ଅର୍ଥ ବିଷୟକୁ ନେଇ ଚିନ୍ତାରେ ରହିପାରନ୍ତି, ଯାନ ବାହନରେ ସତର୍କତା ଅବଲମ୍ବନ କରନ୍ତୁ

ମେଷ- ଆପଣଙ୍କ ପାଇଁ ସମୟ ଦୁର୍ବଳ ହେବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏବଂ ଆପଣ ଅସୁସ୍ଥ ହୋଇପାରନ୍ତି । ଆୟରେ ହ୍ରାସ ହୋଇପାରେ ବ୍ୟବସାୟରେ ଭଲ ଫଳାଫଳ ଆସିବ ଏବଂ ଟଙ୍କା ମଧ୍ୟ କିଛି ମାଧ୍ୟମ ମାଧ୍ୟମରେ ଆସିବ, ତଥାପି ମନ ସନ୍ତୁଷ୍ଟ ହେବ ନାହିଁ । ବୃଷ- ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ ହେବ । ଉତ୍ତମ ସ୍ୱାସ୍ଥ୍ୟ ହେତୁ ମନ ଖୁସି ହେବ, କିନ୍ତୁ ଖର୍ଚ୍ଚ ଅଧିକ ହେବ । ଦାମ୍ପତ୍ୟ ଜୀବନ ଦୃଷ୍ଟିରୁ ଦିନଟି ଦୁର୍ବଳ ହେବ ଏବଂ ଯଦି ଆପଣ ପ୍ରେମ ଜୀବନରେ ଅଛନ୍ତି, ଦିନଟି ବହୁତ ଆକର୍ଷଣୀୟ ହେବ । ମିଥୁନ- ଆପଣଙ୍କ ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ରହିବ । ଛାତ୍ରମାନଙ୍କ ପାଇଁ ଏକ ଅନୁକୂଳ ଦିନ ହେବ । ଆପଣ ଏକ ନୂତନ ପାଠ୍ୟକ୍ରମରେ ଆଡମିଶନ ନେବାକୁ ଚିନ୍ତା କରିବେ । କିଛି ଆୟର ଉତ୍ସ ମିଳିବ । ବନ୍ଧୁ ମିଳନର ଯୋଗ ରହିଛି । କର୍କଟ- କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରି, ଆପଣ ନିଜ କାର୍ଯ୍ୟରେ ଧ୍ୟାନ ଦେବାକୁ ସମର୍ଥ ହେବେ । ବ୍ୟବସାୟରେ ଲାଭଜନକ କାରବାର ହାତରେ ରହିବ । ଜୀବନସାଥୀ ଏବଂ ପରିବାର ସହିତ ସମୟ ବିତାଇବେ । ଚାକିରିରେ ସମ୍ମାନ ବୃଦ୍ଧି ପାଇବ । ସିଂହ- ଆପଣଙ୍କ ପାଇଁ ଦିନଟି ଏତେ ଭଲ ରହିବ ନାହିଁ । ଅର୍ଥ ବିଷୟକୁ ନେଇ ଚିନ୍ତା ଲାଗି ରହିବ । ମାନସିକ ଓ ଶାରୀରିକ ସ୍ତରରେ ନିଜକୁ ଦୁର୍ବଳ ମନେ କରିବେ । କାର୍ଯ୍ୟ ସହିତ ଆପଣଙ୍କ ପ୍ରୟାସ ଫଳପ୍ରଦ ହେବାକୁ ସମୟ ଲାଗିବ । ଯାନ ବାହନରେ ସତର୍କତା ଅବଲମ୍ବନ କରନ୍

ଅର୍ଥ ବିଷୟକୁ ନେଇ ଚିନ୍ତାରେ ରହିପାରନ୍ତି, ଯାନ ବାହନରେ ସତର୍କତା ଅବଲମ୍ବନ କରନ୍ତୁ

ମେଷ- ଆପଣଙ୍କ ପାଇଁ ସମୟ ଦୁର୍ବଳ ହେବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏବଂ ଆପଣ ଅସୁସ୍ଥ ହୋଇପାରନ୍ତି । ଆୟରେ ହ୍ରାସ ହୋଇପାରେ ବ୍ୟବସାୟରେ ଭଲ ଫଳାଫଳ ଆସିବ ଏବଂ ଟଙ୍କା ମଧ୍ୟ କିଛି ମାଧ୍ୟମ ମାଧ୍ୟମରେ ଆସିବ, ତଥାପି ମନ ସନ୍ତୁଷ୍ଟ ହେବ ନାହିଁ ।

ବୃଷ- ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ ହେବ । ଉତ୍ତମ ସ୍ୱାସ୍ଥ୍ୟ ହେତୁ ମନ ଖୁସି ହେବ, କିନ୍ତୁ ଖର୍ଚ୍ଚ ଅଧିକ ହେବ । ଦାମ୍ପତ୍ୟ ଜୀବନ ଦୃଷ୍ଟିରୁ ଦିନଟି ଦୁର୍ବଳ ହେବ ଏବଂ ଯଦି ଆପଣ ପ୍ରେମ ଜୀବନରେ ଅଛନ୍ତି, ଦିନଟି ବହୁତ ଆକର୍ଷଣୀୟ ହେବ ।

ମିଥୁନ- ଆପଣଙ୍କ ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ରହିବ । ଛାତ୍ରମାନଙ୍କ ପାଇଁ ଏକ ଅନୁକୂଳ ଦିନ ହେବ । ଆପଣ ଏକ ନୂତନ ପାଠ୍ୟକ୍ରମରେ ଆଡମିଶନ ନେବାକୁ ଚିନ୍ତା କରିବେ । କିଛି ଆୟର ଉତ୍ସ ମିଳିବ । ବନ୍ଧୁ ମିଳନର ଯୋଗ ରହିଛି ।

କର୍କଟ- କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରି, ଆପଣ ନିଜ କାର୍ଯ୍ୟରେ ଧ୍ୟାନ ଦେବାକୁ ସମର୍ଥ ହେବେ । ବ୍ୟବସାୟରେ ଲାଭଜନକ କାରବାର ହାତରେ ରହିବ । ଜୀବନସାଥୀ ଏବଂ ପରିବାର ସହିତ ସମୟ ବିତାଇବେ । ଚାକିରିରେ ସମ୍ମାନ ବୃଦ୍ଧି ପାଇବ ।

ସିଂହ- ଆପଣଙ୍କ ପାଇଁ ଦିନଟି ଏତେ ଭଲ ରହିବ ନାହିଁ । ଅର୍ଥ ବିଷୟକୁ ନେଇ ଚିନ୍ତା ଲାଗି ରହିବ । ମାନସିକ ଓ ଶାରୀରିକ ସ୍ତରରେ ନିଜକୁ ଦୁର୍ବଳ ମନେ କରିବେ । କାର୍ଯ୍ୟ ସହିତ ଆପଣଙ୍କ ପ୍ରୟାସ ଫଳପ୍ରଦ ହେବାକୁ ସମୟ ଲାଗିବ । ଯାନ ବାହନରେ ସତର୍କତା ଅବଲମ୍ବନ କରନ୍ତୁ ।

କନ୍ୟା- ଆପଣ ଆଶା କରିଥିବା ବ୍ୟକ୍ତିଙ୍କଠାରୁ ଅଧିକ ଲାଭ ପାଇବେ। କୌଣସି ଘରୋଇ କାର୍ଯ୍ୟ ସମାପ୍ତ କରିବାରେ ଗୁରୁଜନଙ୍କ ମତ ଆପଣଙ୍କ ପାଇଁ ପ୍ରଭାବଶାଳୀ ହେବ । ଏହି ରାଶିର ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ବେଶ୍‌ ଭଲ ରହିବ ।

ତୁଳା- କୌଣସି ଭୁଲ ପଦକ୍ଷେପ ନିଅନ୍ତୁ ନାହିଁ । ଅର୍ଥ ଚିନ୍ତା ଶେଷ ହେବ । ବ୍ୟବସାୟ କ୍ଷେତ୍ରରେ ବହୁତ ଅଗ୍ରଗତି ହେବ । ସିନେମା ଏବଂ ଗଣମାଧ୍ୟମ ସହ ଜଡ଼ିତ କ୍ଷେତ୍ରର ଲୋକମାନେ ନିଜକୁ ବ୍ୟସ୍ତ ରଖିବା ପାଇଁ ପର୍ଯ୍ୟାପ୍ତ ପରିଶ୍ରମ କରିବେ ।

ବିଛା- ମନରେ ଉଦବେଗ ପ୍ରକାଶ ପାଇବ । ଆର୍ଥିକ ସ୍ଥିତି ଏତେଟା ପ୍ରଭାବଶାଳୀ ରହିବ ନାହିଁ । ପରିବାରରେ ଚାଲିଥିବା ସମସ୍ୟାର ସମାଧାନ ପାଇଁ ଅଧିକାଂଶ ସମୟ ବିତାଇବେ । ଆପଣଙ୍କୁ ଅତି ଯତ୍ନର ସହିତ ଏବଂ ବହୁତ କଠିନ ପରିଶ୍ରମ କରିବାକୁ ପଡିବ ।

ଧନୁ- ନିଜ ପିତାମାତାଙ୍କ ସହିତ ଭ୍ରମଣରେ ଯିବେ । ଯେଉଁମାନେ ପର୍ଯ୍ୟଟନ ସହିତ ଜଡିତ, ସେମାନଙ୍କର ଆୟ ବୃଦ୍ଧି ପାଇବ । ଆପଣ ପରିବାରରେ କିଛି ବଡ଼ କାମର ପୁନଃଆରମ୍ଭ କରିବେ । ବିଦ୍ୟାର୍ଥୀ ଉପଯୋଗୀ ହେବେ ।

ମକର- ଛାତ୍ର ଛାତ୍ରୀମାନେ ସେମାନଙ୍କ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ। ରାଜନୀତି କିମ୍ବା ସାମାଜିକ କାର୍ଯ୍ୟ ସହିତ ଜଡିତ ଲୋକମାନେ ନିଜକୁ ଦୃଢ଼ ଭାବରେ ପ୍ରତିଷ୍ଠିତ କରିବେ । ପିତାଙ୍କର ସ୍ୱାସ୍ଥ୍ୟଗତ ଅସୁବିଧା ହୋଇପାରେ ।

କୁମ୍ଭ- କେହି ଅତି ପ୍ରିୟ ବ୍ୟକ୍ତି ଆପଣଙ୍କ ଘରକୁ ଆସିପାରନ୍ତି । ଦିନସାରା ନିଜ କର୍ମରେ ବ୍ୟସ୍ତ ରହିବେ । ବକ୍ତବ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ୍ କ୍ଷତି ହୋଇପାରେ । ପରିବାରରେ କୌଣସି ଶୁଭ କାର୍ଯ୍ୟ ସମ୍ପାଦନ ହେବ ।

ମୀନ- ନିଜ କର୍ମକ୍ଷେତ୍ରରେ ଭଲ କାମ କରିବେ । କିଛି ସାମାଜିକ କାର୍ଯ୍ୟରେ ଜଡ଼ିତ ହେବାର ସୁଯୋଗ ପାଇବେ । ଆପଣ କଠିନ ପରିଶ୍ରମରେ ସଫଳତା ପାଇବେ । ବନ୍ଧୁଙ୍କର ସଂପୂର୍ଣ୍ଣ ସହଯୋଗ ପାଇବେ । ସର୍ବଦା କର୍ମ ଚଞ୍ଚଳ ରହିବେ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର
ଯୋଗାଯୋଗ - 8249826682

The post ଅର୍ଥ ବିଷୟକୁ ନେଇ ଚିନ୍ତାରେ ରହିପାରନ୍ତି, ଯାନ ବାହନରେ ସତର୍କତା ଅବଲମ୍ବନ କରନ୍ତୁ appeared first on Prameya News7.