ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ ଦଳ ଘୋଷଣା କରିଛି। ପ୍ରାୟ ୨୦ଦିନ ତଳୁ ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ବିଜେଡି ତୃତୀୟ ଥର ପାଇଁ ଏଠାରେ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ସେହିପରି କଂଗ୍ରେସ ଯୁବ ସଙ୍ଗଠକ ଆକ୍ୟୁବ୍‌ ଉଜ୍‌ମାନ ଖାଁଙ୍କୁ ପ୍ରାର୍ଥୀ କରିଛି। ଅରିନ୍ଦମ୍‌ ସାଲେପୁର ନିର୍ବାଚନ ମଣ୍ଡଳୀର ହୋଇ ନ ଥିବାବେଳେ ତାଙ୍କୁ କେତେଦୂର […] The post ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ appeared first on Dharitri Odia News.

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ ଦଳ ଘୋଷଣା କରିଛି। ପ୍ରାୟ ୨୦ଦିନ ତଳୁ ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ବିଜେଡି ତୃତୀୟ ଥର ପାଇଁ ଏଠାରେ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ସେହିପରି କଂଗ୍ରେସ ଯୁବ ସଙ୍ଗଠକ ଆକ୍ୟୁବ୍‌ ଉଜ୍‌ମାନ ଖାଁଙ୍କୁ ପ୍ରାର୍ଥୀ କରିଛି। ଅରିନ୍ଦମ୍‌ ସାଲେପୁର ନିର୍ବାଚନ ମଣ୍ଡଳୀର ହୋଇ ନ ଥିବାବେଳେ ତାଙ୍କୁ କେତେଦୂର ସ୍ଥାନୀୟ ଲୋକ ଗ୍ରହଣ କରିବେ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଲେପୁରରେ ଭାଜପାର ବହୁ ପୁରୁଖା ନେତା ସଙ୍ଗଠନ ଚଳାଇ ଆସୁଥିବାବେଳେ ସେମାନେ ଟିକେଟ୍‌ ଆଶାୟୀ ଥିଲେ। କିନ୍ତୁ ଦଳ ସେମାନଙ୍କୁ ଅଣଦେଖା କରି ଅରିନ୍ଦମଙ୍କୁ ପ୍ରାର୍ଥୀ କରିଥିବାରୁ କର୍ମୀମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଫଳରେ ବିଜେଡି କର୍ମୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଅପରପକ୍ଷେ କମ୍‌ ଦିନ ତଳେ ଭାଜପା ସଙ୍ଗଠନ ଛାଡ଼ି ବିଜେଡିରେ ଯୋଗଦେଇ କଟକ-ବାରବାଟୀରୁ ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରକାଶ ବେହେରାଙ୍କ ବହୁ ସମର୍ଥକ କୌଣସି ଦଳରେ ସାମିଲ ନ ହୋଇ କିଏ ଭାଜପା ଟିକେଟ୍‌ ପାଉଛି, ସେନେଇ ଅପେକ୍ଷା କରି ରହିଥିଲେ। ଏବେ ଅରିନ୍ଦମ୍‌ ଟିକେଟ୍‌ ପାଇବାପରେ ସେମାନଙ୍କ ମଧ୍ୟରେ ଉତ୍ସାହ କମିଥିବା ଚର୍ଚ୍ଚା ହେଉଛି। ସେପଟେ କଂଗ୍ରେସ ନେତା ଆକ୍ୟୁବ୍‌ ଖାଁ ଏହାର ପୂର୍ଣ୍ଣ ସୁଯୋଗ ନେବାପାଇଁ ସମସ୍ତ ପ୍ରକାର ରଣକୌଶଳ ଆରମ୍ଭ କରିଦେଇଛନ୍ତି। କୌଣସି ଦଳରେ ସାମିଲ ହୋଇ ନ ଥିବା ପ୍ରକାଶଙ୍କ ସମର୍ଥକମାନଙ୍କୁ କଂଗ୍ରେସ ସଙ୍ଗଠନରେ ସାମିଲ କରିବାପାଇଁ ସେ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏନେଇ ବିଜେଡି ଓ କଂଗ୍ରେସ ମଧ୍ୟରେ ଟକ୍କର ହୋଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି।

The post ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ appeared first on Dharitri Odia News.