ଅର୍ଥ ହେରଫେର ମାମଲାରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ସମନ ପଠାଇଲା ଇଡି

ହାଇଦ୍ରାବାଦ୍‌,୩।୧୦: ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଆର୍ଥିକ ଘୋଟାଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଜାହରୁଦ୍ଦିନଙ୍କୁ ସମନ ପଠାଇଛି। ତାଙ୍କୁ ଆଜି ଅର୍ଥାତ୍‌ ଗୁରୁବାର ପଚରାଉଚରା ପାଇଁ ଡକାଯାଇଛି। ଆଜାହରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏହି ମାମଲାରେ ୨୦ କୋଟି ଟଙ୍କା ହେରଫେର୍‌ ହୋଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଅଧିକାରୀଙ୍କ […] The post ଅର୍ଥ ହେରଫେର ମାମଲାରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ସମନ ପଠାଇଲା ଇଡି appeared first on Dharitri Odia News.

ଅର୍ଥ ହେରଫେର ମାମଲାରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ସମନ ପଠାଇଲା ଇଡି

ହାଇଦ୍ରାବାଦ୍‌,୩।୧୦: ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଆର୍ଥିକ ଘୋଟାଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଜାହରୁଦ୍ଦିନଙ୍କୁ ସମନ ପଠାଇଛି। ତାଙ୍କୁ ଆଜି ଅର୍ଥାତ୍‌ ଗୁରୁବାର ପଚରାଉଚରା ପାଇଁ ଡକାଯାଇଛି।

ଆଜାହରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏହି ମାମଲାରେ ୨୦ କୋଟି ଟଙ୍କା ହେରଫେର୍‌ ହୋଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଅଧିକାରୀଙ୍କ ବିରୋଧରେ ଇଡି ଅର୍ଥ ହେରଫେର ମାମଲା ରୁଜୁ କରିଥିଲା। ଇଡି ତେଲଙ୍ଗାନାର ୯ଟି ସ୍ଥାନ ଉପରେ ଚଢାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ ଉପକରଣ ଉଦ୍ଧାର କରିଥିଲା। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅନୁଯାୟୀ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଅଧିକାରୀମାନେ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମ ନିର୍ମାଣରେ ଆର୍ଥିକ ଅନିୟମିତତା କରିଥିଲେ। ସେମାନେ ବେସରକାରୀ କମ୍ପାନୀମାନଙ୍କୁ ଉଚ୍ଚ ହାରରେ ଚୁକ୍ତି କରିଥିଲେ ଏବଂ ଆସୋସିଏସନକୁ କୋଟି ଟଙ୍କା ମୂଲ୍ୟର କ୍ଷତି ଘଟାଇଲେ। ଏହି ମାମଲାରେ ଇଡି ତିନୋଟି ମାମଲା ରୁଜୁ କରିଛି ଏବଂ ଅଧିକ ଅନୁସନ୍ଧାନ ଚାଲିଛି।

The post ଅର୍ଥ ହେରଫେର ମାମଲାରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ସମନ ପଠାଇଲା ଇଡି appeared first on Dharitri Odia News.