ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

କଣ୍ଟାବାଞ୍ଜି: ଶୌଚ ହେବା ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ । ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗିରର ଜିଲ୍ଲା ତୁରେକେଲା ବ୍ଲକ ଲର୍କୀ ଗାଁରେ ଏଭଳି ଘଟଣା ଘଟିଛି । ଗୁରୁତର ଥିବା ବୃଦ୍ଧ ଜଣକ ହେଲେ ଦଶରଥ ପରାଭୁଏ । ଭୋର ସକାଳ ସମୟରେ ଦଶରଥ ଗାଁ ପାଖ ରାସ୍ତାକଡ଼କୁ ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ଏକ ଭାଲୁ ଆସି ଦଶରଥଙ୍କୁ ଆକ୍ରମଣ […]

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

କଣ୍ଟାବାଞ୍ଜି: ଶୌଚ ହେବା ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ । ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗିରର ଜିଲ୍ଲା ତୁରେକେଲା ବ୍ଲକ ଲର୍କୀ ଗାଁରେ ଏଭଳି ଘଟଣା ଘଟିଛି । ଗୁରୁତର ଥିବା ବୃଦ୍ଧ ଜଣକ ହେଲେ ଦଶରଥ ପରାଭୁଏ । ଭୋର ସକାଳ ସମୟରେ ଦଶରଥ ଗାଁ ପାଖ ରାସ୍ତାକଡ଼କୁ ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ଏକ ଭାଲୁ ଆସି ଦଶରଥଙ୍କୁ ଆକ୍ରମଣ କରିଥିଲା। ଦଶରଥ ଜୋରରେ ଚିତ୍କାର କରିଥିଲେ । ପରିବାର ଲୋକେ ଦଶରଥଙ୍କ ପାଟିଶୁଣି ଭାଲୁ କବଳରୁ ତାଙ୍କୁ ଉଦ୍ଧାର କରିଥିଲେ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ। କଣ୍ଟାବାଞ୍ଜି ଡାକ୍ତରଖାନା ରେ ଦଶରଥଙ୍କ ଚିକିତ୍ସା ଚାଲିଛି ।