ବାଂଲାଦେଶ ରାଷ୍ଟ୍ରପତିଙ୍କ ବହିଷ୍କାର ଦାବି, ବାସଭବନରେ ପଶିଲେ ବିକ୍ଷୋଭକାରୀ

ଢାକା,୨୪ା୧୦: ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଉପରେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଜୋର୍‌ ଧରିଛି। ଶାହାବୁଦ୍ଦିନଙ୍କ ବହିଷ୍କାର ଦାବିକରି ହଜାର ହଜାର ବିକ୍ଷୋଭକାରୀ ମଙ୍ଗଳବାର ତାଙ୍କ ଢାକାସ୍ଥିତ ବାସଭବନ ବଙ୍ଗଭବନ ପରିସରରେ ଧସେଇ ପଶିଥିଲେ। ଫଳରେ ବାଂଲାଦେଶରେ ସାନି ଉତ୍ତେଜନା ସୃଷ୍ଟି ହୋଇଛି। ଗତ ଜୁଲାଇ ଏବଂ ଅଗଷ୍ଟରେ ଶେଖ୍‌ ହାସିନା ସରକାର ବିରୋଧରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ରୂପ ନେବା ସହ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା। […] The post ବାଂଲାଦେଶ ରାଷ୍ଟ୍ରପତିଙ୍କ ବହିଷ୍କାର ଦାବି, ବାସଭବନରେ ପଶିଲେ ବିକ୍ଷୋଭକାରୀ appeared first on Dharitri Odia News.

ବାଂଲାଦେଶ ରାଷ୍ଟ୍ରପତିଙ୍କ ବହିଷ୍କାର ଦାବି, ବାସଭବନରେ ପଶିଲେ ବିକ୍ଷୋଭକାରୀ

ଢାକା,୨୪ା୧୦: ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଉପରେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଜୋର୍‌ ଧରିଛି। ଶାହାବୁଦ୍ଦିନଙ୍କ ବହିଷ୍କାର ଦାବିକରି ହଜାର ହଜାର ବିକ୍ଷୋଭକାରୀ ମଙ୍ଗଳବାର ତାଙ୍କ ଢାକାସ୍ଥିତ ବାସଭବନ ବଙ୍ଗଭବନ ପରିସରରେ ଧସେଇ ପଶିଥିଲେ। ଫଳରେ ବାଂଲାଦେଶରେ ସାନି ଉତ୍ତେଜନା ସୃଷ୍ଟି ହୋଇଛି। ଗତ ଜୁଲାଇ ଏବଂ ଅଗଷ୍ଟରେ ଶେଖ୍‌ ହାସିନା ସରକାର ବିରୋଧରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ରୂପ ନେବା ସହ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା। ରାଜନୈତିକ ସଙ୍କଟ ଦେଖାଦେବାରୁ ଶେଖ୍‌ ହାସିନା ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ପଳାଇ ଆସିଥିଲେ। ଗତ ସପ୍ତାହରେ ବାଂଲାଦେଶର ଦୈନିକ ଖବରକାଗଜ ମାନବ ଜମିନକୁ ଏକ ସାକ୍ଷାତ୍‌କାର ଦେଇ ରାଷ୍ଟ୍ରପତି ଶାହାବୁଦ୍ଦିନ କହିଥିଲେ, ହାସିନା ଦେଶ ଛାଡ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ତାଙ୍କ ପାଖରେ କୌଣସି ଦସ୍ତାବିଜ୍‌ ପ୍ରମାଣ ନାହିଁ। ହାସିନାଙ୍କ ଇସ୍ତଫା ସମ୍ପର୍କରେ ରାଷ୍ଟ୍ରପତି ମିଛ ବିବୃତି ଦେଇଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଆନ୍ଦୋଳନ ଜୋର୍‌ ଧରିଛି। ବିଭିନ୍ନ ବ୍ୟାନରରେ ବିକ୍ଷୋଭକାରୀମାନେ ବ୍ୟାରିକେଡ୍‌ ଭାଙ୍ଗି ବଙ୍ଗଭବନରେ ପ୍ରବେଶ ପାଇଁ ଉଦ୍ୟମ କଲାବେଳେ ପୋଲିସ ସେମାନଙ୍କୁ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ସାଉଣ୍ଡ ଗ୍ରେନେଡ୍‌ ଫାୟାର କରିଥିଲା। ଗୁଳିମାଡ଼ରେ ୨ ଜଣ ଏବଂ ସାଉଣ୍ଡ ଗ୍ରେନେଡ୍‌ ମାଡ଼ରେ ଜଣେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସେନା ହସ୍ତକ୍ଷେପ କରିବାରୁ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥିଲା। ବଙ୍ଗଭବନ ଫାଟକ ଛାଡ଼ି ଚାଲିଯିବାକୁ ସେନା ପକ୍ଷରୁ ମାଇକ ଯୋଗେ ନିବେଦନ କରାଯାଇଥିଲା। ହାସିନାଙ୍କୁ ବହିଷ୍କାର ପାଇଁ ଆନ୍ଦୋଳନର ନେତୃତ୍ୱ ନେଇଥିବା ଆଣ୍ଟି-ଡିସ୍‌କ୍ରିମିନେଶନ ଷ୍ଟୁଡେଣ୍ଟ ମୁଭ୍‌ମେଣ୍ଟ ଶାହାବୁଦ୍ଦିନଙ୍କ ବହିଷ୍କାର ଦାବିରେ ସେଣ୍ଟ୍ରାଲ ଶହୀଦ ମିନାର ଆଗରେ ର଼୍ୟାଲିର ଆୟୋଜନ କରିଥିଲା। ବାଂଲାଦେଶ ସମ୍ବିଧାନକୁ ରଦ୍ଦ କରିବା ସମେତ ଆନ୍ଦୋଳନକାରୀମାନେ ୫ ଦଫା ଦାବି ଉପସ୍ଥାପନ କରିଛନ୍ତି। ଏଥିସହିତ ଶାହାବୁଦ୍ଦିନଙ୍କ ବହିଷ୍କାର ପାଇଁ ସେମାନେ ୭ ଦିନିଆ ମହଲତ ଦେଇଛନ୍ତି।

The post ବାଂଲାଦେଶ ରାଷ୍ଟ୍ରପତିଙ୍କ ବହିଷ୍କାର ଦାବି, ବାସଭବନରେ ପଶିଲେ ବିକ୍ଷୋଭକାରୀ appeared first on Dharitri Odia News.