ବାଂଲାଦେଶରୁ ଫେରି ଲୋମଟାଙ୍କୁରା କଥା କହିଲେ ଓଡ଼ିଆ ପୁଅ
ଧରାକୋଟ,୧୪।୮ (ବିଷ୍ଣୁକେଶରୀ ଆଚାର୍ଯ୍ୟ):ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ଗତ ଆରମ୍ଭ ହେଇଥିବା ହିଂସା ଥମିବାର ନାଁ ନେଉନାହିଁ। ବିଶେଷ କରି ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ନିର୍ଯାତନା, ଆକ୍ରମଣ ଓ ହତ୍ୟା ପରି ଘଟଣା ବଢ଼ିଚାଲିଛି। ବାଂଲାଦେଶରେ ଥିବା ଭାରତୀୟ ହିନ୍ଦୁମାନେ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି। ଏଭଳି ସମୟରେ ନିଜର ଜୀବନ ବଞ୍ଚାଇ ଧରାକୋଟ ବଡ଼ଦାଣ୍ଡ ସାହିର ସାଇ ଦୁଲଭ ମିଶ୍ର ନିଜ ଗାଁରେ ପହଞ୍ଚତ୍ଛନ୍ତି। ସେ ନିଜର ଆତ୍ମ କାହାଣୀ ବଖାଣିଛନ୍ତି।ଗତ ମେ’ ମାସରେ ବାଂଲାଦେଶର […] The post ବାଂଲାଦେଶରୁ ଫେରି ଲୋମଟାଙ୍କୁରା କଥା କହିଲେ ଓଡ଼ିଆ ପୁଅ appeared first on Dharitri Odia News.
ଧରାକୋଟ,୧୪।୮ (ବିଷ୍ଣୁକେଶରୀ ଆଚାର୍ଯ୍ୟ):ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ଗତ ଆରମ୍ଭ ହେଇଥିବା ହିଂସା ଥମିବାର ନାଁ ନେଉନାହିଁ। ବିଶେଷ କରି ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ନିର୍ଯାତନା, ଆକ୍ରମଣ ଓ ହତ୍ୟା ପରି ଘଟଣା ବଢ଼ିଚାଲିଛି। ବାଂଲାଦେଶରେ ଥିବା ଭାରତୀୟ ହିନ୍ଦୁମାନେ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି। ଏଭଳି ସମୟରେ ନିଜର ଜୀବନ ବଞ୍ଚାଇ ଧରାକୋଟ ବଡ଼ଦାଣ୍ଡ ସାହିର ସାଇ ଦୁଲଭ ମିଶ୍ର ନିଜ ଗାଁରେ ପହଞ୍ଚତ୍ଛନ୍ତି। ସେ ନିଜର ଆତ୍ମ କାହାଣୀ ବଖାଣିଛନ୍ତି।ଗତ ମେ’ ମାସରେ ବାଂଲାଦେଶର ପାୱାର ଟ୍ରାନସମିଶନ ଲାଇନ କମ୍ପାନୀରେ ଷ୍ଟୋର କିପର ଭାବରେ ଯୋଗଦେଇଥିଲେ ସାଇ ମିଶ୍ର। ଢାକାଠାରୁ ୧୨୭ କିମି ଦୂର ସିରାଜଗଞ୍ଜରେ ଡକ୍ଟର ସିକଦର ବାରି ଆପାର୍ଟମେଣ୍ଟରେ କମ୍ପାନୀର କର୍ମଚାରୀମାନେ ରହୁଥିଲେ। ଗତ ୪ ତାରିଖ ଦିନ ଘରର ମାଲିକ ଆସି କହିଥିଲେ ଚାରିପଟେ ହିଂସାତ୍ମକ କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଆମ ଆପାର୍ଟମେଣ୍ଟରେ କେବଳ ଭାରତୀୟ ହିନ୍ଦୁମାନେ ଅଛନ୍ତି। ଏଣୁ ସେମାନେ ତୁରନ୍ତ ଖାଲି କରିବାକୁ କହିଛନ୍ତି। ନଚେତ ବୋମା ମାଡ଼ କରି ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି। ଏଣୁ ଆପଣମାନେ ନିଜେ ସୁରକ୍ଷା କଥା ଚିନ୍ତା କରନ୍ତୁ। ଏହା ମଧ୍ୟରେ କମ୍ପାନୀ ଓ ଭାରତୀୟ ଦୂତାବାସ ପକ୍ଷରୁ ବାର୍ତ୍ତା ପହଞ୍ଚିଲା ପଦାକୁ କେହି ବାହାରନ୍ତୁ ନାହିଁ। ମୃତାହତ ହେଲେ କମ୍ପାନୀ ଦାୟୀ ରହିବ ନାହିଁ। ଏହାପରେ ସମସ୍ତେ ଭୟଭୀତ ହୋଇପଡିବା ସହ ସମସ୍ତ ଝରକା କବାଟ ବନ୍ଦ କରି ଅଜଣା ଆତଙ୍କ ଓ ଆଶଙ୍କାରେ ଥିବା ବେଳେ ୬ ତାରିଖ ଦିନ ଛାତ୍ରଙ୍କ ନାମରେ ଆତଙ୍କବାଦୀମାନେ ଚାରିଆଡ଼େ ଆତଙ୍କ ସୃଷ୍ଟି କରୁଛନ୍ତି। ଏଣୁ ନିଜେ ନିଜର ସୁରକ୍ଷାରେ ଦେଶ ଛାଡ଼ି ଚାଲିଯିବା ପାଇଁ ନିର୍ଦ୍ଦେଶ ଆସିଲା। ଏହା ମଧ୍ୟରେ ଗତ ୫ ତାରିଖ ଦିନ ସିରାଜଗଞ୍ଜ ଥାନାରେ କାର୍ଯ୍ୟରତ ୨୨ ଜଣ କର୍ମଚାରୀଙ୍କୁ ବିଦ୍ରୋହୀମାନେ ଜଳେିଦେଇଥିବା ଖବର ମିଳିଥିଲା। ସେମାନଙ୍କ ମଧ୍ୟରେ ୧୧ ଜଣ ହିନ୍ଦୁ ଥିଲେ। ଏହି ଘଟଣା ମନରେ ଆହୁରି ଭୟ ସଞ୍ଚାର କରିଥିଲା । ଇସ୍କନ ମନ୍ଦିରର ଭଙ୍ଗାରୁଜା ସହ କାଳୀ ମନ୍ଦିର ପୂଜାରୀଙ୍କୁ ମଧ୍ୟ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଥିବା ଖବର ମିଳିଥିଲା। ଏପରି ଘଡିସନ୍ଧି ମୁହୂର୍ତ୍ତରେ କମ୍ପାନୀ ସହ ଯୋଗାଯୋଗ କରି କମ୍ପାନୀ ଗାଡ଼ିରେ ୮ ତାରିଖ ରାତି ୩ଟା ସମୟରେ କମ୍ପାନୀର ୨୬ ଜଣ କର୍ମଚାରୀ ସିରାଜଗଞ୍ଜ ଛାଡ଼ି ଦର୍ଶନା ବୋର୍ଡରରେ ପହଞ୍ଚିଥିଲେ। ସେଠି ବାଂଲାଦେଶ ଆର୍ମିର ସିପାହୀମାନେ ତିନି ଘଣ୍ଟା ବାହାରେ ଠିଆ କରାଇ ନିର୍ଯାତନା ଦେବା ପରେ ତାଙ୍କ କମାଡେଣ୍ଟ ଆସି ପାସପୋର୍ଟ ଚେକ କରିବା ପରେ ସମସ୍ତେ ଭାରତୀୟ ସୀମାରେ ପ୍ରବେଶ କରିଥିଲେ। ସୀମାରେ ଭାରତୀୟ କମାଣ୍ଡର ସମସ୍ତଙ୍କ ସୁବିଧା ଅସୁବିଧା ବୁଝିବା ପରେ ଭାରତୀୟ ଆର୍ମି ଦର୍ସାନା ବୋର୍ଡର ଯାଇଥିଲେ। ଏହା ପରେ ନିକଟସ୍ଥ ରେଳ ଷ୍ଟେସନ ଜେଡେରୁ ଟ୍ରେନ ଯୋଗେ ସମସ୍ତେ କୋଲକାତା ଷ୍ଟେଶନରେ ପହଞ୍ଚିଥିଲେ। ସେଠାରୁ ବ୍ରହ୍ମପୁର ଦେଇ ନିଜ ଗାଁ ଧରାକୋଟରେ ଗତ ୧୦ ତାରିଖ ସକାଳେ ପହଞ୍ଚିଥିଲେ।
The post ବାଂଲାଦେଶରୁ ଫେରି ଲୋମଟାଙ୍କୁରା କଥା କହିଲେ ଓଡ଼ିଆ ପୁଅ appeared first on Dharitri Odia News.