ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୩: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଆରମ୍ଭ ହୋଇଛି ପ୍ରାର୍ଥୀ ଘୋଷଣା। ଦୁଇ ଦଳ ପର୍ଯ୍ୟାୟ ପର୍ଯ୍ୟାୟ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ ଅନ୍ୟ ସବୁ ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୩ ଲୋକସଭା ଆସନ, ଯାଜପୁର, କଟକରେ ଭାଜପା ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ। ଏଥିସହ ବିଧାନ ସଭା ପ୍ରାର୍ଥୀ ମଧ୍ୟ ଘୋଷଣା ହୋଇନାହିଁ। ଅନ୍ୟପଟେ ବିଜେଡି ଲୋକସଭା ଓ ବିଧାନ ସଭାର […] The post ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି appeared first on Dharitri Odia News.

ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୩: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଆରମ୍ଭ ହୋଇଛି ପ୍ରାର୍ଥୀ ଘୋଷଣା। ଦୁଇ ଦଳ ପର୍ଯ୍ୟାୟ ପର୍ଯ୍ୟାୟ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ ଅନ୍ୟ ସବୁ ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୩ ଲୋକସଭା ଆସନ, ଯାଜପୁର, କଟକରେ ଭାଜପା ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ। ଏଥିସହ ବିଧାନ ସଭା ପ୍ରାର୍ଥୀ ମଧ୍ୟ ଘୋଷଣା ହୋଇନାହିଁ। ଅନ୍ୟପଟେ ବିଜେଡି ଲୋକସଭା ଓ ବିଧାନ ସଭାର ପ୍ରାର୍ଥୀ ତାଲିକା ଦୁଇଟି ପର୍ଯ୍ୟାୟରେ ଘୋଷଣା କରି ସାରିଛି।

ଏହାରି ଭିତରେ ଶୁଣିବାକୁ ମିଳୁଛି ଯେ, ଭାଜପା ଖୁବ ଶୀଘ୍ର ବିଧାନ ସଭା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ବିଧାନସଭା ଓ ଲୋକ ସଭାର ୩ଟି ଆସନ ବାକି ଥିବା ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିବା ପାଇଁ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଛନ୍ତି । ତାଙ୍କ ସହ ସଗଂଠନ ମନ୍ତ୍ରୀ ମାନସ ମହାନ୍ତି ବି ଦିଲ୍ଲୀ ଯାଇଛନ୍ତି । ଆଜି ଉଭୟ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱ ସହ ଆଲୋଚନା କରିଛନ୍ତି । ଏନେଇ ଖୁବ୍‌ ଶୀଘ୍ର ଘୋଷଣା ହୋଇପାରେ ବୋଲି ଆଲୋଚନା କରାଯାଉଛି।

The post ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି appeared first on Dharitri Odia News.