ଅରିନ୍ଦମ ଏନ୍ଟିପିସିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
ଭୁବନେଶ୍ୱର,୯।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ ବା ଏନ୍ଟିପିସି ଲିମିଟେଡର ନୂତନ ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଷ୍ଟର୍ନ ରିଜନ-୨, ମୁଖ୍ୟାଳୟ ଭୁବନେଶ୍ୱର) ଭାବେ ଅରିନ୍ଦମ ସିହ୍ନା ନିକଟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଏନ୍ଟିପିସିର ନୂତନ ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଷ୍ଟର୍ନ ରିଜନ-୧)ର ଅତିରିକ୍ତ ଦାୟିତ୍ୱରେ କାର୍ଯ୍ୟ କରୁଥିଲେ। ଏପରିକି ସେ ସୁଦୀପ ନାଗଙ୍କଠାରୁ ଉକ୍ତ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟ କରୁଥିବା ଜଣାପଡ଼ିଛି। ସେହିଭଳି […] The post ଅରିନ୍ଦମ ଏନ୍ଟିପିସିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ appeared first on Dharitri Odia News.
ଭୁବନେଶ୍ୱର,୯।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ ବା ଏନ୍ଟିପିସି ଲିମିଟେଡର ନୂତନ ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଷ୍ଟର୍ନ ରିଜନ-୨, ମୁଖ୍ୟାଳୟ ଭୁବନେଶ୍ୱର) ଭାବେ ଅରିନ୍ଦମ ସିହ୍ନା ନିକଟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଏନ୍ଟିପିସିର ନୂତନ ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଷ୍ଟର୍ନ ରିଜନ-୧)ର ଅତିରିକ୍ତ ଦାୟିତ୍ୱରେ କାର୍ଯ୍ୟ କରୁଥିଲେ। ଏପରିକି ସେ ସୁଦୀପ ନାଗଙ୍କଠାରୁ ଉକ୍ତ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟ କରୁଥିବା ଜଣାପଡ଼ିଛି। ସେହିଭଳି ସେ ଏନ୍ଟିପିସି କାହଳ ଗାଁରେ ପ୍ରକଳ୍ପ ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଥିଲାବେଳେ ବର୍ତ୍ତମାନ ସିହ୍ନା କର୍ପୋରେଟ ଅପରେଶନ ସର୍ଭିସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି। ଉଲ୍ଲେଖଯୋଗ୍ୟ, ଏନଟିପିସିରେ ସିହ୍ନା ୧୯୮୮ରେ ଯୋଗ ଦେଇଥିଲେ। ଏପରିକି ଦୀର୍ଘ ୩୬ ବର୍ଷର ଅଭିଜ୍ଞତା ଓ ଶକ୍ତି କ୍ଷେତ୍ରରେ ସେ ଜଣେ ଦକ୍ଷ ବ୍ୟକ୍ତିବିଶେଷ ଭାବେ ପରିଚିତ ହୋଇପାରିଛନ୍ତି।
The post ଅରିନ୍ଦମ ଏନ୍ଟିପିସିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ appeared first on Dharitri Odia News.