ଅଯୋଧ୍ୟାରେ ରାମଙ୍କ ୫୦ ଲକ୍ଷ ଟଙ୍କାର ଲାଇଟ୍ ଚୋରି
ଅଯୋଧ୍ୟା,୧୪ା୮: ଅଯୋଧ୍ୟାର ରାମଲାଲା ମନ୍ଦିରକୁ ସଂଯୋଗକାରୀ ଭକ୍ତିପଥ ଓ ରାମପଥରେ ଲଗାଯାଇଥିବା ୩,୮୦୦ ବାମ୍ବୋ ଲାଇଟ୍ ଏବଂ ୩୬ ଗୋବୋ ପ୍ରୋଜେକ୍ଟର ଲାଇଟ୍କୁ ଦୁର୍ବୃତ୍ତମାନେ ଚୋରିକରି ନେଇଛନ୍ତି। ଚୋରି ହୋଇଥିବା ଲାଇଟ୍ଗୁଡ଼ିକର ଆନୁମାନିକ ମୂଲ୍ୟ ୫୦ ଳକ୍ଷ ଟଙ୍କା ହେବ। ଲାଇଟ୍ ଲଗାଇଥିବା କମ୍ପାନୀର ପ୍ରତିନିଧି ଶେଖର ଶର୍ମାଙ୍କ ଏତଲାକ୍ରମେ ପୋଲିସ ଅଜ୍ଞାତ ବ୍ୟକ୍ତିମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଏହି ଅଞ୍ଚଳରୁ କିପରି […] The post ଅଯୋଧ୍ୟାରେ ରାମଙ୍କ ୫୦ ଲକ୍ଷ ଟଙ୍କାର ଲାଇଟ୍ ଚୋରି appeared first on Dharitri Odia News.
ଅଯୋଧ୍ୟା,୧୪ା୮: ଅଯୋଧ୍ୟାର ରାମଲାଲା ମନ୍ଦିରକୁ ସଂଯୋଗକାରୀ ଭକ୍ତିପଥ ଓ ରାମପଥରେ ଲଗାଯାଇଥିବା ୩,୮୦୦ ବାମ୍ବୋ ଲାଇଟ୍ ଏବଂ ୩୬ ଗୋବୋ ପ୍ରୋଜେକ୍ଟର ଲାଇଟ୍କୁ ଦୁର୍ବୃତ୍ତମାନେ ଚୋରିକରି ନେଇଛନ୍ତି। ଚୋରି ହୋଇଥିବା ଲାଇଟ୍ଗୁଡ଼ିକର ଆନୁମାନିକ ମୂଲ୍ୟ ୫୦ ଳକ୍ଷ ଟଙ୍କା ହେବ। ଲାଇଟ୍ ଲଗାଇଥିବା କମ୍ପାନୀର ପ୍ରତିନିଧି ଶେଖର ଶର୍ମାଙ୍କ ଏତଲାକ୍ରମେ ପୋଲିସ ଅଜ୍ଞାତ ବ୍ୟକ୍ତିମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଏହି ଅଞ୍ଚଳରୁ କିପରି ଲାଇଟ୍ ଚୋରି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି।
ଜାନୁଆରୀ ୨୨ରେ ରାମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି। ଏହିକ୍ରମରେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଭକ୍ତିପଥ ଓ ରାମପଥରେ ଲାଇଟ୍ ଲଗାଇବା ପାଇଁ ୟଶ ଏଣ୍ଟରପ୍ରାଇଜେସ୍ ଆଣ୍ଡ୍ କୃଷ୍ଣା ଅଟୋମୋବାଇଲ୍ସକୁ ଠିକା ଦେଇଥିଲେ। ଏହି ଦୁଇ କମ୍ପାନୀ ରାସ୍ତାର ଉଭୟ ପାର୍ଶ୍ୱରେ ୬,୪୦୦ ବାମ୍ବୋ ଲାଇଟ୍ ଏବଂ ୯୬ଟି ଗୋବୋ ପ୍ରୋଜେକ୍ଟର ଲାଇଟ୍ ଲଗାଇଥିଲେ। ସେଥିରୁ ୩,୮୦୦ ବାମ୍ବୋ ଲାଇଟ୍ ଓ ୩୬ଟି ପ୍ରୋଜେକ୍ଟର ଲାଇଟ୍ ଚୋରି ହୋଇଯାଇଛି। ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ସେଠାରେ ସମସ୍ତ ଲାଇଟ୍ ଥିଲା। କିନ୍ତୁ ମେ’ ୯ରେ ନିରୀକ୍ଷଣ ପରେ କେତେକ ଲାଇଟ୍ ଚୋରି ହୋଇଯାଇଥିବା ବିଷୟ ଜଣାପଡ଼ିଥିଲା ବୋଲି ଅଗଷ୍ଟ ୯ରେ ରାମ ଜନ୍ମଭୂମି ଥାନରେ ଏତଲା ଦିଆଯାଇଥିଲା। ତେବେ ଏନେଇ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ବିସ୍ତୃତ ରିପୋର୍ଟ ମଗାଯାଇଥିବା ଜିଲାପାଳ ଚନ୍ଦ୍ର ବିଜୟ ସିଂ ସୂଚନା ଦେଇଛନ୍ତି।
The post ଅଯୋଧ୍ୟାରେ ରାମଙ୍କ ୫୦ ଲକ୍ଷ ଟଙ୍କାର ଲାଇଟ୍ ଚୋରି appeared first on Dharitri Odia News.