ପରମ୍ପରା ଭାଙ୍ଗୁଛି ନେପାଳ! ଭାରତ ନୁହେଁ ଜିନପିଙ୍ଗଙ୍କୁ କରିବାକୁ ଯାଉଛି ସଲାମ
କାଠମାଣ୍ଡୁ,୩।୧୧: ଶ୍ରୀଲଙ୍କା ଏବଂ ମାଲଦ୍ୱୀପ ପରି ନେପାଳ ମଧ୍ୟ ଚାଇନା ଚାଲ୍ର ଶିକାର ହେବାକୁ ଲାଗୁଛି। ଭାରତର ଭଲ ପଡୋଶୀ ନେପାଳ ବର୍ତ୍ତମାନ ଚାଇନା କୋଳରେ ସମ୍ପୂର୍ଣ୍ଣ ବସିବାକୁ ପ୍ରସ୍ତୁତ ଅଛି। ଏହି କାରଣରୁ ନେପାଳର ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଦଶନ୍ଧି ପୁରୁଣା ପରମ୍ପରାକୁ ଭାଙ୍ଗୁଛନ୍ତି। ନେପାଳୀ ପ୍ରଧାନମନ୍ତ୍ରୀ ଓଲି ପରମ୍ପରାରୁ ଦୂରେଇ ଯାଇ କିଛି କରିବାକୁ ଯାଉଛନ୍ତି ଯାହା ଏପର୍ଯ୍ୟନ୍ତ କରାଯାଇ ନାହିଁ। ହଁ ନେପାଳର ପ୍ରଧାନମନ୍ତ୍ରୀ ଓଲି ତାଙ୍କର ପ୍ରଥମ ଦ୍ୱିପାକ୍ଷିକ […] The post ପରମ୍ପରା ଭାଙ୍ଗୁଛି ନେପାଳ! ଭାରତ ନୁହେଁ ଜିନପିଙ୍ଗଙ୍କୁ କରିବାକୁ ଯାଉଛି ସଲାମ appeared first on Dharitri Odia News.
କାଠମାଣ୍ଡୁ,୩।୧୧: ଶ୍ରୀଲଙ୍କା ଏବଂ ମାଲଦ୍ୱୀପ ପରି ନେପାଳ ମଧ୍ୟ ଚାଇନା ଚାଲ୍ର ଶିକାର ହେବାକୁ ଲାଗୁଛି। ଭାରତର ଭଲ ପଡୋଶୀ ନେପାଳ ବର୍ତ୍ତମାନ ଚାଇନା କୋଳରେ ସମ୍ପୂର୍ଣ୍ଣ ବସିବାକୁ ପ୍ରସ୍ତୁତ ଅଛି। ଏହି କାରଣରୁ ନେପାଳର ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଦଶନ୍ଧି ପୁରୁଣା ପରମ୍ପରାକୁ ଭାଙ୍ଗୁଛନ୍ତି। ନେପାଳୀ ପ୍ରଧାନମନ୍ତ୍ରୀ ଓଲି ପରମ୍ପରାରୁ ଦୂରେଇ ଯାଇ କିଛି କରିବାକୁ ଯାଉଛନ୍ତି ଯାହା ଏପର୍ଯ୍ୟନ୍ତ କରାଯାଇ ନାହିଁ। ହଁ ନେପାଳର ପ୍ରଧାନମନ୍ତ୍ରୀ ଓଲି ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ପାଇଁ ଚାଇନାକୁ ଚୟନ କରିଛନ୍ତି। ଯେହେତୁ ଏହା ଏକ ପରମ୍ପରା ହୋଇସାରିଛି ଯେ ନେପାଳର କୌଣସି ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ଗସ୍ତ କରିଛନ୍ତି, ହେଲେ ଓଲି ଏଥର ଏହାକୁ ଭାଙ୍ଗିବାକୁ ଯାଉଛନ୍ତି।
ଇଣ୍ଡିଆନ ଏକ୍ସପ୍ରେସର ଖବର ଅନୁଯାୟୀ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଆସନ୍ତା ମାସରେ ଚାଇନା ଗସ୍ତରେ ଯାଇପାରନ୍ତି। ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ। ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ସ୍ଥାନରେ କେପି ଓଲି ନୂତନ ସରକାରର ମୁଖ୍ୟ ହେବା ପରେ ଚାରି ମାସ ବିତିଗଲାଣି। ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଡିସେମ୍ବର ୨ରୁ ଡିସେମ୍ବର ୫ମଧ୍ୟରେ ବେଜିଂ ଗସ୍ତ କରିବାର ସମ୍ଭାବନା ରହିଛି। କେପି ଓଲିଙ୍କ ଚାଇନା ଗସ୍ତ ନେପାଳର ନୂତନ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ ପାଇଁ ଭାରତ ଗସ୍ତର ‘ପରମ୍ପରା’ରୁ ବିଦାୟ ବୋଲି ଦେଖାଯାଉଛି।
The post ପରମ୍ପରା ଭାଙ୍ଗୁଛି ନେପାଳ! ଭାରତ ନୁହେଁ ଜିନପିଙ୍ଗଙ୍କୁ କରିବାକୁ ଯାଉଛି ସଲାମ appeared first on Dharitri Odia News.