ପାର୍ଲ୍ୟାମେଣ୍ଟ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଗଠନ କଲା ୭ସଦସୀୟ SIT
ନୂଆଦିଲ୍ଲୀ ୨୧।୧୨: ସଂସଦ ପରିସରରେ ହୋଇଥିବା ଧସ୍ତାଧସ୍ତିର ତଦନ୍ତ ତ୍ୱରାନ୍ୱିତ ହୋଇଛି। ତଦନ୍ତ ଲାଗି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଏକ ୭ ସଦସୀୟ ବିଶେଷ ଯାଞ୍ଚ ଦଳ (ଏସଆଇଟି) ଗଠନ କରିଛି। ପାର୍ଲ୍ୟାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନ ମାମଲାକୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚକୁ ଟ୍ରାନ୍ସଫର କରିଦେଇଛି। ଏହି ମାମଲାର ଯାଞ୍ଚ ଏବେ କ୍ରାଇମବ୍ରାଞ୍ଚର ଚାଣକ୍ୟପୁରୀ ସ୍ଥିତ ଆଇଏସସି ୟୁନିଟ୍ କରିବ। ମାମଲା ପାର୍ଲ୍ୟାମେଣ୍ଟ ବିଲ୍ଡିଂରେ ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତିର। ଏଥିରେ ବିଜେପି ସାଂସଦ ପ୍ରତାପ ଷଢଙ୍ଗୀ ଓ ମୁକେଶ ରାଜପୁର ଆହତ ହୋଇଥିଲେ। ମାମଲାରେ ଉଭୟ ସାଂସଦ ପାର୍ଲ୍ୟାମେଣ୍ଟ ଷ୍ଟ୍ରିଟ୍ ଥାନାରେ ଏତଲା ଦେଇଥିଲେ। ଏଥିପାଇଁ ବିଜେପିର ୩ ଜଣ ସାଂସଦ ଥାନାକୁ ଆସିଥିଲେ ଓ ଲିଖିତ ଅଭିଯୋଗ କରିଥିଲେ। ଏହା ଉପରେ ଗୁରୁବାର ରାତିରେ ଏଫଆଇଆର ରୁଜୁ ହୋଇଥିଲା। କଂଗ୍ରେସ ପାର୍ଟିର ପ୍ରତିନିଧି ଦଳ ମଧ୍ୟ ଥାନାକୁ ଆସିଥିଲେ। ସେମାନେ ମଧ୍ୟ ମାମଲାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଉପରେ ଏବେ ପୋଲିସ କହିଛି ଯେ ଏହାର ଆଇନଗତ ପରୀକ୍ଷଣ ଜାରି ରହିଛି। ପୋଲିସ ଅପରାଧ ଶାଖା ମାମଲାର ଗୁରୁତ୍ୱ ଓ ଜଟିଳତାକୁ ନଜରରେ ରଖି ଶୁକ୍ରବା ରାତିରେ ଏକ ଏସଆଇଟି ଟିମ୍ ଗଠନ କରିଛି। କ୍ରାଇମବ୍ରାଞ୍ଚର ଏହି ଟିମରେ ୨ ଜଣ ଏସିପି, ୨ ଜଣ ଇନିସପେକ୍ଟର ଓ ୩ ଜଣ ସବଇନିସପେକ୍ଟର ସାମିଲ ଅଛନ୍ତି। ଏମାନେ ସିଧା ଡିସିପିଙ୍କୁ ରିପୋର୍ଟ କରିବେ। ନୂଆଦିଲ୍ଲ
ନୂଆଦିଲ୍ଲୀ ୨୧।୧୨: ସଂସଦ ପରିସରରେ ହୋଇଥିବା ଧସ୍ତାଧସ୍ତିର ତଦନ୍ତ ତ୍ୱରାନ୍ୱିତ ହୋଇଛି। ତଦନ୍ତ ଲାଗି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଏକ ୭ ସଦସୀୟ ବିଶେଷ ଯାଞ୍ଚ ଦଳ (ଏସଆଇଟି) ଗଠନ କରିଛି। ପାର୍ଲ୍ୟାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନ ମାମଲାକୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚକୁ ଟ୍ରାନ୍ସଫର କରିଦେଇଛି। ଏହି ମାମଲାର ଯାଞ୍ଚ ଏବେ କ୍ରାଇମବ୍ରାଞ୍ଚର ଚାଣକ୍ୟପୁରୀ ସ୍ଥିତ ଆଇଏସସି ୟୁନିଟ୍ କରିବ। ମାମଲା ପାର୍ଲ୍ୟାମେଣ୍ଟ ବିଲ୍ଡିଂରେ ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତିର। ଏଥିରେ ବିଜେପି ସାଂସଦ ପ୍ରତାପ ଷଢଙ୍ଗୀ ଓ ମୁକେଶ ରାଜପୁର ଆହତ ହୋଇଥିଲେ।
ମାମଲାରେ ଉଭୟ ସାଂସଦ ପାର୍ଲ୍ୟାମେଣ୍ଟ ଷ୍ଟ୍ରିଟ୍ ଥାନାରେ ଏତଲା ଦେଇଥିଲେ। ଏଥିପାଇଁ ବିଜେପିର ୩ ଜଣ ସାଂସଦ ଥାନାକୁ ଆସିଥିଲେ ଓ ଲିଖିତ ଅଭିଯୋଗ କରିଥିଲେ। ଏହା ଉପରେ ଗୁରୁବାର ରାତିରେ ଏଫଆଇଆର ରୁଜୁ ହୋଇଥିଲା। କଂଗ୍ରେସ ପାର୍ଟିର ପ୍ରତିନିଧି ଦଳ ମଧ୍ୟ ଥାନାକୁ ଆସିଥିଲେ। ସେମାନେ ମଧ୍ୟ ମାମଲାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଉପରେ ଏବେ ପୋଲିସ କହିଛି ଯେ ଏହାର ଆଇନଗତ ପରୀକ୍ଷଣ ଜାରି ରହିଛି।
ପୋଲିସ ଅପରାଧ ଶାଖା ମାମଲାର ଗୁରୁତ୍ୱ ଓ ଜଟିଳତାକୁ ନଜରରେ ରଖି ଶୁକ୍ରବା ରାତିରେ ଏକ ଏସଆଇଟି ଟିମ୍ ଗଠନ କରିଛି। କ୍ରାଇମବ୍ରାଞ୍ଚର ଏହି ଟିମରେ ୨ ଜଣ ଏସିପି, ୨ ଜଣ ଇନିସପେକ୍ଟର ଓ ୩ ଜଣ ସବଇନିସପେକ୍ଟର ସାମିଲ ଅଛନ୍ତି। ଏମାନେ ସିଧା ଡିସିପିଙ୍କୁ ରିପୋର୍ଟ କରିବେ। ନୂଆଦିଲ୍ଲୀ ଜିଲ୍ଲା ପାର୍ଲ୍ୟାମେଣ୍ଟ ଥାନାରୁ କ୍ରାଇମବ୍ରାଞ୍ଚକୁ ରାହୁଲ ଗାନ୍ଧି ସମ୍ପର୍କିତ ମାମଲାର ଏଫଆଇଆର, ଇନଭେଷ୍ଟିଗେସନର କପି ଏପର୍ଯ୍ୟନ୍ତ ହ୍ୟାଣ୍ଡେଭର ହୋଇ ନାହିଁ। ଏହି ପ୍ରକ୍ରିୟା ଖୁବ୍ ଶୀଘ୍ର ପୁରା କରାଯିବ। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପାର୍ଲ୍ୟାମେଣ୍ଟ ପ୍ରଶାସନକୁ ଘଟଣାର ସିସିଟିଭି ଫୁଟେଜ ନିମନ୍ତେ ପତ୍ର ଲେଖାଯାଇଛି।