କେବଳ ଜନ ସେବା, ମୋ ସେବା କେନ୍ଦ୍ରରେ ହୋଇପାରିବ ଆବେଦନ
ଭୁବନେଶ୍ୱର,୪।୯: ଓଡ଼ିଶା ସରକାରଙ୍କ ମେଗା ସ୍କିମ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ରାଜ୍ୟର ବିଭିନ୍ନ ଜନସେବା କେନ୍ଦ୍ର ମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଯୁବତୀଙ୍କଠାରୁ ମହିଳାମାନେ ସେମାନଙ୍କ ଅଞ୍ଚଳରେ ଥିବା ଜନସେବା କେନ୍ଦ୍ରରେ ଲମ୍ବା ଲାଇନ୍ ଲଗାଉଛନ୍ତି। ଏହାରି ମଧ୍ୟରେ ଜନସେବା କେନ୍ଦ୍ର କାର୍ଯ୍ୟକାରୀ ମୁଖ୍ୟ ବଡ଼ ସୂଚନା ଦେଇଛନ୍ତି। ଦିନକୁ ଦିନ ସୁଭଦ୍ରା ଯୋଜନାରେ ଆବେଦନକୁ ଲାଗି ‘ସୁଭଦ୍ରା’ ଫର୍ମକୁ ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଜନସେବା କେନ୍ଦ୍ର କାର୍ଯ୍ୟକାରୀ ମୁଖ୍ୟ। ସେ କହିଛନ୍ତି […] The post କେବଳ ଜନ ସେବା, ମୋ ସେବା କେନ୍ଦ୍ରରେ ହୋଇପାରିବ ଆବେଦନ appeared first on Dharitri Odia News.
ଭୁବନେଶ୍ୱର,୪।୯: ଓଡ଼ିଶା ସରକାରଙ୍କ ମେଗା ସ୍କିମ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ରାଜ୍ୟର ବିଭିନ୍ନ ଜନସେବା କେନ୍ଦ୍ର ମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଯୁବତୀଙ୍କଠାରୁ ମହିଳାମାନେ ସେମାନଙ୍କ ଅଞ୍ଚଳରେ ଥିବା ଜନସେବା କେନ୍ଦ୍ରରେ ଲମ୍ବା ଲାଇନ୍ ଲଗାଉଛନ୍ତି। ଏହାରି ମଧ୍ୟରେ ଜନସେବା କେନ୍ଦ୍ର କାର୍ଯ୍ୟକାରୀ ମୁଖ୍ୟ ବଡ଼ ସୂଚନା ଦେଇଛନ୍ତି।
ଦିନକୁ ଦିନ ସୁଭଦ୍ରା ଯୋଜନାରେ ଆବେଦନକୁ ଲାଗି ‘ସୁଭଦ୍ରା’ ଫର୍ମକୁ ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଜନସେବା କେନ୍ଦ୍ର କାର୍ଯ୍ୟକାରୀ ମୁଖ୍ୟ। ସେ କହିଛନ୍ତି ଯେ, ”ଘରେ ରହି ଅନଲାଇନରେ ‘ସୁଭଦ୍ରା’ ଆବେଦନ କରିପାରିବେ ନାହିଁ। କେବଳ ଜନ ସେବା, ମୋ ସେବା କେନ୍ଦ୍ରରେ ଆବେଦନ ହୋଇପାରିବ।
ବୁଧବାର ସନ୍ଧ୍ୟାରୁ ଆବେଦନ ଲାଗି ପୋର୍ଟାଲ ଖୋଲିବ, ତେଣୁ ଲୋକମାନେ ଆଅଗରୁ କେନ୍ଦ୍ରରେ ଭିଡ଼ ନ ଲଗାଇବାକୁ ସେ କହିଛନ୍ତି। ଏହା ବ୍ୟତୀତ ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା ହୋଇନାହିଁ। ଶେଷ ଆବେଦନକାରୀ ଥିବା ଯାଏଁ ଫର୍ମ ସଂଗ୍ରହ ଜାରି ରହିବ।
ଲୋକମାନେ ଜନସେବା କେନ୍ଦ୍ର ସହ ଅଙ୍ଗନବାଡି କର୍ମୀଙ୍କ ପାଖରୁ ଫର୍ମ ନେଇ ଆବେଦନ କରିପାରିବେ। ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର କ୍ୟାମ୍ପରେ ଫର୍ମ ଗ୍ରହଣ ବ୍ୟବସ୍ଥା କରାଯାଉଛି। ଏଥିପାଇଁ କେବଳ ଆଧାର କାର୍ଡ ସହିତ ଲିଙ୍କ ହୋଇଥିବା ମୋବାଇଲ, ଆଙ୍ଗୁଠି ଛାପ, ମୁହଁ କିମ୍ବା ଆଖି ଡୋଳା ଦ୍ବାରା ଅଥେଣ୍ଟିକେସନ ଆବଶ୍ୟକ। ତେବେ ଲୋକମାନେ ଆଧାର ଅପଡେଟ୍ କରାଇବାକୁ ଜନସେବା କେନ୍ଦ୍ରରେ ଭିଡ଼ ନ ଜମାଇବାକୁ ସେ କହିଛନ୍ତି।”
The post କେବଳ ଜନ ସେବା, ମୋ ସେବା କେନ୍ଦ୍ରରେ ହୋଇପାରିବ ଆବେଦନ appeared first on Dharitri Odia News.