ଅରବିନ୍ଦ କେଜରିୱାଲଙ୍କ ଜାମିନକୁ ନେଇ ଆସିଲା କହ୍ନେୟା କୁମାରଙ୍କ ପ୍ରତିକ୍ରିୟା, ଜାଣନ୍ତୁ କହିଛନ୍ତି କ’ଣ?

ନୂଆଦିଲ୍ଲୀ ୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନକୁ ମେଣ୍ଟ ସହଯୋଗୀ କଂଗ୍ରସ୍ ସ୍ୱାଗତ କରିଛି। ଏଥିରେ ଉତ୍ତର-ପୂର୍ବ ଦିଲ୍ଲୀରୁ କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାର ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି। କହିଛନ୍ତି ‘ଇଣ୍ଡିଆ’ ସମୂହର ନ୍ୟାୟ ଯୁଦ୍ଧ ଜାରି ରହିଛି। ଅସଲ ବିଜୟ ତ ୪ ଜୁନରେ ଏହି ସମ୍ବିଧାନ ବିରୋଧୀ ସରକାରଙ୍କୁ ଉପାଡିକି ହେବ। ଉଲ୍ଲେଖଯୋଗ୍ୟ ଯେ କିଛିଦିନ ପୂର୍ବରୁ କହ୍ନେୟା କୁମାର ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ପତ୍ନୀ ସୁନିତା କେଜରିୱାଲଙ୍କୁ ଭେଟିଥିଲେ। माननीय सुप्रीम कोर्ट द्वारा दिल्ली के मुख्यमंत्री श्री @ArvindKejriwal जी को अंतरिम बेल दिये जाने के फ़ैसले का स्वागत करता हूँ। नागरिकों के संवैधानिक अधिकारों की रक्षा के लिए ये बड़ा फैसला है।INDIA समूह का न्याय युद्ध जारी है, असली जीत 4 जून को इस संविधान विरोधी सरकार को उखाड़…— Kanhaiya Kumar (@kanhaiyakumar) May 10, 2024କହ୍ନେୟା କୁମାର କହିଛନ୍ତି ଯେ ‘ମାନନୀୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର ନିମନ୍ତେ ନିଷ୍ପତ୍ତିକୁ ସ୍ୱାଗତ କରୁଛି। ନାଗରିକଙ୍କ ସାମ୍ବିଧାନିକ ଅଧିକାରର ରକ୍ଷା ନିମନ୍ତେ ଏହା ଏକ ବଡ଼ ନିଷ୍ପତ୍ତି। ଇଣ୍ଡିଆ ସମ

ଅରବିନ୍ଦ କେଜରିୱାଲଙ୍କ ଜାମିନକୁ ନେଇ ଆସିଲା କହ୍ନେୟା କୁମାରଙ୍କ ପ୍ରତିକ୍ରିୟା, ଜାଣନ୍ତୁ କହିଛନ୍ତି କ’ଣ?

ନୂଆଦିଲ୍ଲୀ ୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନକୁ ମେଣ୍ଟ ସହଯୋଗୀ କଂଗ୍ରସ୍ ସ୍ୱାଗତ କରିଛି। ଏଥିରେ ଉତ୍ତର-ପୂର୍ବ ଦିଲ୍ଲୀରୁ କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାର ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି। କହିଛନ୍ତି ‘ଇଣ୍ଡିଆ’ ସମୂହର ନ୍ୟାୟ ଯୁଦ୍ଧ ଜାରି ରହିଛି। ଅସଲ ବିଜୟ ତ ୪ ଜୁନରେ ଏହି ସମ୍ବିଧାନ ବିରୋଧୀ ସରକାରଙ୍କୁ ଉପାଡିକି ହେବ। ଉଲ୍ଲେଖଯୋଗ୍ୟ ଯେ କିଛିଦିନ ପୂର୍ବରୁ କହ୍ନେୟା କୁମାର ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ପତ୍ନୀ ସୁନିତା କେଜରିୱାଲଙ୍କୁ ଭେଟିଥିଲେ। 


କହ୍ନେୟା କୁମାର କହିଛନ୍ତି ଯେ ‘ମାନନୀୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର ନିମନ୍ତେ ନିଷ୍ପତ୍ତିକୁ ସ୍ୱାଗତ କରୁଛି। ନାଗରିକଙ୍କ ସାମ୍ବିଧାନିକ ଅଧିକାରର ରକ୍ଷା ନିମନ୍ତେ ଏହା ଏକ ବଡ଼ ନିଷ୍ପତ୍ତି। ଇଣ୍ଡିଆ ସମୂହର ନ୍ୟାୟଯୁଦ୍ଧ ଜାରି ରହିଛି, ଅସଲ ଜିତ୍ ୪ ଜୁନରେ ସମ୍ବିଧାନ ବିରୋଧୀ ସରକାରକୁ ଉପାଡିକରି ହେବ’। ସେପଟେ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ମିଳିବା ପରେ ଆମ ଆଦମୀ ପାର୍ଟି( ଆପ)ରେ ଏବେ ଉତ୍ସାହର ମାହୋଲ। 



ଆପ ନେତା ସୌରଭ ଭରଦ୍ୱାଜ, ଗୋପାଲ ରାୟ ଓ ଅତିଶୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ଗୋପାଲ ରାୟ କହିଛନ୍ତି ଯେ ଯେଉଁମାନେ ସମ୍ବିଧାନକୁ ଭରସା କରୁଛନ୍ତି ସୁପ୍ରିମକୋର୍ଟ ଆଜି ସେମାନଙ୍କୁ ଆଶାର ଏକ କିରଣ ଦେଖାଇଛନ୍ତି। ଆମ ପାର୍ଟି ଓ ଦିଲ୍ଲୀ ଜନତା ସୁପ୍ରିମକୋର୍ଟଙ୍କୁ କୃତଜ୍ଞତା ଜଣାଉଛି। ଅତିଶୀ କହିଛନ୍ତି ଯେ ଏହା କେବଳ ଅରବିନ୍ଦ କେଜରିୱାଲଙ୍କ କଥା ନୁହେଁ, ବରଂ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ସତ୍ୟର ବିଜୟ ହୋଇଛି। ଏହା ଗଣତନ୍ତ୍ର ଓ ସମ୍ବିଧାନର ବିଜୟ। ଦେଶରେ ଗଣତନ୍ତ୍ର ବଞ୍ଚାଇବାକୁ ସୁପ୍ରିମକୋର୍ଟଙ୍କ ଏହା ଏକ ବଡ଼ ଭୂମିକା।