୨୫ରୁ ଗୋପାଳପୁର ବେଳାଭୂମି ମହୋତ୍ସବ

ଛତ୍ରପୁର,୧୦ା୧(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାରେ ଚଳିତ ମାସ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ବୁଧବାର ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ ସଦ୍‌ଦ୍ଭାବନା ସଭାଗୃହ ପ୍ରକୋଷ୍ଠଠାରେ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା, ଗୋପାଳପୁର ବେଳାଭୂମି ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅଧ୍ୟକ୍ଷତା କରିଥିଲେ। ସୂଚନାଯୋଗ୍ୟ, ପ୍ରତିବର୍ଷ ଡିସେମ୍ବର ୨୪ରୁ ୨୮ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହୋଇଆସୁଥିଲା। […] The post ୨୫ରୁ ଗୋପାଳପୁର ବେଳାଭୂମି ମହୋତ୍ସବ appeared first on Dharitri Odia News.

୨୫ରୁ ଗୋପାଳପୁର ବେଳାଭୂମି ମହୋତ୍ସବ

ଛତ୍ରପୁର,୧୦ା୧(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାରେ ଚଳିତ ମାସ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ବୁଧବାର ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ ସଦ୍‌ଦ୍ଭାବନା ସଭାଗୃହ ପ୍ରକୋଷ୍ଠଠାରେ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା, ଗୋପାଳପୁର ବେଳାଭୂମି ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅଧ୍ୟକ୍ଷତା କରିଥିଲେ।

ସୂଚନାଯୋଗ୍ୟ, ପ୍ରତିବର୍ଷ ଡିସେମ୍ବର ୨୪ରୁ ୨୮ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହୋଇଆସୁଥିଲା। ଏନେଇ ପର୍ଯ୍ୟଟନ କ୍ୟାଲେଣ୍ଡର ମଧ୍ୟ ସ୍ଥାନିତ ଅଛି। ତେବେ ଉକ୍ତ ଧାର୍ଯ୍ୟ ତାରିଖରେ ୨୦୨୩ରେ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହୋଇପାରି ନ ଥିଲା। ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗଞ୍ଜାମ ଜିଲା ପ୍ରଶିକ୍ଷଣ ଓ ଭୋଟର ତାଲିକା ପ୍ରସ୍ତୁତି ନେଇ ସରକାରୀ ଅଧିକାରୀ ଓ କର୍ମଚାରୀ ବ୍ୟସ୍ତ ଥିବାରୁ ଏହି ମହୋତ୍ସବ ଆୟୋଜନକୁ ସ୍ଥଗିତ ରଖାଯାଇଥିଲା। ଏଥିରେ ବ୍ରହ୍ମପୁର ଏସ୍‌ପି ବିବେକ ଶ୍ରବଣା ଏମ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର କମିଶନର ଯେ, ସୋନାଲ ପ୍ରମୁଖ ଉପସ୍ଥିତ ଥିଲେ।

The post ୨୫ରୁ ଗୋପାଳପୁର ବେଳାଭୂମି ମହୋତ୍ସବ appeared first on Dharitri Odia News.