ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସୂଚନାଯୋଗ୍ୟ, ଗୁରୁବାର ମଧ୍ୟାହ୍ନରେ ଗୋପ ଥାନା ଅନ୍ତର୍ଗତ ଡଭାର ଗ୍ରାମରେ ସମ୍ପର୍କୀୟ ଦୁଇଭଉଣୀ ସ୍ମୃତିରେଖା (୧୧) ଓ ଶୁଭଶ୍ରୀ (୯) ଗାଁ ପୋଖରୀକୁ ଗାଧୋଇ ଯାଇଥିବାବେଳେ ବୁଡ଼ିଯାଇଥିଲେ। ଗ୍ରାମବାସୀ ଓ ପରିବାର ସଦସ୍ୟ ଉଭୟଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। […] The post ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ appeared first on Dharitri Odia News.

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସୂଚନାଯୋଗ୍ୟ, ଗୁରୁବାର ମଧ୍ୟାହ୍ନରେ ଗୋପ ଥାନା ଅନ୍ତର୍ଗତ ଡଭାର ଗ୍ରାମରେ ସମ୍ପର୍କୀୟ ଦୁଇଭଉଣୀ ସ୍ମୃତିରେଖା (୧୧) ଓ ଶୁଭଶ୍ରୀ (୯) ଗାଁ ପୋଖରୀକୁ ଗାଧୋଇ ଯାଇଥିବାବେଳେ ବୁଡ଼ିଯାଇଥିଲେ। ଗ୍ରାମବାସୀ ଓ ପରିବାର ସଦସ୍ୟ ଉଭୟଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗୋପ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ହୋଇ ଆସିବା ପରେ ମୃତଦେହ ଦୁଇଟିକୁ ଗାଁ ଶ୍ମଶାନରେ ସତ୍କାର କରାଯାଇଥିଲା। ଗାଁ ସ୍କୁଲରେ ସ୍ମୃତିରେଖା ୫ମ ଓ ଶୁଭଶ୍ରୀ ୪ର୍ଥ ଶେଣୀର ପଢ଼ୁଥିଲେ ବୋଲି ଜଣାପଡ଼ିଛି।

The post ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ appeared first on Dharitri Odia News.