ବର୍ଷା ଛାଡ଼ିବା ପରେ ପଡ଼ିଲା ଟସ୍‌: ଭାରତର ବ୍ୟାଟିଂ

ଉଭୟ ଟିମ ଆଜି ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରି ନାହାନ୍ତି।

ବର୍ଷା ଛାଡ଼ିବା ପରେ ପଡ଼ିଲା ଟସ୍‌: ଭାରତର ବ୍ୟାଟିଂ

ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଆଜି ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଭାରତୀୟ ଟିମ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିବ।

ବର୍ଷା ଯୋଗୁ ମ୍ୟାଚ୍‌ ଡେରିରେ ଆରମ୍ଭ ହୋଇଛି। ଗାୟାନରେ ସକାଳୁ ବର୍ଷା ଲାଗି ରହିଥିବା ବେଳେ ଏବେ ଛାଡ଼ି ଯାଇଛି। ବର୍ଷା ଛାଡ଼ିବା ପରେ ଟସ ପଡ଼ିଛି ଓ ମ୍ୟାଚ୍‌ ୯.୧୫ରେ ଆରମ୍ଭ ହେବ।

ଉଭୟ ଟିମ ଆଜି ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ଭାରତ ତା’ର ଶେଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ମାତ ଦେଇ ସେମିକୁ ଆସିଛି। ସେହିପରି ଇଂଲଣ୍ଡ ଶେଷ ମ୍ୟାଚ୍‌ରେ ୟୁଏଇକୁ ହରାଇଥିଲା।