କାହିଁକି ରାଜନୀତି, କାହିଁକି ଆପ୍‌? ଶିକ୍ଷକରୁ ନେତା ହୋଇଥିବା ଅବଧ କହିଲେ…

ନୂଆଦିଲ୍ଲୀ,୩।୧୨: ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିଏସ୍‌ସିର ଖ୍ୟାତନାମା ଶିକ୍ଷକ ଅବଧ ଓଝା ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ଦିନକ ପୂର୍ବରୁ ସେ ଆମ୍‌ ଆଦ୍‌ମୀ ପାର୍ଟୀ(ଆପ୍‌)ରେ ଯୋଗ ଦେଇଛନ୍ତି। ଏହାପରଠାରୁ ଦିଲ୍ଲୀର ରାଜନୀତି ପାଣିପାଗ ସରଗରମ ରହିଛି। ଦଳ ତାଙ୍କୁ ନିର୍ବାଚନରେ ଛିଡ଼ା କରିବାକୁ ଚାହୁଁଛି ବୋଲି କୁହାଯାଉଛି। ଆପ୍‌ରେ ଯୋଗ ଦେବା ପରେ ଅବଧ ନିଜର ଭବିଷ୍ୟତର ଯୋଜନା ବିଷୟରେ କହିଛନ୍ତି। ରାଜନେତା ଭାବେ ନୂଆ ଭୂମିକା ବିଷୟରେ ସେ […] The post କାହିଁକି ରାଜନୀତି, କାହିଁକି ଆପ୍‌? ଶିକ୍ଷକରୁ ନେତା ହୋଇଥିବା ଅବଧ କହିଲେ… appeared first on Dharitri Odia News.

କାହିଁକି ରାଜନୀତି, କାହିଁକି ଆପ୍‌? ଶିକ୍ଷକରୁ ନେତା ହୋଇଥିବା ଅବଧ କହିଲେ…

ନୂଆଦିଲ୍ଲୀ,୩।୧୨: ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିଏସ୍‌ସିର ଖ୍ୟାତନାମା ଶିକ୍ଷକ ଅବଧ ଓଝା ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ଦିନକ ପୂର୍ବରୁ ସେ ଆମ୍‌ ଆଦ୍‌ମୀ ପାର୍ଟୀ(ଆପ୍‌)ରେ ଯୋଗ ଦେଇଛନ୍ତି। ଏହାପରଠାରୁ ଦିଲ୍ଲୀର ରାଜନୀତି ପାଣିପାଗ ସରଗରମ ରହିଛି। ଦଳ ତାଙ୍କୁ ନିର୍ବାଚନରେ ଛିଡ଼ା କରିବାକୁ ଚାହୁଁଛି ବୋଲି କୁହାଯାଉଛି।

ଆପ୍‌ରେ ଯୋଗ ଦେବା ପରେ ଅବଧ ନିଜର ଭବିଷ୍ୟତର ଯୋଜନା ବିଷୟରେ କହିଛନ୍ତି। ରାଜନେତା ଭାବେ ନୂଆ ଭୂମିକା ବିଷୟରେ ସେ କହିଛନ୍ତି ଯେ, ଯେତେବେଳେ କେହି ଉଠିବାକୁ ଚେଷ୍ଟା କରନ୍ତି ତାଙ୍କୁ ଟାର୍ଗେଟ କରାଯାଏ। ଦୋଷ ଲଦି ଦିଆଯାଏ। ସେମିତି ବିଭିନ୍ନ ଦଳ ପକ୍ଷରୁ ଏବେ ଶୁଣୁଛି। କେବେ କୌଣସି ରିକ୍ସା ନଚେତ ଶ୍ରମିକଙ୍କ ଉପରେ କେହି ଅଭିଯୋଗ କରିଥିବା ଶୁଣିଛନ୍ତି। ନା। ଏବେ ମୋତେ ସେସବୁ ଶୁଣିବାକୁ ହେବ। ପୂର୍ବରୁ ଅନେକ କାର୍ଯ୍ୟକ୍ରମରେ କହିଥିଲି ଯେ ଆଜିର ମହାଭାରତରେ ଯେ କେହି ମୋତେ ନିମନ୍ତ୍ରଣ କରିବ ତା ପକ୍ଷରୁ ଲଢ଼ିବି। ଆପ୍‌ ପକ୍ଷରୁ ମୋତେ ମେସେଜ୍‌ ଆସିଥିଲା ଯେ ଆମର ଶିକ୍ଷା କ୍ଷେତ୍ରର ବିକାଶରେ ସହଯୋଗୀ ହୁଅନ୍ତୁ। ଏହି ପଦେ କଥା ପ୍ରଭାବିତ କରିଥିଲା। ମୁଁ କହିଥିଲି ଠିକ୍‌ ଅଛି ସହଯୋଗ ନିଶ୍ଚିତ କରିବି।

ଭ୍ରଷ୍ଟାଚାର ଅଭିଯୋଗକୁ ନେଇ ବିବାଦରେ ଥିବା ଆପ୍‌କୁ କାହିଁକି ବାଛିଲେ ପ୍ରସଙ୍ଗରେ ଅବଧ କହିଛନ୍ତି, ଭଗବାନ ରାମଙ୍କ ଉପରେ ଅଭିଯୋଗ ଲାଗିଥିଲା। ଏଥିଲାଗି ତାଙ୍କ ପତ୍ନୀ ଅଗ୍ନି ପରୀକ୍ଷା ଦେଇଥିଲେ। ଆପଣଙ୍କ ଜୀବନର ଅଙ୍ଗ। ଯେବେ ଆପଣ ରାଜନୀତିକୁ ଯାଉଛନ୍ତି ସେତେବେଳେ ଆପଣ କାହା ନଜରରେ ଆସିବେ, ନଚେତ କାହା ନଜରରୁ ତଳେ ରହିବେ। ଏହି ଦୌଡ଼ରେ ଅଭିଯୋଗ ତ ସାଧାରଣ କଥା ବୋଲି ସେ କହିଛନ୍ତି।

ଏହାଛଡ଼ା ଦଳ ଯଦି ତାଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଏ ତେବେ ସେ ନିଶ୍ଚିତ ଲଢ଼ିବେ ବୋଲି ସେ କହିଛନ୍ତି।

The post କାହିଁକି ରାଜନୀତି, କାହିଁକି ଆପ୍‌? ଶିକ୍ଷକରୁ ନେତା ହୋଇଥିବା ଅବଧ କହିଲେ… appeared first on Dharitri Odia News.