ଅରୁଣାଚଳ ପ୍ରଦେଶ ଉପରେ ପୁଣି ଚୀନ୍ର ଦାବି, ୩୦ଟି ସ୍ଥାନର ଜାରି କଲା ଚାଇନିଜ୍ ନାଁ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶକୁ ନେଇ ପୁଣି ଥରେ ବିବାଦୀୟ ପଦକ୍ଷେପ ନେଇଛି ଚୀନ୍ । ପ୍ରକୃତରେ ଚୀନ୍ ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନକୁ ନିଜର ବୋଲି କହି ଏହାର ଚାଇନିଜ୍ ନାମକରଣ କରିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।ପୂର୍ବରୁ ହିଁ ଚୀନ୍ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କରିଆସୁଛି। ଆଉ ନିକଟରେ ଭାରତ ବିଦେଶ ମନ୍ତ୍ରାଳୟ ମଧ୍ୟ ଚୀନର ଏହି ଦାବି ଉପରେ ଜବାବ ରଖି କହିଥିଲା ଯେ, ଅରୁଣାଚଳ ପ୍ରଦେଶ ଆମର ଆଉ ଏହା ଆମର ହିଁ ହୋଇ ରହିବ। ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ ।ସୂଚନାଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶ ଗ୍ରସ୍ତ ସମୟରେ ସେନା ଟନେଲର ଉଦ୍ଘାଟନ କରିଥିଲେ। ଏହାପରଠାରୁ ହିଁ ବ୍ୟସ୍ତବିବ୍ରତ ହୋଇପଡ଼ିଛି। ସେ ଅରୁଣାଚଳ ପ୍ରଦେଶକୁ ନେଇ ଲଗାତାର ବୟାନବାଜି କରୁଛି।ଚୀନ୍ ସମ୍ବାଦ ସରବରାହ ସଂସ୍ଥା ‘ଗ୍ଲୋବାଲ ଟାଇମ୍ସ’ ରବିବାର କହିଛି ଯେ, ଚୀନ୍ ନାଗରିକ ମାମଲା ମନ୍ତ୍ରାଳୟ ‘ଜଙ୍ଗନାନ’ରେ ଭୌଗୋଳିକ ନାଁର ଚତୁର୍ଥ ସୂଚୀ ଜାରି କରିଛି। ଚୀନ ଅରୁଣାଚଳ ପ୍ରଦେଶକୁ ‘ଜଙ୍ଗନାନ’ କହିଥାଏ ଏବଂ ଦକ୍ଷିଣ ତିବ୍ବତକୁ ଅଂଶ ଭାବରେ ଏହି ରାଜ୍ୟ ଉପରେ ନିଜର ଦାବି କରୁଆସୁଛି।ମନ୍ତ୍ରାଳୟର ଅଫିସିଆଲ ଓ୍ବେବସାଇଟରେ କ୍ଷେତ୍ରର ଅତିରିକ୍ତ ୩୦ ନାମ ପୋଷ୍ଟ କରାଯାଇଛି। ଅବଶ୍ୟ ଏହି ନାଁର ଅଧିକ ସୂଚନା ସାମ୍ନାକୁ ଆସିନାହିଁ କିନ୍ତୁ ଜଣାପଡ଼ିଛି ଯେ, ଏହି ନାମ ଅରୁଣାଚଳ ପ୍ରଦେଶର ୧୧ ଆବସି
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶକୁ ନେଇ ପୁଣି ଥରେ ବିବାଦୀୟ ପଦକ୍ଷେପ ନେଇଛି ଚୀନ୍ । ପ୍ରକୃତରେ ଚୀନ୍ ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନକୁ ନିଜର ବୋଲି କହି ଏହାର ଚାଇନିଜ୍ ନାମକରଣ କରିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।
ପୂର୍ବରୁ ହିଁ ଚୀନ୍ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କରିଆସୁଛି। ଆଉ ନିକଟରେ ଭାରତ ବିଦେଶ ମନ୍ତ୍ରାଳୟ ମଧ୍ୟ ଚୀନର ଏହି ଦାବି ଉପରେ ଜବାବ ରଖି କହିଥିଲା ଯେ, ଅରୁଣାଚଳ ପ୍ରଦେଶ ଆମର ଆଉ ଏହା ଆମର ହିଁ ହୋଇ ରହିବ। ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ ।
ସୂଚନାଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶ ଗ୍ରସ୍ତ ସମୟରେ ସେନା ଟନେଲର ଉଦ୍ଘାଟନ କରିଥିଲେ। ଏହାପରଠାରୁ ହିଁ ବ୍ୟସ୍ତବିବ୍ରତ ହୋଇପଡ଼ିଛି। ସେ ଅରୁଣାଚଳ ପ୍ରଦେଶକୁ ନେଇ ଲଗାତାର ବୟାନବାଜି କରୁଛି।
ଚୀନ୍ ସମ୍ବାଦ ସରବରାହ ସଂସ୍ଥା ‘ଗ୍ଲୋବାଲ ଟାଇମ୍ସ’ ରବିବାର କହିଛି ଯେ, ଚୀନ୍ ନାଗରିକ ମାମଲା ମନ୍ତ୍ରାଳୟ ‘ଜଙ୍ଗନାନ’ରେ ଭୌଗୋଳିକ ନାଁର ଚତୁର୍ଥ ସୂଚୀ ଜାରି କରିଛି। ଚୀନ ଅରୁଣାଚଳ ପ୍ରଦେଶକୁ ‘ଜଙ୍ଗନାନ’ କହିଥାଏ ଏବଂ ଦକ୍ଷିଣ ତିବ୍ବତକୁ ଅଂଶ ଭାବରେ ଏହି ରାଜ୍ୟ ଉପରେ ନିଜର ଦାବି କରୁଆସୁଛି।
ମନ୍ତ୍ରାଳୟର ଅଫିସିଆଲ ଓ୍ବେବସାଇଟରେ କ୍ଷେତ୍ରର ଅତିରିକ୍ତ ୩୦ ନାମ ପୋଷ୍ଟ କରାଯାଇଛି। ଅବଶ୍ୟ ଏହି ନାଁର ଅଧିକ ସୂଚନା ସାମ୍ନାକୁ ଆସିନାହିଁ କିନ୍ତୁ ଜଣାପଡ଼ିଛି ଯେ, ଏହି ନାମ ଅରୁଣାଚଳ ପ୍ରଦେଶର ୧୧ ଆବସିକ ଅଞ୍ଚଳ, ୧୨ ପାହାଡ଼, ଚାରି ନଦୀ, ଗୋଟିଏ ହ୍ରଦ ଏକ ଖାଲି ସ୍ଥାନ ରହିଛି।