ଅରବିନ୍ଦ କେଜ୍ରିଓ୍ୱାଲ ଗିରଫ- ଗିରଫ କଲା ପ୍ରବର୍ତ୍ତନ ବିଭାଗ

ନୂଆଦିଲ୍ଲୀ- ଅରବିନ୍ଦ କେଜ୍ରିଓ୍ୱାଲ ଗିରଫ- ଗିରଫ କଲା ପ୍ରବର୍ତ୍ତନ ବିଭାଗ । ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ଦେବାକୁ  ଦିଲ୍ଲୀ ହାଇକୋର୍ଟ ମନା କରିବାର କିଛି ସମୟ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲା। ଗୁରୁବାର ସନ୍ଧ୍ୟାରେ ଇଡି ଏହି ଚଢ଼ାଉ କରିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚୁରା କରୁଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଛି । କେଜ୍ରିୱାଲଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ସୌରଭ ଭରଦ୍ୱାଜ କହିଛନ୍ତି […]

ଅରବିନ୍ଦ କେଜ୍ରିଓ୍ୱାଲ ଗିରଫ-  ଗିରଫ କଲା ପ୍ରବର୍ତ୍ତନ ବିଭାଗ

ନୂଆଦିଲ୍ଲୀ- ଅରବିନ୍ଦ କେଜ୍ରିଓ୍ୱାଲ ଗିରଫ- ଗିରଫ କଲା ପ୍ରବର୍ତ୍ତନ ବିଭାଗ । ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ଦେବାକୁ  ଦିଲ୍ଲୀ ହାଇକୋର୍ଟ ମନା କରିବାର କିଛି ସମୟ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲା। ଗୁରୁବାର ସନ୍ଧ୍ୟାରେ ଇଡି ଏହି ଚଢ଼ାଉ କରିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚୁରା କରୁଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଛି ।

କେଜ୍ରିୱାଲଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ସୌରଭ ଭରଦ୍ୱାଜ କହିଛନ୍ତି ବିଜେପି ଯୋଜନାବଦ୍ଧ ଭାବେ ନିର୍ବାଚନ ପୂର୍ବରୁ ଇଡିକୁ ବ୍ୟବହାର କରି କେଜ୍ରିୱାଲଙ୍କୁ ଗିରଫ କରିଛି ।

 

ଅବକାରୀ ନୀତି ସହ ଜଡ଼ିତ ଅର୍ଥ ଠକେଇ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁରକ୍ଷା ନଦେବା ପାଇଁ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସେ ଗୁରୁବାର ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟ ତାଙ୍କୁ କୌଣସି ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିବାର କିଛି ଘଣ୍ଟା ପରେ ଏହି ପଦକ୍ଷେପ ନିଆଯାଇଛି। ଏହି ମାମଲାରେ ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ ସୁପ୍ରିମକୋର୍ଟରେ ଶୁଣାଣି ହୋଇପାରେ।

ହାଇକୋର୍ଟର ବିଚାରପତି ସୁରେଶ କୁମାର କୈତ ଓ ମନୋଜ ଜୈନଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ଚ୍ୟାଲେଞ୍ଜ କରୁଥିବା ଆପ୍ ନେତାଙ୍କ ଆବେଦନକୁ ଏପ୍ରିଲ ୨୨ ତାରିଖରେ ଅଧିକ ବିଚାର ପାଇଁ ତାଲିକାଭୁକ୍ତ କରିଛନ୍ତି।