ଅର୍ଜୁନ-ମଲାଇକାଙ୍କ ପ୍ୟାଚ୍ଅପ୍
ମୁମ୍ବାଇ: କେତେବେଳେ ବ୍ରେକ୍ଅପ୍ ତ କେତେବେଳେ ପ୍ୟାଚ୍ଅପ୍। ଖବରର ଶିରୋନାମାରେ ରହିବାକୁ ପସନ୍ଦ କରନ୍ତି ବଲିଉଡ୍ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ମଲାଇକା ଅରୋରା ଏବଂ ଅର୍ଜୁନ କପୁର। କିଛିଦିନ ଧରି ଉଭୟ ବାଟ ଅଲଗା କରିନେଇଥିବା କୁହାଯାଉଥିଲା। ହେଲେ ଏବେ ତାହା ମିଛ ଲାଗିଲାଣି। କହିବାର ଅର୍ଥ ଦୁହିଁଙ୍କର କୁଆଡେ ପ୍ୟାଚ୍ଅପ୍ ହୋଇଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି। ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେରେ ହଜବ୍ୟାଣ୍ଡ କି ବିଓ୍ବି ’। ଏଥିରେ ଅର୍ଜୁନ ଅଭିନେତ୍ରୀ ଭୂମି […] The post ଅର୍ଜୁନ-ମଲାଇକାଙ୍କ ପ୍ୟାଚ୍ଅପ୍ appeared first on Dharitri Odia News.
ମୁମ୍ବାଇ: କେତେବେଳେ ବ୍ରେକ୍ଅପ୍ ତ କେତେବେଳେ ପ୍ୟାଚ୍ଅପ୍। ଖବରର ଶିରୋନାମାରେ ରହିବାକୁ ପସନ୍ଦ କରନ୍ତି ବଲିଉଡ୍ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ମଲାଇକା ଅରୋରା ଏବଂ ଅର୍ଜୁନ କପୁର। କିଛିଦିନ ଧରି ଉଭୟ ବାଟ ଅଲଗା କରିନେଇଥିବା କୁହାଯାଉଥିଲା। ହେଲେ ଏବେ ତାହା ମିଛ ଲାଗିଲାଣି। କହିବାର ଅର୍ଥ ଦୁହିଁଙ୍କର କୁଆଡେ ପ୍ୟାଚ୍ଅପ୍ ହୋଇଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି।
ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେରେ ହଜବ୍ୟାଣ୍ଡ କି ବିଓ୍ବି ’। ଏଥିରେ ଅର୍ଜୁନ ଅଭିନେତ୍ରୀ ଭୂମି ପେଡନେକର, ରକୁଲ ପ୍ରିତ ସିଂଙ୍କ ସହ ନଜର ଆସିବେ। ଫେବୃୟାରୀ ୨୧ରେ ଏହା ସିନେମାଘରେ ରିଲିଜ ହେବ। ତେବେ ଏହାକୁ ନେଇ ଅର୍ଜୁନ ଏବେ ପ୍ରମୋଶନରେ ବ୍ୟସ୍ତ ରହୁଛନ୍ତି। ଏହିପରି ଭାବେ ସେ ରିଆଲିଟି ଶୋ’ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର’ ଭର୍ସେସ୍ ‘ସୁପର ଡ୍ୟାନ୍ସର’ମଞ୍ଚରେ ପହଞ୍ଚିଥିଲେ। ଏଥିରେ ମଲାଇକା ବିଚାରପତି ଆସନ ଅଳଙ୍କୃତ କରିଛନ୍ତି। ଶୋ’ରେ ହିଁ ଦୁଇ ଲଭବାର୍ଡ ମୁହାଁମୁହିଁ ହୋଇଯାଇଛନ୍ତି।
ଶୋ’ରେ ଅର୍ଜୁନ ମଲାଇକାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଅଭିନେତ୍ରୀଙ୍କ ନୃତ୍ୟ ତାଙ୍କୁ ମତୁଆଲା କରେ। ସେସବୁକୁ କହିବାକୁ ଭାଷା ମିଳେନା ବୋଲି ଅର୍ଜୁନ କହିିଛନ୍ତି। ମଲାଇକା ହସ ହସ ମୁହଁରେ ହଁ କହୁଥିବାର ପ୍ରମୋ ଭିଡିଓ ସାମ୍ନାକୁ ଆସିଛି।
The post ଅର୍ଜୁନ-ମଲାଇକାଙ୍କ ପ୍ୟାଚ୍ଅପ୍ appeared first on Dharitri Odia News.