ଇତିହାସ ରଚିଲେ ନୀରଜ ଚୋପ୍ରା, ପ୍ରଥମ ଥର ପାର କଲେ ୯୦ ମିଟର, ତଥାପି ସ୍ଵର୍ଣ୍ଣ ପଦକରୁ ବଞ୍ଚିତ

ନୂଆଦିଲ୍ଲୀ: ଭାରତୀୟ ଜାଭେଲିନ ଷ୍ଟାର ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗ୍ ୨୦୨୫ ପୁରୁଷ ଜାଭେଲିନ ପ୍ରତି୍‌ଯୋଗିତାରେ ୯୦ ମିଟର ଭାଲା ଫିଙ୍ଗି ଇତିହାସ ରଚିଛନ୍ତି। ନୀରଜ ନିଜର ଜାଭେଲିନ କ୍ୟାରିୟରରେ ପ୍ରଥମ ଥର ୯୦ ମିଟର ଭାଲା ଫିଙ୍ଗିବାରେ ସଫଳ ହୋଇଛନ୍ତି। ସେ ତୃତୀୟ ପ୍ରୟାସରେ ୯୦.୨୩ ମିଟର ଫିଙ୍ଗି ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ତଥାପି ସ୍ଵର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି ଏହି ତାରକା ଖେଳାଳି। ଜର୍ମାନୀର ଜୁଲିୟନ ଓ୍ଵେବର ୯୧.୦୬ ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ରହିଛନ୍ତି। ନୀରଜ ଚୋପ୍ରା ପ୍ରଥମ ପ୍ରୟାସରେ ଚମତ୍କାର ପ୍ରଦର୍ଶନ କରି ୮୮.୪୪ ମିଟର ଭାଲା ଭିଙ୍ଗିଛନ୍ତି। ତାଙ୍କର ଦ୍ଵିତୀୟ ପ୍ରୟାସ ବିଫଳ ରହିଥିଲା। କିନ୍ତୁ ତୃତୀୟ ପ୍ରୟାସରେ ସେ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ୯୦.୨୩ ମିଟର ଜାଭେଲିନ ଫିଙ୍ଗିବାରେ ସଫଳ ହୋଇଛନ୍ତି। ପ୍ରଥମ ଥର କୌଣସି ଭାରତୀୟ ୯୦ ଦୂରତା ଅତିକ୍ରମ କରିଛନ୍ତି। ନୀରଜ ଜାଭେଲିନ ଫିଙ୍ଗାରେ ଜାତୀୟ ରେକର୍ଡ ନିଜ ନାଁରେ କରିଛନ୍ତି। ନୀରଜ ଚୋପ୍ରା ଏହି ସଫଳତା ହାସଲ କରିବାରେ ବିଶ୍ୱର ୨୫ତମ ଖେଳାଳି ହୋଇଛନ୍ତି।#BREAKING Neeraj Chopra has crossed the 90m barrier in the men's javelin throw event at the 2025 Doha Diamond League on Friday. A throw of 90.23m on his third attempt has seen him take the lead. pic.twitter.c

ଇତିହାସ ରଚିଲେ ନୀରଜ ଚୋପ୍ରା, ପ୍ରଥମ ଥର ପାର କଲେ ୯୦ ମିଟର, ତଥାପି ସ୍ଵର୍ଣ୍ଣ ପଦକରୁ ବଞ୍ଚିତ

ନୂଆଦିଲ୍ଲୀ: ଭାରତୀୟ ଜାଭେଲିନ ଷ୍ଟାର ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗ୍ ୨୦୨୫ ପୁରୁଷ ଜାଭେଲିନ ପ୍ରତି୍‌ଯୋଗିତାରେ ୯୦ ମିଟର ଭାଲା ଫିଙ୍ଗି ଇତିହାସ ରଚିଛନ୍ତି। ନୀରଜ ନିଜର ଜାଭେଲିନ କ୍ୟାରିୟରରେ ପ୍ରଥମ ଥର ୯୦ ମିଟର ଭାଲା ଫିଙ୍ଗିବାରେ ସଫଳ ହୋଇଛନ୍ତି। ସେ ତୃତୀୟ ପ୍ରୟାସରେ ୯୦.୨୩ ମିଟର ଫିଙ୍ଗି ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ତଥାପି ସ୍ଵର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି ଏହି ତାରକା ଖେଳାଳି। ଜର୍ମାନୀର ଜୁଲିୟନ ଓ୍ଵେବର ୯୧.୦୬ ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ରହିଛନ୍ତି। 

ନୀରଜ ଚୋପ୍ରା ପ୍ରଥମ ପ୍ରୟାସରେ ଚମତ୍କାର ପ୍ରଦର୍ଶନ କରି ୮୮.୪୪ ମିଟର ଭାଲା ଭିଙ୍ଗିଛନ୍ତି। ତାଙ୍କର ଦ୍ଵିତୀୟ ପ୍ରୟାସ ବିଫଳ ରହିଥିଲା। କିନ୍ତୁ ତୃତୀୟ ପ୍ରୟାସରେ ସେ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ୯୦.୨୩ ମିଟର ଜାଭେଲିନ ଫିଙ୍ଗିବାରେ ସଫଳ ହୋଇଛନ୍ତି। ପ୍ରଥମ ଥର କୌଣସି ଭାରତୀୟ ୯୦ ଦୂରତା ଅତିକ୍ରମ କରିଛନ୍ତି। ନୀରଜ ଜାଭେଲିନ ଫିଙ୍ଗାରେ ଜାତୀୟ ରେକର୍ଡ ନିଜ ନାଁରେ କରିଛନ୍ତି। ନୀରଜ ଚୋପ୍ରା ଏହି ସଫଳତା ହାସଲ କରିବାରେ ବିଶ୍ୱର ୨୫ତମ ଖେଳାଳି ହୋଇଛନ୍ତି।




ଏହା ପରେ ନୀରଜଙ୍କ ଚତୁର୍ଥ ପ୍ରୟାସ ନିରୁତ୍ସାହଜନକ ଥିଲା।  ସେ ମାତ୍ର ୮୦.୫୬ ମିଟର ପର୍ଯ୍ୟନ୍ତ ଭାଲା ଫିଙ୍ଗି ପାରିଥିଲେ। ପଞ୍ଚମ ପ୍ରୟାସ ଫାଉଲ ଏବଂ ଷଷ୍ଠ ପ୍ରୟାସରେ ସେ ୮୮.୨୦ ମିଟର ଦୂରତା ହାସଲ କରିଥିଲେ। ଦୋହା ଡାଇମଣ୍ଡ ଲିଗ୍‌ରେ ୮୫.୬୪ ମିଟର ଭାଲା ଫିଙ୍ଗି ତୃତୀୟରେ ଆଣ୍ଡରସନ ପିଟର୍ସ ରହିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାର କିଶୋର ଜେନା ଭାଗ ନେଇଥିଲେ ହେଁ ତାଙ୍କର ପ୍ରଦର୍ଶନ ଆଶାନୁରୂପ ନ ଥିଲା। 

ନୀରଜଙ୍କ ସହିତ ଦୁଇ ଥର ବିଶ୍ବ ଚାମ୍ପିଅନ ତଥା ପ୍ୟାରିସ୍ ଅଲିମ୍ପିକ୍ସର କାଂସ୍ୟ ପଦକ ବିଜେତା ଆଣ୍ଡରସନ ପିଟର୍ସ(ଗ୍ରେନେଡା), ଜ୍ୟାକବ ଓ୍ଵାଡଲେଚ୍(ଚେକ ଗଣରାଜ୍ୟ), ଜୁଲିୟନ ଓ୍ଵେବର  ଓ ମ୍ୟାକ୍ସ ଡେହନିଙ୍ଗ(ଉଭୟ ଜର୍ମାନୀ), ଜୁଲିୟସ ୟୋଗୋ(କେନିଆ), ରୋଡ୍ରିକ ଡିନ(ଜାପାନ) ପରି ଖେଳାଳି ଖେଳି ମଇଦାନକୁ ଓହ୍ଲାଇଥିଲେ। ତେବେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ସ୍ଵର୍ଣ୍ଣ ପଦକ ବିଜେତା ପାକିସ୍ତାନର ଅରଶଦ ନଦୀମ ଦୋହା ଡାଇମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରି ନାହାନ୍ତି।

ପ୍ରଥମ ତିନି ସ୍ଥାନ ହାସଲ କରିଥିବା ଖେଳାଳି

ଜୁଲିୟନ ଓ୍ଵେବର- ୯୧.୦୬ ମିଟର

ନୀରଜ ଚୋପ୍ରା- ୯୦.୨୩ ମିଟର

ଆଣ୍ଡରସନ ପିଟର୍ସ- ୮୫.୬୪ ମିଟର