ଇସ୍ରାଏଲୀ ହମଲାରେ ୨୪୪ ଇରାନୀଙ୍କ ମୃତ୍ୟୁ, ୧୨୦୦ ରୁ ଅଧିକ ଆହତ
ନୂଆଦିଲ୍ଲୀ ୧୬/୦୬: ମଧ୍ୟପ୍ରାଚ୍ୟ ଉପରେ ସମ୍ଭାବ୍ୟ ବଡ଼ ଯୁଦ୍ଧର ବାଦଲ ଛାଇଯାଇଛି । ଦୁଇ ବଡ଼ ଦେଶ ଇରାନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷକୁ ଅନେକ ଦିନ ହେଲାଣି । ଏପରି ସ୍ଥିତିରେ ଆବଶ୍ୟକ ସଂଜମତା ବଦଳରେ ଅଧିକ ଉଗ୍ର ହୋପଡ଼ିଛନ୍ତି ଦୁଇ ରାଷ୍ଟ୍ର । କ୍ଷେପଣାସ୍ତ୍ର ଓ ରକେଟ ମାଡ଼ କରି ପରସ୍ପରର ସାମରିକ ପ୍ରତିଷ୍ଠାନ ଓ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି ।ଇରାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛି ଯେ ଗତ ତିନି ଦିନ ମଧ୍ୟରେ ଇସ୍ରାଏଲୀ ଆକ୍ରମଣରେ ୨୨୪ ଜଣଙ୍କର ମୃତ୍ୟୁ ହୋଇଛି । ୧୨୦୦ ରୁ ଅଧିକ ଆହତ ହୋଇଛନ୍ତି। ମନ୍ତ୍ରଣାଳୟର ମୁଖପାତ୍ର ହୁସେନ କରମାନପୁର କହିଛନ୍ତି ଯେ ଇସ୍ରାଏଲୀ ବିସ୍ଫୋରଣର ୬୫ ଘଣ୍ଟା ପରେ ମୋଟ ୧୨୭୭ ଜଣ ଆହତ ହୋଇଛନ୍ତି । ୨୨୪ ଜଣଙ୍କ ମଧ୍ୟରେ ମହିଳା, ପୁରୁଷ ଏବଂ ଶିଶୁ ଅଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ମୃତକଙ୍କ ମଧ୍ୟରୁ ୯୦% ସାଧାରଣ ନାଗରିକ।ଇରାନର ରିଭୋଲ୍ୟୁସନରୀ ଗାର୍ଡ କହିଛି ଯେ ଏହି ଆକ୍ରମଣରେ ଇରାନର ଗୁପ୍ତଚର ମୁଖ୍ୟ ମହମ୍ମଦ କାଜମି ଓ ଅନ୍ୟ ଦୁଇ ଜେନେରାଲ ମଧ୍ୟ ପ୍ରାଣ ହରାଇଛନ୍ତି। ଏମାନଙ୍କ ବ୍ୟତୀତ, ଏହି ଆକ୍ରମଣରେ ଅନେକ ଉଚ୍ଚସ୍ତରୀୟ ସାମରିକ ଅଧିକାରୀ ଏବଂ ପରମାଣୁ ବୈଜ୍ଞାନିକମାନେ ମଧ୍ୟ ପ୍ରାଣ ହରାଇଛନ୍ତି। ସେହି ସମୟରେ, ଇସ୍ରାଏଲ କହିଛି ଯେ ଶୁକ୍ରବାର (ଜୁନ୍ ୧୨, ୨୦୨୫) ଠାରୁ, ଦେଶରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୩୯୦ ଜଣ ଆହତ ହୋଇଛନ୍ତି। ଏଏଫପି ଅନୁଯାୟୀ, ଜଣେ ବର
ନୂଆଦିଲ୍ଲୀ ୧୬/୦୬: ମଧ୍ୟପ୍ରାଚ୍ୟ ଉପରେ ସମ୍ଭାବ୍ୟ ବଡ଼ ଯୁଦ୍ଧର ବାଦଲ ଛାଇଯାଇଛି । ଦୁଇ ବଡ଼ ଦେଶ ଇରାନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷକୁ ଅନେକ ଦିନ ହେଲାଣି । ଏପରି ସ୍ଥିତିରେ ଆବଶ୍ୟକ ସଂଜମତା ବଦଳରେ ଅଧିକ ଉଗ୍ର ହୋପଡ଼ିଛନ୍ତି ଦୁଇ ରାଷ୍ଟ୍ର । କ୍ଷେପଣାସ୍ତ୍ର ଓ ରକେଟ ମାଡ଼ କରି ପରସ୍ପରର ସାମରିକ ପ୍ରତିଷ୍ଠାନ ଓ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି ।
ଇରାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛି ଯେ ଗତ ତିନି ଦିନ ମଧ୍ୟରେ ଇସ୍ରାଏଲୀ ଆକ୍ରମଣରେ ୨୨୪ ଜଣଙ୍କର ମୃତ୍ୟୁ ହୋଇଛି । ୧୨୦୦ ରୁ ଅଧିକ ଆହତ ହୋଇଛନ୍ତି। ମନ୍ତ୍ରଣାଳୟର ମୁଖପାତ୍ର ହୁସେନ କରମାନପୁର କହିଛନ୍ତି ଯେ ଇସ୍ରାଏଲୀ ବିସ୍ଫୋରଣର ୬୫ ଘଣ୍ଟା ପରେ ମୋଟ ୧୨୭୭ ଜଣ ଆହତ ହୋଇଛନ୍ତି । ୨୨୪ ଜଣଙ୍କ ମଧ୍ୟରେ ମହିଳା, ପୁରୁଷ ଏବଂ ଶିଶୁ ଅଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ମୃତକଙ୍କ ମଧ୍ୟରୁ ୯୦% ସାଧାରଣ ନାଗରିକ।
ଇରାନର ରିଭୋଲ୍ୟୁସନରୀ ଗାର୍ଡ କହିଛି ଯେ ଏହି ଆକ୍ରମଣରେ ଇରାନର ଗୁପ୍ତଚର ମୁଖ୍ୟ ମହମ୍ମଦ କାଜମି ଓ ଅନ୍ୟ ଦୁଇ ଜେନେରାଲ ମଧ୍ୟ ପ୍ରାଣ ହରାଇଛନ୍ତି। ଏମାନଙ୍କ ବ୍ୟତୀତ, ଏହି ଆକ୍ରମଣରେ ଅନେକ ଉଚ୍ଚସ୍ତରୀୟ ସାମରିକ ଅଧିକାରୀ ଏବଂ ପରମାଣୁ ବୈଜ୍ଞାନିକମାନେ ମଧ୍ୟ ପ୍ରାଣ ହରାଇଛନ୍ତି।
ସେହି ସମୟରେ, ଇସ୍ରାଏଲ କହିଛି ଯେ ଶୁକ୍ରବାର (ଜୁନ୍ ୧୨, ୨୦୨୫) ଠାରୁ, ଦେଶରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୩୯୦ ଜଣ ଆହତ ହୋଇଛନ୍ତି। ଏଏଫପି ଅନୁଯାୟୀ, ଜଣେ ବରିଷ୍ଠ ଇରାନୀ ସାମରିକ ଅଧିକାରୀ ରବିବାର ଚେତାବନୀ ଦେଇଛନ୍ତି ଯେ ଇସ୍ରାଏଲର ଆକ୍ରମଣର ପ୍ରତିଶୋଧ ନିଆଯିବ।
କର୍ଣ୍ଣେଲ ରେଜା ସୟାଦ କହିଛନ୍ତି ଯେ ଇରାନର ସାହସୀ ଯୋଦ୍ଧାମାନଙ୍କର ପ୍ରତିଶୋଧ ସମଗ୍ର ଇସ୍ରାଏଲ (ଅଧିକୃତ ଅଞ୍ଚଳ)କୁ ଗ୍ରାସ କରିବ। ସେ କହିଛନ୍ତି, "ଇସ୍ରାଏଲର ଅଧିକୃତ ଅଞ୍ଚଳ ଛାଡିଦିଅ, କାରଣ ଭବିଷ୍ୟତରେ ସେମାନେ ରହିବା ଯୋଗ୍ୟ ହେବେ ନାହିଁ। ଆଶ୍ରୟସ୍ଥଳ ମଧ୍ୟ ଆପଣଙ୍କୁ ସୁରକ୍ଷା ଦେଇପାରିବ ନାହିଁ।
ରବିବାର ଦିନ, ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଫକ୍ସ ନ୍ୟୁଜକୁ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ଦେଶ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବ। ସେ କହିଛନ୍ତି ଯେ ଇରାନର ପରମାଣୁ ସ୍ଥାନ ଇସ୍ରାଏଲ ଓ ଏହାର ସହଯୋଗୀମାନଙ୍କ ପାଇଁ ବିପଦ, ତେଣୁ ସେଗୁଡ଼ିକୁ ଧ୍ୱଂସ କରିବା ଆବଶ୍ୟକ । ନେତାନ୍ୟାହୁ କହିଛନ୍ତି, "ଆମର ଦୁଇଟି ପ୍ରମୁଖ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଆମେ ଯାହା ଆବଶ୍ୟକ ତାହା କରିବୁ।
ପ୍ରଥମ ହେଉଛି ପରମାଣୁ ଅସ୍ତ୍ରର ବିପଦ ଏବଂ ଦ୍ୱିତୀୟ ହେଉଛି କ୍ଷେପଣାସ୍ତ୍ର ଆକ୍ରମଣର ବିପଦ। ସେ ଏହା ମଧ୍ୟ କହିଛନ୍ତି, "ଆମେ ଏହି ପଦକ୍ଷେପ ଆମର ନିଜ ସୁରକ୍ଷା ପାଇଁ ନେଇଛୁ, କିନ୍ତୁ ଆମର ଲକ୍ଷ୍ୟ କେବଳ ନିଜକୁ ରକ୍ଷା କରିବା ନୁହେଁ ବରଂ ଏହି ବିପଜ୍ଜନକ ସରକାରଠାରୁ ବିଶ୍ୱକୁ ରକ୍ଷା କରିବା। ବିଶ୍ୱର ସବୁଠାରୁ ବିପଜ୍ଜନକ ସରକାରଙ୍କ ପାଖରେ ସବୁଠାରୁ ବିପଜ୍ଜନକ ଅସ୍ତ୍ର ରହିବା ଉଚିତ୍ ନୁହେଁ।"