ଅଯୋଧ୍ୟାରେ ଅଖିଳେଶ ବିଛାଇଥିବା ଜାଲରେ ଏମିତି ଫଶିଗଲା ବିଜେପି, ପଛେଇଗଲେ ୩ ଥରର ସାଂସଦ
ଲକ୍ଷ୍ନୌ ୪।୬: ଉତ୍ତରପ୍ରଦେଶେର ବିଜେପିକୁ ଜୋରଦାର ଝଟକା ଲାଗିଛି, ପାର୍ଟି ପ୍ରମୁଖ ଆସନମାନଙ୍କରେ ନିର୍ବାଚନ ହାରୁଛି। ଏଥିରେ ଫୈଜାବାଦ ସିଟ୍ ମଧ୍ୟ ରହିଛି। ଉଲ୍ଲେଖଯୋଗ୍ୟ ଯେ ଏହି ଆସନରେ ଅଯୋଧ୍ୟା ମଧ୍ୟ ଆସୁଛି। ଏଠାରେ ଭବ୍ୟ ରାମମନ୍ଦିର ନିର୍ମାଣ ପରେ ଆଶା କରାଯାଉଥିଲା ଏହି ଆସନ ଜିତିବା ପାଇଁ ବିଜେପିକୁ ବେଶ୍ ସହଜ ହେବ। ତେବେ ଏପର୍ଯ୍ୟନ୍ତ ଆସିଥିବା ନିର୍ବାଚନ ଫଳାଫଳରେ ଏହି ଆସନ ସମସ୍ତଙ୍କୁ ଚକିତ କରିଛି। ଏହି ଆସନରେ ଶାସକ ଦଳ ପ୍ରାର୍ଥୀଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ସମାଜବାଦୀ ପାର୍ଟି (ସପା) ପ୍ରାର୍ଥୀ ଅବଧେଶ ପ୍ରସାଦ ୫୦ ହଜାର ଭୋଟରୁ ବି ଅଧିକ ଭୋଟରେ ଆଗ୍ରଣୀ ଅଛନ୍ତି। ଏଠାରେ ବିଜେପି ପ୍ରାର୍ଥୀ ଲଲ୍ଲୁ ସିଂହ ପଛେଇ ଯାଇଛନ୍ତି। ଅଯୋଧ୍ୟା ସିଟ୍ରେ ଏଥର ଅଖିଳେଶ ଯାଦବ ନୂଆ ପ୍ରୟୋଗ କରିଛନ୍ତି। ଅଣସଂରକ୍ଷିତ ଆସନ ହୋଇଥିବା ସତ୍ତ୍ୱେ ଅଖିଳେଶ ଅଯୋଧ୍ୟାର ବହୁ ସଂଖ୍ୟକ ଦଳିତ ଜନସଂଖ୍ୟା ପାସୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତାଙ୍କୁ ଦଳୀୟ ପ୍ରାର୍ଥୀ କରିଛନ୍ତି। ଏଠାରୁ ସପାର ପ୍ରାର୍ଥୀ ହୋଇଥିବା ଅବଧେଶ ପାସୀ ୬ ଥର ବିଧାୟକ ଓ ମନ୍ତ୍ରୀ ହୋଇଥିବା ବେଳେ ସପାର ସଂସ୍ଥାପକ ସଦସ୍ୟଙ୍କ ମଧ୍ୟରୁ ଜଣେ। ସଂଖ୍ୟାଦୃଷ୍ଟିରୁ ଅଯୋଧ୍ୟାରେ ପାସୀମାନେ ବହୁ ସଂଖ୍ୟକ। ବିଜେପି ଏଠାରୁ ଲଲ୍ଲୁ ସିଂହଙ୍କୁ ତୃତୀୟ ଥର ସୁଯୋଗ ଦେଇଥିଲା। ସେ ଗତ ଦୁଇ ଥର ହେଲା ଏଠାରୁ ସାଂସଦ ନିର୍ବାଚିତ ହୋଇଆସୁଥିଲେ। ଇଏ ସେହି ଲଲ୍ଲୁ ସିଂହ ଯ
ଲକ୍ଷ୍ନୌ ୪।୬: ଉତ୍ତରପ୍ରଦେଶେର ବିଜେପିକୁ ଜୋରଦାର ଝଟକା ଲାଗିଛି, ପାର୍ଟି ପ୍ରମୁଖ ଆସନମାନଙ୍କରେ ନିର୍ବାଚନ ହାରୁଛି। ଏଥିରେ ଫୈଜାବାଦ ସିଟ୍ ମଧ୍ୟ ରହିଛି। ଉଲ୍ଲେଖଯୋଗ୍ୟ ଯେ ଏହି ଆସନରେ ଅଯୋଧ୍ୟା ମଧ୍ୟ ଆସୁଛି। ଏଠାରେ ଭବ୍ୟ ରାମମନ୍ଦିର ନିର୍ମାଣ ପରେ ଆଶା କରାଯାଉଥିଲା ଏହି ଆସନ ଜିତିବା ପାଇଁ ବିଜେପିକୁ ବେଶ୍ ସହଜ ହେବ। ତେବେ ଏପର୍ଯ୍ୟନ୍ତ ଆସିଥିବା ନିର୍ବାଚନ ଫଳାଫଳରେ ଏହି ଆସନ ସମସ୍ତଙ୍କୁ ଚକିତ କରିଛି।
ଏହି ଆସନରେ ଶାସକ ଦଳ ପ୍ରାର୍ଥୀଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ସମାଜବାଦୀ ପାର୍ଟି (ସପା) ପ୍ରାର୍ଥୀ ଅବଧେଶ ପ୍ରସାଦ ୫୦ ହଜାର ଭୋଟରୁ ବି ଅଧିକ ଭୋଟରେ ଆଗ୍ରଣୀ ଅଛନ୍ତି। ଏଠାରେ ବିଜେପି ପ୍ରାର୍ଥୀ ଲଲ୍ଲୁ ସିଂହ ପଛେଇ ଯାଇଛନ୍ତି। ଅଯୋଧ୍ୟା ସିଟ୍ରେ ଏଥର ଅଖିଳେଶ ଯାଦବ ନୂଆ ପ୍ରୟୋଗ କରିଛନ୍ତି। ଅଣସଂରକ୍ଷିତ ଆସନ ହୋଇଥିବା ସତ୍ତ୍ୱେ ଅଖିଳେଶ ଅଯୋଧ୍ୟାର ବହୁ ସଂଖ୍ୟକ ଦଳିତ ଜନସଂଖ୍ୟା ପାସୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତାଙ୍କୁ ଦଳୀୟ ପ୍ରାର୍ଥୀ କରିଛନ୍ତି।

ଏଠାରୁ ସପାର ପ୍ରାର୍ଥୀ ହୋଇଥିବା ଅବଧେଶ ପାସୀ ୬ ଥର ବିଧାୟକ ଓ ମନ୍ତ୍ରୀ ହୋଇଥିବା ବେଳେ ସପାର ସଂସ୍ଥାପକ ସଦସ୍ୟଙ୍କ ମଧ୍ୟରୁ ଜଣେ। ସଂଖ୍ୟାଦୃଷ୍ଟିରୁ ଅଯୋଧ୍ୟାରେ ପାସୀମାନେ ବହୁ ସଂଖ୍ୟକ। ବିଜେପି ଏଠାରୁ ଲଲ୍ଲୁ ସିଂହଙ୍କୁ ତୃତୀୟ ଥର ସୁଯୋଗ ଦେଇଥିଲା। ସେ ଗତ ଦୁଇ ଥର ହେଲା ଏଠାରୁ ସାଂସଦ ନିର୍ବାଚିତ ହୋଇଆସୁଥିଲେ। ଇଏ ସେହି ଲଲ୍ଲୁ ସିଂହ ଯିଏ ବିରୋଧୀଙ୍କୁ ‘ସମ୍ବିଧାନ ବଦଳିବ’ ବୋଲି ପ୍ରସଙ୍ଗ ଧରାଇ ଦେଇଥିଲେ। ଲଲ୍ଲୁ ସିଂହ କହିଥିଲେ ଯେ ମୋଦି ସରକାର ଏଥର ୪୦୦ ସିଟ୍ ଏଥି ପାଇଁ ଚାହୁଁଛନ୍ତି ଯେ ସମ୍ବିଧାନ ବଦଳିବ।
ଫୈଜାବାଦରେ ସପା ପ୍ରାର୍ଥୀଙ୍କୁ ନେଇ ଏଥର ନିର୍ବାଚନରେ ଏକ ସ୍ଲୋଗାନ ଦିଆଯାଇଥିଲା ‘ଅଯୋଧ୍ୟାରେ ନା ମଥୁରା ନା କାଶୀ, କେବଳ ଅବଧେଶ ପାସୀ’। କୁହାଯାଉଛି ଏହି ଦଳିତ ପ୍ରାର୍ଥୀଙ୍କ ପଛରେ ନା କେବଳ ପାସୀ ଜାତି ବରଂ କୁର୍ମୀ ଭଳି ଓବିସି ଜାତିମାନେ ମଧ୍ୟ ଆସିଛନ୍ତି। ରାଜ୍ୟରେ ରାମମନ୍ଦିର ନିର୍ମାଣ ସତ୍ତ୍ୱେ ଅଖିଳେଶ ଏମିତି ଚାଲ ଚଲେଇଲେ ଯେ ଏବେ ବିଜେପି ଏଠାରେ ବ୍ୟାକ୍ ଫୁଟକୁ ଆସିବାକୁ ବାଧ୍ୟ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ହିନ୍ଦୁତ୍ୱ ରାଜନୀତିର କେନ୍ଦ୍ର ହେବା ସତ୍ତ୍ୱେ ଅଯୋଧ୍ୟା କେବେବି ବିଜେପିର ଗଡ଼ ହୋଇପାରି ନାହିଁ। ଏଠାରୁ ବିଭିନ୍ନ ଦଳର ନେତା ନିର୍ବାଚିତ ଜିତିଛନ୍ତି। ୧୯୯୧ ବିଧାନସଭା ନିର୍ବାଚନରେ ଏଠାରେ ବିଜେପିର ଦବଦବା ଥିଲା ହେଲେବି ଫୈଜାବଜ ଲୋକସଭା ଆସନରେ ଉତ୍ତରପ୍ରଦେଶର ୩ ବଡ ପାର୍ଟି ବଜେପି, ସପା ଓ କଂଗ୍ରେସ ଅଲଗା ଅଲଗା ନିର୍ବାଚନରେ ନିଜର ବିଜୟ ହାସଲ କରିଛନ୍ତି।