ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ଅଛି: ତରବର ନ ହେବାକୁ କହିଲେ ତୈଳ କମ୍ପାନୀ

ନୂଆଦିଲ୍ଲୀ,୧୦।୫: ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ମହଜୁଦ ରହିଛି। ତେଣୁ ଜନସାଧାରଣ ଇନ୍ଧନ କିଣିବା ପାଇଁ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ତୈଳ କମ୍ପାନୀଗୁଡ଼ିକ ଶୁକ୍ରବାର ଜନସାଧାରଣଙ୍କୁ ସୁନିଶ୍ଚିତ କରାଇଛନ୍ତି। ପର୍ଯ୍ୟାପ୍ତ ତୈଳ ଓ ରନ୍ଧନ ଗ୍ୟାସ୍‌ ମହଜୁଦ ଥିବା ନେଇ ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ (ଆଇଓସି), ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିଃ(ବିପିସିଏଲ୍‌) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ ଲିଃ (ଏଚ୍‌ପିସିଏଲ୍‌) ପକ୍ଷରୁ ଜଣାଇ ଦିଆଯାଇଛି। ଭାରତ […] The post ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ଅଛି: ତରବର ନ ହେବାକୁ କହିଲେ ତୈଳ କମ୍ପାନୀ appeared first on Dharitri Odia News.

ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ଅଛି: ତରବର ନ ହେବାକୁ କହିଲେ ତୈଳ କମ୍ପାନୀ

ନୂଆଦିଲ୍ଲୀ,୧୦।୫: ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ମହଜୁଦ ରହିଛି। ତେଣୁ ଜନସାଧାରଣ ଇନ୍ଧନ କିଣିବା ପାଇଁ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ତୈଳ କମ୍ପାନୀଗୁଡ଼ିକ ଶୁକ୍ରବାର ଜନସାଧାରଣଙ୍କୁ ସୁନିଶ୍ଚିତ କରାଇଛନ୍ତି। ପର୍ଯ୍ୟାପ୍ତ ତୈଳ ଓ ରନ୍ଧନ ଗ୍ୟାସ୍‌ ମହଜୁଦ ଥିବା ନେଇ ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ (ଆଇଓସି), ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିଃ(ବିପିସିଏଲ୍‌) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ ଲିଃ (ଏଚ୍‌ପିସିଏଲ୍‌) ପକ୍ଷରୁ ଜଣାଇ ଦିଆଯାଇଛି। ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଥିବାବେଳେ ଆଗକୁ ଇନ୍ଧନ ନ ମିଳିବା ଆଶଙ୍କା କରି ବହୁସଂଖ୍ୟାରେ ଲୋକେ ତେଲ କିଣିବା ପାଇଁ ପେଟ୍ରୋଲ ପମ୍ପ୍‌ରେ ଧାଡ଼ି ଲଗାଉଥିବାର ଭିଡିଓ ଓ ପୋଷ୍ଟ ସୋସିଆଲ ମିଡିଆଗୁଡ଼ିକରେ ପ୍ରକାଶ ପାଇବା ପରେ ତୈଳ କମ୍ପାନୀଗୁଡ଼ିକ ଏଭଳି ବିବୃତି ଜାରି କରିଛନ୍ତି। ବିଶେଷ କରି ପାକିସ୍ତାନ ସୀମାକୁ ଲାଗିଥିବା ରାଜ୍ୟର ପେଟ୍ରୋଲ ପମ୍ପ୍‌ଗୁଡ଼ିକରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଗୁରୁବାର ରାତିରେ ପାକିସ୍ତାନୀ ସେନା ପକ୍ଷରୁ ଏକାଧିକ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣକୁ ଭାରତୀୟ ସେନା ପଣ୍ଡ କରିଥିବାବେଳେ ଜମ୍ମୁ-କଶ୍ମୀର ଓ ପଞ୍ଜାବର ବିଭିନ୍ନ ସହରକୁ ବ୍ଲାକ୍‌ଆଉଟ୍‌ କରାଯାଇଥିଲା। ଫଳରେ ଆଗକୁ ତେଲ ନ ମିଳିବା ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଥିଲା। ଶାନ୍ତ ରହି ଅନାବଶ୍ୟକ ଭିଡ଼ ନ ଜମାଇବାକୁ ଓ ଆମକୁ ଭଲ ସେବା ଯୋଗାଇବାରେ ସହଯୋଗ କରିବାକୁ ତୈଳ କମ୍ପାନୀଗୁଡ଼ିକ କହିଛନ୍ତି।

The post ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ଅଛି: ତରବର ନ ହେବାକୁ କହିଲେ ତୈଳ କମ୍ପାନୀ appeared first on Dharitri Odia News.