ଅଯୋଧ୍ୟାରେ ପହଞ୍ଚିଲେ ଏହି ଷ୍ଟାର କ୍ରିକେଟର, ସେୟାର କଲେ ଫଟୋ ଓ ଭିଡିଓ
ଅଯୋଧ୍ୟାରେ ଆସନ୍ତାକାଲି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହା ପୂର୍ବରୁ ସାରା ଦେଶରୁ ଅଯୋଧ୍ୟାକୁ ଛୁଟୁଛନ୍ତି ରାମଭକ୍ତ । ଏହାରି ଭିତରେ ଭାରତୀୟ ଟିମ୍ର ଦୁଇଜଣ ପୂର୍ବତନ ଷ୍ଟାର କ୍ରିକେଟର ଅଯୋଧ୍ୟାରେ ପହଞ୍ଚିଛନ୍ତି । ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ଅଯୋଧ୍ୟାରେ ପହଞ୍ଚି ଯାଇଛନ୍ତି । ସେ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଅଯୋଧ୍ୟାରୁ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରୁ ଭେଙ୍କଟେଶ ପ୍ରସାଦ ଅଯୋଧ୍ୟାରେ ବୁୁଲୁଥିବାର ଜଣାପଡ଼ୁଛି […] The post ଅଯୋଧ୍ୟାରେ ପହଞ୍ଚିଲେ ଏହି ଷ୍ଟାର କ୍ରିକେଟର, ସେୟାର କଲେ ଫଟୋ ଓ ଭିଡିଓ appeared first on KNews Odisha.

ଅଯୋଧ୍ୟାରେ ଆସନ୍ତାକାଲି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହା ପୂର୍ବରୁ ସାରା ଦେଶରୁ ଅଯୋଧ୍ୟାକୁ ଛୁଟୁଛନ୍ତି ରାମଭକ୍ତ । ଏହାରି ଭିତରେ ଭାରତୀୟ ଟିମ୍ର ଦୁଇଜଣ ପୂର୍ବତନ ଷ୍ଟାର କ୍ରିକେଟର ଅଯୋଧ୍ୟାରେ ପହଞ୍ଚିଛନ୍ତି । ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ଅଯୋଧ୍ୟାରେ ପହଞ୍ଚି ଯାଇଛନ୍ତି । ସେ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଅଯୋଧ୍ୟାରୁ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି ।
ଏହି ଭିଡିଓରୁ ଭେଙ୍କଟେଶ ପ୍ରସାଦ ଅଯୋଧ୍ୟାରେ ବୁୁଲୁଥିବାର ଜଣାପଡ଼ୁଛି । ସେ ଅଯୋଧ୍ୟାରୁ ସେୟାର କରିଥିବା ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ଜୟ ଶ୍ରୀରାମ । ଜୀବନର ସୁନ୍ଦର ମୁହୂର୍ତ୍ତ’ ।
ସେପଟେ ଭାରତୀୟ ଟିମ୍ର ପୂର୍ବତନ ସ୍ପିନର ଅନିଲ କୁମ୍ବଲେ ମଧ୍ୟ ବହୁତ ଜଲ୍ଦି ଅଯୋଧ୍ୟା ପହଞ୍ଚିଯିବେ । ତାଙ୍କର ମଧ୍ୟ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଲକ୍ଷ୍ନୌରେ ଥିବା ଦେଖିବାକୁ ମିଳୁଛି । କୁମ୍ବଲେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମଲ ହେବା ପାଇଁ ଅଯୋଧ୍ୟା ଅଭିମୁଖେ ବାହାରିବେ । ଭିଡିଓରେ ଦେଖାଯାଉଛି, କୁମ୍ବଲେଙ୍କୁ ଫ୍ୟାନ୍ମାନେ ଘେରି ରହିଛନ୍ତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେ ଭିଡ଼ ଭିତରୁ ବାହାରି ଗାଡ଼ିରେ ବସୁଛନ୍ତି ।
କହି ରଖୁଛୁ, ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ନିମନ୍ତ୍ରଣ ମିଳିଛି । ସେହିପରି ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି, ରୋହିତ ଶର୍ମା, ସୌରଭ ଗାଙ୍ଗୁଲି, ବୀରେନ୍ଦ୍ର ସେହଓ୍ଵାଗ, ରବୀନ୍ଦ୍ର ଜାଡେଜା, ରାହୁଲ ଦ୍ରାବିଡ, ସୁନିଲ ଗାଭାସ୍କର, କପିଲ ଦେବ, ହରଭଜନ ସିଂ ପ୍ରମୁଖ ଷ୍ଟାର୍ କ୍ରିକେଟର ମଧ୍ୟ ରାମ ମନ୍ଦିର ପ୍ରତିଷ୍ଠାର ନିମନ୍ତ୍ରଣ ପାଇଛନ୍ତି ।
The post ଅଯୋଧ୍ୟାରେ ପହଞ୍ଚିଲେ ଏହି ଷ୍ଟାର କ୍ରିକେଟର, ସେୟାର କଲେ ଫଟୋ ଓ ଭିଡିଓ appeared first on KNews Odisha.