ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସ୍ୱାଗତରେ ଏଏପି କାର୍ଯ୍ୟକର୍ତ୍ତା ଫୁଟାଇଲେ ବାଣ, ଦିଲ୍ଲୀ ପୋଲିସ ରୁଜୁ କଲା ମାମଲା
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସଭବନ ବାହାରେ ବାଣ ଫୁଟାକୁ ନେଇ ପୋଲିସ ମାମଲା ରୁଜୁ କରିଛି । କେଜ୍ରିଓ୍ୱାଲ ଜେଲ୍ରୁ ବାହାରିବା ପରେ ତାଙ୍କ ସ୍ୱାଗତରେ ସିଏମ୍ ବାସଭବନ ବାହାରେ ଆମ୍ ଆଦ୍ମୀ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ବାଣ ଫୁଟାଇଥିଲେ । ଆଗାମୀ ଶୀତ ଋତୁରେ ରାଜଧାନୀରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ବାଣ ତିଆରି, ବିକ୍ରି ଏବଂ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । କେଜ୍ରିଓ୍ୱାଲ ସରକାର ସେପ୍ଟେମ୍ବର ୯ରେ ହିଁ ବାଣ ଉପରେ […] The post ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସ୍ୱାଗତରେ ଏଏପି କାର୍ଯ୍ୟକର୍ତ୍ତା ଫୁଟାଇଲେ ବାଣ, ଦିଲ୍ଲୀ ପୋଲିସ ରୁଜୁ କଲା ମାମଲା appeared first on KNews Odisha.

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସଭବନ ବାହାରେ ବାଣ ଫୁଟାକୁ ନେଇ ପୋଲିସ ମାମଲା ରୁଜୁ କରିଛି । କେଜ୍ରିଓ୍ୱାଲ ଜେଲ୍ରୁ ବାହାରିବା ପରେ ତାଙ୍କ ସ୍ୱାଗତରେ ସିଏମ୍ ବାସଭବନ ବାହାରେ ଆମ୍ ଆଦ୍ମୀ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ବାଣ ଫୁଟାଇଥିଲେ ।
ଆଗାମୀ ଶୀତ ଋତୁରେ ରାଜଧାନୀରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ବାଣ ତିଆରି, ବିକ୍ରି ଏବଂ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । କେଜ୍ରିଓ୍ୱାଲ ସରକାର ସେପ୍ଟେମ୍ବର ୯ରେ ହିଁ ବାଣ ଉପରେ ବ୍ୟାନ୍ ଘୋଷଣା କରିଥିଲେ ।
ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ବାହାରେ ବାଣ ଫୁଟାକୁ ନେଇ ସିଭିଲ୍ ଲାଇନ୍ସ ଥାନାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଭାରତୀୟ ନ୍ୟାୟ ସଂହିତାର ଧାରା ୨୨୩ ଅଧୀନରେ ମାମଲା ରୁଜୁ ହୋଇଛି ।
ଅରବିନ୍ଦ କେଜ୍ରିଓ୍ୱାଲ ଶୁକ୍ରବାର ସନ୍ଧ୍ୟାରେ ତିହାର ଜେଲ୍ରୁ ବାହାରିବା ପରେ ସିଏମ୍ ବାସଭବନ ବାହାରେ ବାଣ ଫୁଟାଯାଇଥିଲା । ପାର୍ଟିର କାର୍ଯ୍ୟକର୍ତ୍ତାମାନେ ନିଜ ନେତାଙ୍କ ସ୍ୱାଗତ ପାଇଁ ଏଠାରେ ଏକତ୍ରିତ ହୋଇଥିଲେ ।
The post ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସ୍ୱାଗତରେ ଏଏପି କାର୍ଯ୍ୟକର୍ତ୍ତା ଫୁଟାଇଲେ ବାଣ, ଦିଲ୍ଲୀ ପୋଲିସ ରୁଜୁ କଲା ମାମଲା appeared first on KNews Odisha.