ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦାବି କଲା ଭାଜପା
ନୂଆଦିଲ୍ଲୀ,୨୧।୩: ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗିରଫ କରିଛି। ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କୁ ଗିରଫଦାରୀରୁ ସୁରକ୍ଷା ଦେବାକୁ ମନା କରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା। କେଜ୍ରିୱାଲଙ୍କ ଗିରଫ ଦିଲ୍ଲୀର ଏକ୍ସାଇଜ୍ ପଲିସି ସହିତ ଜଡିତ ମନି ଲଣ୍ଡରିଂ ମାମଲା ସହ ଜଡିତ। କେଜ୍ରିୱାଲଙ୍କ ଗିରଫ ପରେ ଦିଲ୍ଲୀ ଭାଜପା ସଭାପତି ବିରେନ୍ଦ୍ର ସଚ୍ଚଦେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଏଏପି କନଭେନରଙ୍କ ଇସ୍ତଫା ଦାବି କରିଛନ୍ତି। ଦିଲ୍ଲୀର ଭାଜପା […] The post ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦାବି କଲା ଭାଜପା appeared first on Dharitri Odia News.
ନୂଆଦିଲ୍ଲୀ,୨୧।୩: ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗିରଫ କରିଛି। ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କୁ ଗିରଫଦାରୀରୁ ସୁରକ୍ଷା ଦେବାକୁ ମନା କରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା। କେଜ୍ରିୱାଲଙ୍କ ଗିରଫ ଦିଲ୍ଲୀର ଏକ୍ସାଇଜ୍ ପଲିସି ସହିତ ଜଡିତ ମନି ଲଣ୍ଡରିଂ ମାମଲା ସହ ଜଡିତ।
କେଜ୍ରିୱାଲଙ୍କ ଗିରଫ ପରେ ଦିଲ୍ଲୀ ଭାଜପା ସଭାପତି ବିରେନ୍ଦ୍ର ସଚ୍ଚଦେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଏଏପି କନଭେନରଙ୍କ ଇସ୍ତଫା ଦାବି କରିଛନ୍ତି। ଦିଲ୍ଲୀର ଭାଜପା ସଭାପତି ବିରେନ୍ଦ୍ର ସଚ୍ଚେଦଭା ଗଣମାଧ୍ୟମକୁ କହିଛନ୍ତି ଯେ ଆଜି ଦୁର୍ନୀତିର ଅଭିଯୋଗରେ ସମ୍ପୃକ୍ତ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି।
ସେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ହେଉଛି ଦୁର୍ନୀତିର ପରାଜୟ। କେଜ୍ରିୱାଲ ତୁରନ୍ତ ଇସ୍ତଫା ଦିଅନ୍ତୁ।” ସଚଦେବ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନୀତି ଦିଲ୍ଲୀର ଯୁବକମାନଙ୍କୁ ନିଶା ଆଡକୁ ଠେଲି ଦେଇଛି। “କେଜ୍ରିୱାଲ ପଞ୍ଜାବରେ ଡ୍ରଗ୍ସ ବିରୋଧରେ ଡ୍ରାମା କରୁଥିବାବେଳେ ସେ ଦିଲ୍ଲୀର ପ୍ରତ୍ୟେକ ରାସ୍ତାରେ ମଦ ଦୋକାନ ଏବଂ ବାର୍ ରୁମ୍ ଖୋଲି ଯୁବକମାନଙ୍କୁ ନିଶା ଭିତରକୁ ଠେଲି ଦେଇଥିଲେ।
The post ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦାବି କଲା ଭାଜପା appeared first on Dharitri Odia News.