଯୋଧ୍ୟା ଯାତ୍ରା ଅବସରରେ ହନୁମାନ ଗଡ଼ିରେ ପୂଜାର୍ଚ୍ଚନା କରିଛନ୍ତି। ଏଥି ପାଇଁ ସେ ପ୍ରାୟ ମଧ୍ୟାହ୍ନ ପରେ ଅଯୋଧ୍ୟା ପହଞ୍ଚିଥିଲେ। ତାଙ୍କ ସହ ଏହି ଯାତ୍ରାରେ ତାଙ୍କ ଝିଅ ଆଲେକଜାଣ୍ଡ୍ରା ମଧ୍ୟ ଆସିଥିଲେ। ମସ୍କ ତାଙ୍କର ଏହି ଯାତ୍ରାକୁ ଅକଳ୍ପନୀୟ ଓ ଅଦଭୂତ ବୋଲି କହିଛନ୍ତି। ସେ ପ୍ରଥମେ ରାମ ମନ୍ଦିରରେ ପୂଜା କରିବା ପରେ ହନୁମାନ ଗଡ଼ିକୁ ଯାଇଥିଲେ। ତେବେ ଏରୋଲ ମସ୍କ ପ୍ରଥମେ ତାଜମହଲ ବୁଲିବାକୁ ଯୋଜନା କରିଥିଲେ। ହେଲେ ଅତ୍ୟାଧିକ ଗରମ ଯୋଗୁ ସେ ଯୋଜନା ପରିବର୍ତନ କରି ଅଯୋଧ୍ୟା ବୁଲିଆସିଥିଲେ। ଅପରାହ୍ନ ରାମ ମନ୍ଦିରକୁ ଯାଇ ରାମ ଲଲ୍ଲାଙ୍କ ଦର୍ଶନ କରିବା ପରେ ହନୁମାନ ଗଡ଼ି ଦର୍ଶନକୁ ବାହାରିଥିଲେ। ଏହି ଅବସରରେ ଏରୋଲ ମସ୍କ ଗଣମାଧ୍ୟମକୁ ମଧ୍ୟ ସାକ୍ଷାତକାର ଦେଇଥିଲେ କହିଥିଲେ ମୋ ଜୀବନରେ ଏ ପର୍ଯ୍ୟନ୍ତ କରିଥିବା ସବୁ କାମ ମଧ୍ୟରେ ଏହା ମୋର ସବୁଠୁ ଭଲ କାମ ବୋଲି ମୁଁ ଭାବୁଛି। #WATCH | Uttar Pradesh: "I feel great, wonderful," says Errol Musk, father of Tesla CEO Elon Musk, on his visit to Ayodhya pic.twitter.com/cUnCymDW26— ANI (@ANI) June 4, 2025ସେ କହିଛନ୍ତି ଯେ ଅଯୋଧ୍ୟା ରାମ ମନ୍ଦିର ବୁଲି ଆସିଥିବାରୁ ମୁଁ ବହୁତ ଖୁସି ଏହି ମନ୍ଦିରର କାମ ଶେଷ ହେବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିପାରିବିନି,ଏ

ଅଯୋଧ୍ୟା ହନୁମାନ ଗଡ଼ି ମନ୍ଦିରରେ ପୂଜାର୍ଚ୍ଚନା କଲେ ଏଲନ ମସ୍କଙ୍କ ପିତା ଏରୋଲ ମସ୍କ, ଜାଣନ୍ତୁ କହିଲେ କ’ଣ?

ଅଯୋଧ୍ୟା ୪।୬: ଟେସ୍ଲା ସିଇଓ ଏଲନ ମସ୍କଙ୍କ ପିତା ଏରୋଲ ମସ୍କ ବୁଧବାର ତାଙ୍କ ଅଯୋଧ୍ୟା ଯାତ୍ରା ଅବସରରେ ହନୁମାନ ଗଡ଼ିରେ ପୂଜାର୍ଚ୍ଚନା କରିଛନ୍ତି। ଏଥି ପାଇଁ ସେ ପ୍ରାୟ ମଧ୍ୟାହ୍ନ ପରେ ଅଯୋଧ୍ୟା ପହଞ୍ଚିଥିଲେ। ତାଙ୍କ ସହ ଏହି ଯାତ୍ରାରେ ତାଙ୍କ ଝିଅ ଆଲେକଜାଣ୍ଡ୍ରା ମଧ୍ୟ ଆସିଥିଲେ। ମସ୍କ ତାଙ୍କର ଏହି ଯାତ୍ରାକୁ ଅକଳ୍ପନୀୟ ଓ ଅଦଭୂତ ବୋଲି କହିଛନ୍ତି। ସେ ପ୍ରଥମେ ରାମ ମନ୍ଦିରରେ ପୂଜା କରିବା ପରେ ହନୁମାନ ଗଡ଼ିକୁ ଯାଇଥିଲେ। 

ତେବେ ଏରୋଲ ମସ୍କ ପ୍ରଥମେ ତାଜମହଲ ବୁଲିବାକୁ ଯୋଜନା କରିଥିଲେ। ହେଲେ ଅତ୍ୟାଧିକ ଗରମ ଯୋଗୁ ସେ ଯୋଜନା ପରିବର୍ତନ କରି ଅଯୋଧ୍ୟା ବୁଲିଆସିଥିଲେ। ଅପରାହ୍ନ ରାମ ମନ୍ଦିରକୁ ଯାଇ ରାମ ଲଲ୍ଲାଙ୍କ ଦର୍ଶନ କରିବା ପରେ ହନୁମାନ ଗଡ଼ି ଦର୍ଶନକୁ ବାହାରିଥିଲେ। ଏହି ଅବସରରେ ଏରୋଲ ମସ୍କ ଗଣମାଧ୍ୟମକୁ ମଧ୍ୟ ସାକ୍ଷାତକାର ଦେଇଥିଲେ କହିଥିଲେ ମୋ ଜୀବନରେ ଏ ପର୍ଯ୍ୟନ୍ତ କରିଥିବା ସବୁ କାମ ମଧ୍ୟରେ ଏହା ମୋର ସବୁଠୁ ଭଲ କାମ ବୋଲି ମୁଁ ଭାବୁଛି। 


ସେ କହିଛନ୍ତି ଯେ ଅଯୋଧ୍ୟା ରାମ ମନ୍ଦିର ବୁଲି ଆସିଥିବାରୁ ମୁଁ ବହୁତ ଖୁସି ଏହି ମନ୍ଦିରର କାମ ଶେଷ ହେବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିପାରିବିନି,ଏହା ବିଶ୍ୱର ସବୁଠୁ ବଡ଼ ମନ୍ଦିର ହୋଇ ପାରେ ଓ ଏହା କୌଣସି ଆଶ୍ଚର୍ଯ୍ୟ ଠାରୁ କମ ନୁହେଁ। ରାମ ମନ୍ଦିର ଓ ହନୁମାନ ଗଡିରେ ପୂଜାର୍ଚ୍ଚନା କରିବା ପରେ ସାମ୍ବାଦିକଙ୍କ ସହ ପୃଥକ ପୃଥକ ଆଲୋଚନାରେ ଭାରତ ପରିଭ୍ରମଣରେ ଆସିବା ମୋ ପାଇଁ ଏକ ସୁଖଦ ଅନୁଭବ। ମୁଁ ସର୍ବୋଟେକ୍ ସହିତ କାମ ଆରମ୍ଭ କରିବାକୁ ଏଠାକୁ ଆସିଛି ଓ ଭାରତରେ ଅଧିକ ସମୟ ଅତିବାହିତ କରିବାକୁ ଚାହୁଁଛି। ଏଠାକାର ଲୋକେ ବି ବହୁତ ଭଲ ଓ ମନ୍ଦିର ମଧ୍ୟ ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି। 


ଝିଅ ଆଲେକାଜଣ୍ଡ୍ରା ମସ୍କଙ୍କ ସହିତ ଏରୋଲ ପ୍ରାୟ ଅଢେଇଟା ବେଳେ ଅଯୋଧ୍ୟା ପହଞ୍ଚିଥିଲେ ଓ ଅପରାହ୍ନ ୪ଟାରେ ଫେରି ଯାଇଥିଲେ। ତେବେ ରାମ ମନ୍ଦିର ଦର୍ଶନ କାଳରେ ଏରୋଲ ମସ୍କ ଭାରତୀୟ ପୋଷାକ କୁର୍ତା ଓ ପାୟଜାମା ପିନ୍ଧିଥିବା ଦେଖାଯାଇଥିଲେ। ଏରୋଲ ମସ୍କଙ୍କ ଆଯୋଧ୍ୟା ଯାତ୍ରା ପାଇଁ କୌଣସି ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ହୋଇ ନଥିଲା। ରାମ ମନ୍ଦିର ଲାଗି ଥିବା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଏରୋଲ ମସ୍କଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା।